ହେଡଲାଇନସ୍:

କରିବାର ଇଛା ଯଦି ନାହିଁ କରନି, ଯଦି କରୁଛ ପ୍ରହସନ କରନି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ହରଭଙ୍ଗା ବ୍ଲକରେ ଜଳଛତ୍ର ପାଲଟିଛି ପ୍ରହସନ 

25-05-18-jala.jpg - 184.55 kB

ହରଭଙ୍ଗା, ବୌଦ୍ଧ (ସିମୁନ୍ ନାଏକ) ; ଖରାଦିନେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେବା ସହିତ ସାଧାରଣ ଜୀବନ ଯାତ୍ରା ମାତ୍ରାଧିକ ଭାବରେ ପ୍ରବାହିତ ହୋଇଥାଏ । ତେଣୁ ଶୋଷିଲା ଯାତ୍ରୀ ଓ ପଥିକ ମାନଙ୍କର ତୃଷ୍ନା ମେଂଟାଇବା ପାଇଁ ବିଭିନ୍ନ ଅଂଚଳରେ ଜଳଛତ୍ର ଖୋଲାଯାଇଥାଏ । ମାତ୍ର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ମୁଣ୍ଡଫଟା ଟାଣଖରା ଓ ଝାଂଜି ସହିତ ଅସହ୍ୟ ଗୁଳୁଗୁଳି ଯୋଗୁଁ ଗତ ଶୁକ୍ରବାର ଦିନ ବୀରନରସିଂହପୁର ପଂଚାୟତ ଅନ୍ତର୍ଗତ ମହାକୁଡପାଲି ଗ୍ରାମର ଦୀନବନ୍ଧୁ ସେଠୀ ନାମକ ଜୈନିକ ଯୁବକ ଅଂଶୁଘାତରେ ମୃତୁ୍ୟବରଣ ହୋଇଥିଲା । ସେହିପରି ନିୟମିତ ଭାବେ ଅଂଶୁଘାତରେ ପିଡିତ ଅନେକ ରୋଗୀ ବିଭିନ୍ନ ଡାକ୍ତରଖାନା ରେ ଭର୍ତି ହୋଇଥିବାର ନଜିର ଦେଖିବାକୁ ମିଳିଛି । ତେବେ ସରକାରଙ୍କ ଦ୍ୱାରା ବିଭିନ୍ନ ପଂଚାୟତ ଗୁଡିକରେ ଅଧିକରୁ ଅଧିକ ଜଳଛତ୍ର ଖୋଲିବା ଉପରେ ଗୁରୁତ୍ୱାରୋପ ଦିଆଯାଉଥିବା ବେଳେ ହରଭଙ୍ଗା ବ୍ଲକରେ ଏହି ମହତ୍ୱକାଂକ୍ଷି ଯୋଜନା ସମ୍ପୁର୍ଣ ରୁପେ ଦୀଶାହିନ ହୋଇପଡିଥିବା ଲକ୍ଷ୍ୟ କରାଯାଇଛି ।  ଜଳଛତ୍ର ଗୁଡିକରେ ଜଳ ବଂଟନ କରିବା ପାଇଁ ଦୈନିକ ୨ ଶହ ଟଙ୍କା ପାରିଶ୍ରମିକ ଦିଆଯିବାର ବ୍ୟବସ୍ଥା ରହିଛି । ହେଲେ ଅଧିକାଂଶ ଜଳଛତ୍ର ଗୁଡିକରେ ଜଳଦେବା ପାଇଁ ନିଯୁକ୍ତ ହୋଇଥିବା ଲୋକ ମାଠିଆରେ ପାଣି  ସହିତ ଗୋଟି ଦୁଇଟି ମଗ ରଖିଦେଇ ଅନୁପସ୍ଥିତ ରହୁଥିବାରୁ ଯାତ୍ରୀ ଓ ପଥିକ ମାନେ ଝାଳନାଳ ଅବସ୍ଥାରେ ନିଜେ ହାତ ବୁଡାଇ ପାଣି କାଢି ପିଉଥିବା ଦେଖାଯାଇଛି । ସେହିପରି ଅନେକ ଜଳଛତ୍ର ଗୁଡିକରେ ପାଣି ନଥାଇ  ମାଠିଆ ଗୁଡିକ ଖାଲି ପଡିଥିବା ରୁ ଶୋଷିଲା ହୋଇ ପାଣି ଟୋପେ ପାଇଁ ପହଁଚୁଥିବା ଲୋକେ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି । ଜଳଛତ୍ର ଗୁଡିକରେ ଜଳଦାନ ବ୍ୟବସ୍ଥା କିପରି ଚାଲିଛି ଏହାର ତଦାରଖ ପାଇଁ ପ୍ରଶାସନ ପକ୍ଷରୁ ସେଭଳି କୌଣସି ଅଖିଦୃଷ୍ଟିଆ ପଦକ୍ଷେପ ନିଆ ଯାଉନଥିବା ହେତୁ ଏଭଳି ସ୍ଥିତି ଉପୁଜୁଥିବା ସାଧାରଣରେ ଅଭିଯୋଗ ହେଉଛି । ଏକ ନିର୍ଦ୍ଦିଷ୍ଟ  ଜଳଛତ୍ର ପାଇଁ ଜଳ ଯୋଗାଇଦେବା ଦାୟିତ୍ୱରେ ଥିବା ଜୈନିକ ବ୍ୟକ୍ତି ନିଜର ନାମ ଗୋପନ ରଖିବାକୁ କହି ଆମେ ସବୁ କାମଧାମ ଛାଡି ଖରା ୩ ମାସ ତକ ଜଳବଂଟନ କରୁଥିବା ବେଳେ ସରପଂଚ ଆମକୁ ମାତ୍ର ୧୦ ହଜାର ଟଙ୍କା ଦେଉଛନ୍ତି । ତେଣୁ ଆମେ ବାଧ୍ୟ ହୋଇ ଅନ୍ୟ କିଛି କାମ କରି ପରିବାର ପ୍ରତି ପୋଷଣ କରୁଛୁ ବୋଲି କହିଥିଲେ । ଜିଲ୍ଲାପାଳ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି । 

 

0
0
0
s2sdefault