ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ବୁଧବାର ଦିନ ୧୦୧ ତମ ଦିନରେ ଗତ ଅଗଷ୍ଟ ୧୦ ତାରିଖ ରୁ ସ୍ଥାୟୀ ନୀଯୁକ୍ତି ଦାବୀରେ ଚାଲୁ ଥିବା ରିଲେ ଅନଶନ ରେ ବିରାମ ଲାଗିଛି l ତହସିଲ କାର୍ଯ୍ୟାଳୟରେ ତହସିଲଦାର ଙ୍କ ଉପସ୍ଥିତିରେ ତ୍ରି-ପାକ୍ଷୀକ ବୈଠକରେ ସ୍ଥାୟୀ ନୀଯୁକ୍ତି ର ଲିଖିତ ପ୍ରତିଶୃତି ଦେବାପରେ କର୍ମଜୀବୀ ଏକତା ସଂଗଠନ ତରଫରୁ ରିଲେ ଅନଶନ କୁ ଆଗାମୀ ୨୧ ଦିନ ପାଇଁ ସ୍ଥଗିତ ରଖାଯାଇଛି l ରେଙ୍ଗାଲି ବିଧାୟକ ନାଉରୀ ନାୟକ ଜଟିଆପିପଲ ଠାରେ ଥିବା ରିଲେ ଅନଶନ ସ୍ଥାନ କୁ ଯାଇ ସାଂସଦ ପ୍ରତିନିଧୀ ଯୁଗଲ କିଶୋର ଅଗ୍ରୱାଲ ଓ ଜିଲ୍ଲା ପରିଷଦ ସଭ୍ୟ ତିରୋଜ ହେଡେଞ୍ଜା ଙ୍କ ଉପସ୍ଥିତିରେ ଆନ୍ଦୋଳନ ସ୍ଥାନ ରେ ଥିବା ଗାନ୍ଧୀ ଜୀ ଙ୍କ ପ୍ରତିମୁର୍ତ୍ତି ସମ୍ମୁଖରେ ଥିବା ଅଖଣ୍ତ ଦୀପ କୁ ପ୍ରଭୁ ଶ୍ରୀ ରାମ ଙ୍କ ଚରଣ ସ୍ଥଳକୁ ସ୍ଥାନାନ୍ତର କରିଥିଲେ ଏବଂ ୧୦୧ ତମ ଦିନର ପ୍ରଥମ ପ୍ରର୍ଯ୍ୟାୟରେ ଭାଗ ନେଇଥିବା ଅନଶନ କାରୀ କୁମାରୀ ଜ୍ୟୋଷ୍ନା ଦୀପ ଙ୍କୁ ବିଧାୟକ ଶ୍ରୀ ନାଏକ ଫଳରଶ ପାନ କରାଇ ରିଲେ ଅନଶନକୁ ବିରାମ କରାଇଥିଲେ ଏବଂ ଆଗାମୀ ୨୧ ଦିନ ମଧ୍ୟରେ କମ୍ପାନୀ ଦେଇଥିବା ପ୍ରତିଶୃତି ପାଳନ ନ କଲେ ସେ ନିଜେ ପୁଣିଥରେ ସେହି ଅଖଣ୍ତ ଦିପକୁ ପ୍ରଜ୍ୱଳନ କରି ଆନ୍ଦୋଳନର ନେତୃତ୍ବ ନେବାକୁ ସମସ୍ତ ଅଞ୍ଚଳବାସୀଙ୍କୁ ପ୍ରତିଶୃତି ଦେଇଥିଲେ l ଏହି ଆନ୍ଦୋଳନର ବିରାମ ମାତ୍ର କିନ୍ତୁ ନିଯୁକ୍ତି ତଥା ଅନ୍ୟାନ୍ୟ ମୌଳିକ ସୁବିଧା ପ୍ରଦାନ ନ କରାଯିବା ପର୍ଯ୍ୟନ୍ତ କମ୍ପାନୀକୁ ଅସହଯୋଗ ଆନ୍ଦୋଳନ ଜାରି ରହିବ ବୋଲି କର୍ମଜୀବୀ ଏକତା ସଂଗଠନର ଆବାହକ ହେମନ୍ତ କୁମାର ପାଣ୍ତେ ଆହ୍ବାନ ଦେଇଥିଲେ ଏବଂ ସମସ୍ତ ଖିଣ୍ତାବାସୀ ତରଫରୁ ବୀର ସୁରେନ୍ଦ୍ର ସାଏଙ୍କ ଦାୟଦ ଲାଲ ବୀରେନ୍ଦ୍ର ସାଏ ବିଧାୟକ ମହୋଦୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ରାଜ୍ୟ
ଏନଏଲସି କମ୍ପାନୀର ପ୍ରତିଶ୍ରୁତି-:୧୦୧ ଦିନର ରିଲେ ଅନଶନ ବୁଧବାର ଠାରୁ ସ୍ଥଗିତ ରଖାଗଲା।
- Hits: 227