ହେଡଲାଇନସ୍:

"ଦିଶା" ଜିଲ୍ଲା ଉନ୍ନତିକରଣ ସମନ୍ୱୟ ଓ ତଦାରଖ କମିଟି ବୈଠକ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଳକୃଷ୍ଣ ପାଣିଗ୍ରାହୀ /ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ  ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ ଭାରତ ସରକାରଙ୍କ  ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଅନ୍ତର୍ଗତ ପଞ୍ଚାୟତ-ରାଜ ଅଧିନସ୍ତ "ଦିଶା"ର ଗଜପତି ଜିଲ୍ଲା ଉନ୍ନତିକରଣ ସମନ୍ୱୟ ଓ ତଦାରଖ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।

   କମିଟିର ଅଧ୍ୟକ୍ଷ ତଥା ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ  ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଗଜପତି ଜିଲ୍ଲାରେ ଥିବା ବିଭିନ୍ନ ବିଭାଗକୁ ବହୁ କେନ୍ଦ୍ରୀୟ ଯୋଜନାରେ କୋଟି କୋଟି ଟଙ୍କା ଆସି କାର୍ଯ୍ୟକାରୀ ହେଉଛି । ଏ ଦିଗରେ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଜିଲ୍ଲାର ବିକାଶ ଓ ଜିଲ୍ଲାକୁ ଉନ୍ନତି ପଥରେ ଆଗେଇ ନେବା ଲକ୍ଷ ପ୍ରତି ଦୃଷ୍ଟିରେ ରଖି ସ୍ୱଚ୍ଛତା ଓ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । 

ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହେଶ କୁମାର ଚୌଧୁରୀ ବୈଠକ କାର୍ଯ୍ୟକ୍ରମ ପରିଚାଳନା କରି "ଦିଶା" ହେଉଛି ଦିଗଦର୍ଶନ । ସମସ୍ତ ବିଭାଗୀୟ ଅଧିକାରୀ   ସେମାନଙ୍କ ବିଭାଗକୁ କେତେ ପରିମାଣର କେନ୍ଦ୍ରୀୟ ଯୋଜନା ଆସିଛି , କଣ ସବୁ କାମ ହୋଇଛି ଏବଂ ଏହା ଦ୍ବାରା ଅଞ୍ଚଳବାସୀ କେତେ ପରିମାଣର ଉପକୃତ ହୋଇଛନ୍ତି , ତାହା ବୈଠକରେ ଅବଗତ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।

  କମିଟିର ଆବାହକ ତଥା ଜିଲ୍ଲାପାଳ ଶ୍ରୀ ଅନୁପମ ସାହା  ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ଲୋକାଭିମୁଖୀ କାର୍ଯ୍ୟ କରିବା  ହେଉଛି କେନ୍ଦ୍ର ସରକାରଙ୍କ ଏହା ଏକ ଭିଜନ୍। ବିଭିନ୍ନ ବିଭାଗ ମାଧ୍ୟମରେ ଆସୁଥିବା କେନ୍ଦ୍ରୀୟ ଯୋଜନା ସବୁ କିଭଳି କାର୍ଯ୍ୟକାରୀ ହେଉଛି ଏବଂ ତାହା କେତେ ଓ କେଉଁଠାରେ କିଭଳି ଅଗ୍ରଗତି ହୋଇଛି , ସେସବୁ ଏହି ବୈଠକରେ ଅବଗତ କରାଯାଇଥାଏ ।

ଏହି ବୈଠକରେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ. ନାରାୟଣ ରାଓ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନିତା ରାଣୀ ବେହେରା ପ୍ରମୁଖ ମଞ୍ଚାସୀନ ରହି ବିଭିନ୍ନ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରିତା ବେଳେ ସମସ୍ତଙ୍କ ସହଯୋଗ ରହିବା ଆବଶ୍ୟକ , ଅନ୍ୟ ପକ୍ଷରେ ଯେଉଁ କାର୍ଯ୍ୟ କଲେ ଅଞ୍ଚଳବାସୀ ଉପକୃତ ହୋଇପାରିବ , ସେଭଳି କାର୍ଯ୍ୟ କରାଯିବା ଉପରେ ଗୁରୁତ୍ୱାରୋପ କରି ଏହା ହେଲେ "ଦିଶା'ର ପ୍ରକୃତ ଅର୍ଥ ଦିଗଦର୍ଶନ ସାଧିତ ହୋଇପାରିବ ବୋଲି କହିଥିଲେ ।

  ଏହି ବୈଠକ କାର୍ଯ୍ୟକ୍ରମରେ ମୁଖ୍ୟତଃ ଭାବେ ବିଭିନ୍ନ ବିଭାଗକୁ ଆସିଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନା ଯଥା:- ଜାତୀୟ ଗ୍ରାମୀଣ ପାନୀୟ ଜଳ ଯୋଜନା କାର୍ଯ୍ୟକ୍ରମ , ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା , ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା , ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା , ଜାତୀୟ ସ୍ୱାସ୍ଥ୍ୟ ମିଶନ , ସମନ୍ୱିତ ଶିଶୁ ବିକାଶ ଯୋଜନା , ସର୍ବଶିକ୍ଷା ଯୋଜନା , ଦୀନ ଦୟାଲ ଉପାଧ୍ୟାୟ ଗ୍ରାମଜ୍ୟୋତି ଯୋଜନା , ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ସ୍ୱଚ୍ଛ ଭାରତ ମିଶନ, ସାଂସଦ ଆଞ୍ଚଳିକ ବିକାଶ ପାଣ୍ଠି ପ୍ରଭୃତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।

   ଏହି କାର୍ଯ୍ୟକ୍ରମରେ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇ ନିଜ ବିଭାଗ ପକ୍ଷରୁ କାର୍ଯ୍ୟକାରୀତା ହେଉଥିବା କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ଓ ସଫଳତା ଉପରେ ବୈଠକରେ ଅବଗତ କରାଇଥିଲେ ।

  ଏହି କାର୍ଯ୍ୟକ୍ରମରେ ସମସ୍ତ ବ୍ଲକର ବ୍ଲକ ଅଧ୍ୟକ୍ଷ , ଅଧ୍ୟକ୍ଷା ଏବଂ ବିଡ଼ିଓ ମାନଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

0
0
0
s2sdefault