ଭୂବନେଶ୍ୱର: ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଖୋର୍ଦ୍ଧା ଜିଲ୍ଲା ସଭାପତି ଭାବେ ଶ୍ରୀ ରଶ୍ମୀରଞ୍ଜନ ମହାପାତ୍ରଙ୍କୁ ପୁନଃଅବସ୍ଥାପିତ କରାଯାଇଛି । ରଶ୍ମୀରଂଜନଙ୍କୁ ସଭାପତି ପଦରୁ ବିଦା କରି ତାଙ୍କ ସ୍ଥାନରେ ଯତୀନ ମହାନ୍ତିଙ୍କୁ ଖୋର୍ଦ୍ଧା ଜିଲ୍ଲା ସଭାପତି ନିଯୁକ୍ତ କରାଯାଇଥିଲା | ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିନା ପରାମର୍ଶରେ ରଶ୍ମୀରଂଜନଙ୍କୁ ପଦବୀରୁ ବିଦା କରାଯାଇଥିବା ନେଇ ଅସନ୍ତୋଷ ଦେଖା ଦେଇଥିଲା | ଅପରାଜିତାଙ୍କୁ ଶିବିର ପାଇଁ ଏହା ଏକ ସମ୍ମାନର ପ୍ରଶ୍ନ ହୋଇପଡ଼ିଥିଲା | ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚା ହେଲା | ଶେଷରେ ସଭାପତି ସମୀର ମହାନ୍ତି ପୂର୍ବରୁ ନିଜେ ଆଦେଶକୁ ପ୍ରତ୍ୟାହାର କରି ରଶ୍ମୀରଂଜନଙ୍କୁ ପୁନଃ ଖୋର୍ଦ୍ଧା ଜିଲ୍ଲା ସଭାପତି ଭାବେ ଅବସ୍ଥାପିତ କରିଛନ୍ତି | ରଶ୍ମୀରଂଜନଙ୍କୁ ପୁନଃ ଖୋର୍ଦ୍ଧା ଜିଲ୍ଲା ସଭାପତି ଭାବେ ଅବସ୍ଥାପିତ କରାଯିବା ଘଟଣାରେ ଅପରାଜିତାଙ୍କ କଥା ରହିଲା ବୋଲି ଚର୍ଚ୍ଚା | ହେଲେ ଦଳ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ ଯତୀନଙ୍କ ବିଷୟରେ କିଛି ଉଲ୍ଲେଖ ନାହିଁ |