ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ପଶ୍ଚିମ ଓଡିଶା ବାଜା ମାଲିକ ସଂଘ ଗଠିତ ହୋଇଛି । ସମ୍ବଲପୁର ପାନ୍ଥନିବାସ ଠାରେ ଏକ ବିଶେଷ ଵୈଠକରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାର ବାଜା ମାଲିକ ମାନେ ଯୋଗଦେଇଥିଲେ । ଵୈଠକରେ କରୋନା ମହାମାରି ଯୋଗୁଁ କିଛି ମାସ ହେଲା ବାଜା ମାଲିକଙ୍କ ଯେଉଁ ପେଟପାଟଣା ପାଇଁ ସମସ୍ୟା ଦେଖାଦେଇଛି ଏହା ଉପରେ ଆଲୋଚନା କରାଯାଇଥିଲା । ଏଥିସହ ସମଗ୍ର ପଶ୍ଚିମ ଓଡିଶାର ବାଜା ମାଲିକ ମାନଙ୍କୁ ଏକଜୁଟ କରିବା ସହ ସେମାନଙ୍କ ବିଭିନ୍ନ ସମସ୍ୟା ର ସମାଧାନ କରିବା ପାଇଁ ମିଳିତ ଲଡେଇ କରିବା ପାଇଁ ପଶ୍ଚିମ ଓଡିଶା ବାଜା ମାଲିକ ସଂଘ ଗଠନ କରାଯାଇଥିଲା । ଏହି ଵୈଠକରେ ନୂତନ ଭାବରେ ଗଠିତ ସଂଘ ର ସଭାପତି ଭାବରେ ପ୍ରମୋଦ ଲୁହୁରା, ଉପ ସଭାପତି ଦିଲିପ କୁମାର ବାଗ,ସଂପାଦକ ସୁସାନ୍ତ ବୁଡା,ସହ ସଂପାଦକ ନକୁଲ ଖଡିଆ, କୋଷାଧ୍ୟକ୍ଷ ଅମ୍ବୁଯକ୍ଷ ସୁନା ,ମୁଖ୍ୟ ଉପଦେଷ୍ଟା ପଦ୍ମଶ୍ରୀ ଡକ୍ତର ଜିତେନ୍ଦ୍ର ହରିପାଲ ଓ ନିହାଲ ସିଂ ଙ୍କୁ ମନୋନୀତ କରାଯାଇଥିଲା । ସେହିପରି ସଂଘ ର ଉପଦେଷ୍ଟା ଭାବରେ ସଂପଦ ଭିସର, ବିହାରି କଂସାରି, ବେଳାର ସିଂ ବିଭାର ଙ୍କୁ ମନୋନୀତ କରାଯାଇଛି । କାଯ୍ୟକାରିଣି ସଭ୍ୟ ଭାବରେ ମିଲ ବେହେରା, ସୁରୁ ସିଂ, ଶକ୍ତି ଭିସର ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଵୈଠକରେ ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ଼, ବରଗଡ଼, ସୋନପୁର, ସମ୍ବଲପୁର, ବୈlଦ୍ଧ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର ଜିଲ୍ଲାର ବାଜା ମାଲିକ ମାନେ ଯୋଗ ଦେଇଥିଲେ ।