ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କରୋନା ଯୋଦ୍ଧାମାନେ କୋଭିଡ୍ ୱାରିଅର୍ ଚିଡ୍ ଫୋରମ୍ବ ରାଜ୍ୟ ସଭାପତି ଜନନେତା ଇଂ. ଦେବାଶିଷ ହୋତାଙ୍କ ନେତୃତ୍ବରେ ଏକଜୁଟ୍ ହୋଇ ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବିନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ୨ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।ସେମାନଙ୍କର ଦାବି ହେଲା, ସରକାର ରାଜ୍ୟବାସୀଙ୍କୁ ଭଲ ସ୍ବାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ତୁରନ୍ତ ୫ ଶହ କୋଟି ଟଙ୍କାର ବାର୍ଷିକ ଅତିରିକ୍ତ ବଜେଟ୍ ଉପସ୍ଥାପନ କରି ସମସ୍ତ ସିସିଏଗୁଡିକୁ ଫଚାୟତ ହେଲଥ କେୟାର ହୋମ୍ (ପିଏସିଏଚ୍) ରେ ରୂପାନ୍ତରିତ କରିଦିଅନ୍ତୁ ଏବଂ ସେଥିରେ ଏହି କରୋନା ଯୋଦ୍ଧାମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରନ୍ତୁ ।
ଯେ ପର୍ଯ୍ୟନ୍ତ ସରକାର ସେମାନଙ୍କର ଉପରୋକ୍ତ ଦାବିଟି ପୂରଣ କରିନାହାନ୍ତି , ସେ ଯାଏ ସିସିଏଗୁଡିକରେ କାମକରୁଥିବା କୌଣସି କରୋନା ଯୋଦ୍ଧାଙ୍କୁ ଛଟେଇ ନ କରିବାକୁ କିମ୍ବା ଯଦି ଛଟେଇ କରି ସାରିଛନ୍ତି, ତେବେ ପୁନଃନିଯୁକ୍ତି ଦେବା ପାଇଁ ସମସ୍ତ ଜିଲ୍ଲାପାଳ ଏବଂ ସିଡିଏମ୍ଓମାନଙ୍କୁ ତୁରନ୍ତ ନିର୍ଦ୍ଦେଶ ଦେବା ନିମନ୍ତେ ଏହି କରୋନା ଯୋଦ୍ଧାମାନେ ଦାବିକରିଛନ୍ତି ।
ଯଦି ଉପରୋକ୍ତ ଦାବିଗୁଡିକ ସରକାର ତୁରନ୍ତ ପୂରଣ ନ କରନ୍ତି, ତେବେ ଆମେ ବାଧ୍ୟ ହୋଇ ୧୫ ଡିସେମ୍ବର ୨୦୨୦ ଠାରୁ ଦାବି ପୂରଣ ହେବା ଯାଏ ଭୁବନେଶ୍ବରରେ ଧାରଣା ଦେବାକୁ ବାଧ୍ୟ ହେବେ ବୋଲି ରାଜ୍ୟ କୋଭିଡ ୱାରିଆର ଫୋରମ ସଭାପତି ଦେବାଶିଷ ହୋତା କହିଛନ୍ତି।