ହେଡଲାଇନସ୍:

 ଜିଲ୍ଲାରେ କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନଙ୍କ ମୌଳିକ ସମସ୍ୟା ନେଇ ପ୍ରେସ ୟୁନିୟନ ରାୟଗଡ ପକ୍ଷରୁ ସ୍ମାରକପତ୍ର ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ(ସରୋଜ ସାହୁ) :  ଆଜି ପ୍ରେସ ୟୁନିୟନ ରାୟଗଡର ସଭାପତି ଦୟାନନ୍ଦ ଖାଡଙ୍ଗାଙ୍କ ନେତୃତ୍ୱରେ  ଜିଲ୍ଲାରେ କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନଙ୍କ ବିଭିନ୍ନ ମୌଳିକ ସମସ୍ୟା ନେଇ ଏକ ସ୍ମାରକପତ୍ର ରାୟଗଡ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କୁ ପ୍ରଦାନ କରାଗଲା । ବର୍ତ୍ତମାନ ସମଗ୍ର ଦେଶରେ ତଥା ଆମ ରାଜ୍ୟରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟରତ ସାମ୍ୱାଦିକ ମାନେ ଆଉ ନିଜକୁ ସୁରକ୍ଷିତ ମଣୁ ନାହାଁନ୍ତି । ଖବର ସଂଗ୍ରହ ସମୟରେ ସାମ୍ବାଦିକ ମାନେ ଆକ୍ରୋଶର ଶିକାର ମଧ୍ୟ ହଉଥିବା ନଜିର ରହିଛି । ଅନ୍ୟ କିଛି ରାଜ୍ୟ ମାନଙ୍କରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦିଆଯାଇଥିବା ବେଳେ ଓଡ଼ିଶା ସରକାର ସେମିତି କିଛି ଆଖି ଦ୍ରୁଷିଆ ପଦକ୍ଷେପ ନେଇ ନାହାଁନ୍ତି । ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରେସ ୟୁନିୟନ ରାୟଗଡ ତରଫରୁ କିଛି ଦାବୀ ଯଥା ରାୟଗଡ ଜିଲ୍ଲାରେ କାର୍ଯ୍ୟରତ ପ୍ରକୃତ ସାମ୍ବାଦିକ ମାନଙ୍କ ଚିହ୍ନଟ କରିବା ସହ ସେମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ପରିଚୟ ପତ୍ର ପ୍ରଦାନ, ଓଡିଶା ସରକାରଙ୍କ ତରଫରୁ ଦିଆଯାଇଥିବା ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ଦିଆଯାଇଥିବା କାର୍ଡର ନବୀକରଣ ଓ ପ୍ରଦାନ, ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ପୂର୍ବରୁ ଦିଆଯାଇଥିବା ରେଳବାଇ ପାସର ପୁନଃ ପ୍ରଦାନ ଓ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ବାସ ଉପଯୋଗୀ ଜାଗା ପ୍ରଦାନ କରାଇବା ଇତ୍ୟାଦି ଦାବୀ ଗୁଡିକୁ ନେଇ ରାୟଗଡ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରଯାଇଥିଲା । ଏହି ସ୍ମାରକପତ୍ର ପ୍ରଦାନ ସମୟରେ ପ୍ରେସ ୟୁନିୟନ ରାୟଗଡର ସମ୍ପାଦକ ମନୋଜ କୁମାର ସାହୁ, ଉପ ସଭାପତି ସରୋଜ କୁମାର ସାହୁ, ବରିଷ୍ଠ ସଭ୍ୟ ରଶ୍ମୀ ରଂଜନ ଦୋରା, ସୁରେଶ ଚନ୍ଦ୍ର ଦାଶ, ଶ୍ରୀନିବାସ ବଳିୟାର ସିଂ, ଶିବାଜୀ ଦାଶ, ସନ୍ତୋଷ କୁମାର ପାଢ଼ୀ, ଗଣେଶ କୁମାର ସାହୁ ଓ ବରିଷ୍ଠ ସାମ୍ବାଦିକ ଯୋଗେଶ୍ବର ଦାସ ଏବଂ ବୋମାଲି କାନ୍ତାରାଓ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault