ହେଡଲାଇନସ୍:

ତୈଳ  ଦର ବୃଦ୍ଧି ପ୍ରତିବାଦ ନିମନ୍ତେ ବିଜେଡ଼ିର ପ୍ରସ୍ତୁତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ବାରିପଦା(ଦିଲ୍ଲୀପ ମହାନ୍ତି )- ଦେଶରେ ପେଟ୍ରୋଲ ଓ ଡ଼ିଜେଲ ମୂଲ୍ୟରେ ଦୈନିକ ବୃଦ୍ଧି ଘଟି ସର୍ବକାଳୀନ ରେକଡର଼୍ରେ ପହଁଞ୍ଚିଯାଇଛି । ତୈଳ ମୂଲ୍ୟବୃଦ୍ଧି ନେଇ ଜନସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ବିଜେଡ଼ି ପକ୍ଷରୁ ଚଳିତ ମାସ ୨୮ରୁ ୩୦ ପର୍ଯ୍ୟନ୍ତ ଏହାର ପ୍ରତିବାଦରେ ଆନ୍ଦୋଳନ  ଆରମ୍ଭ କରିବା ନିମନ୍ତେ ସଜବାଜ ହେଉଛି । ଏଥି ନିମନ୍ତେ ମୟୂରଭଞ୍ଜ ଜିଲ୍ଲା ଯୁବ ଓ ଛାତ୍ର ବିଜେଡ଼ି ପକ୍ଷରୁ ଯୁବ ବିଜେଡ଼ି ସଭାପତି ଜିତେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଅପରାହ୍ନରେ ବିଜୁ ଭବନ ପରିସରରେ ଆୟୋଜିତ ହୋଇଥିଲା ।  ମୟୂରଭଞ୍ଜ ଜିଲ୍ଲାର ସମସ୍ତ ବ୍ଲକ, ଏନଏସି ଓ ପୌରପରିଷଦ ସମ୍ମୁଖରେ ଏହି  ଆନ୍ଦୋଳନ  ମଇ ୩୦ରେଅନୁଷ୍ଠିତ  ହେବ ବୋଲି ବୈଠକରେ ନିଷ୍ପତ୍ତି ଗୃହୀତ ହୋଇଛି । ଉକ୍ତ ବୈଠକରେ ଜିଲ୍ଲା ଉପସଭାପତି ଅନିରୁଦ୍ଧ ଭଞ୍ଜଦେଓ, ଭବାନୀ ଶଙ୍କର ମିଶ୍ର, ଦୁଲାଲ ସୋରନ, ସରୋଜ ବୋଷ, ସୁବୋଧ ମାର୍ଣ୍ଡି, ମହେଶ୍ୱର ସାହୁ, ସୁଜିତ ମହାନ୍ତ, ସନ୍ଦିପ ବସା, ରାଜେନ୍ଦ୍ର ବାରିକ, ଜୟନ୍ତ ଧଡ଼ା, ବେଣୁଧର ମହାନ୍ତ, ବିନୋଦ ସିଂ, ମଙ୍ଗଲ ମାଝି, ଲିପୁନ ତ୍ରିପାଠୀ, ଲାଲାଜୀ ରଥ, ଛାତ୍ର ସଭାପତି ଅଭୟ ସିଂ, ବିରଞ୍ଚି ମହାପାତ୍ର, ଆଭାସ ଦେ, ଦିବ୍ୟବ୍ରତ ମହାନ୍ତି, ରବୀନ୍ଦ୍ର ମହାନ୍ତି, ଭାସ୍କର ମହାନ୍ତ, ତପନ ମହାନ୍ତି ପ୍ରମୁଖଙ୍କ ସମେତ ସମସ୍ତ ବ୍ଲକ ସଭାପତି, କାର୍ଯ୍ୟକର୍ତ୍ତାଗଣ ଉପସ୍ଥିତ ରହିଥିଲେ ।

 

0
0
0
s2sdefault