ସମ୍ବଲପୁର/ରମାକାନ୍ତ ବିଶ୍ବାଳ- ସମ୍ବଲପୁର ଗୋଟିଏ ପରିବାର ତିଆରି କରୁଛନ୍ତି ସମ୍ପୂର୍ଣ୍ଣ ଦେଶୀ ଗୋବରରେ ଗୋବର ଦୀପ । ଇକୋ ଫ୍ରେଣ୍ଡଲି ସାଙ୍ଗକୁ ଦୁଇ ପଇସା ରୋଜଗାରର ମାଧ୍ଯମ ଦେଲା ୟୁଟୁବ ଆଗକୁ ଦୀପାବଳି ଥିବାରୁ ବଢୁଛି ଚାହିଦା । ସମ୍ବଲପୁର ମୁଦିପଡା ରେ ରହୁଥିବା ସରସ୍ବତୀ ଦେବୀ ଙ୍କ ପରିବାର ତିଆରି କରୁଛନ୍ତି ଏହି ନିଆରା ଗୋବର ଦୀପ ।
ଏମାନେ କୌଣିସ କୁମ୍ଭାର ନୁହନ୍ତି, କି ୟାଙ୍କ ଘରେ କୁମ୍ଭାର ଚକ ବୁଲୁନି । ତଥାପି ଦୀପାବଳି ପାଇଁ ବିନା କୌଣିସ ଯନ୍ତ୍ରରେ ତିଆରି କରି ଚାଲିଛନ୍ତି ଭଳିକି ଭଳି ରଙ୍ଗୀନ ଦୀପ । ତାହା ପୁଣି ସମ୍ପୂର୍ଣ୍ଣ ଇକୋ ଫ୍ରେଣ୍ଡଲି । ତେବେ ଏସବୁ କିନ୍ତୁ ତିଆରି ଚାଲିଛି ଦେଶୀ ଗାଈର ଗୋବରରେ । ଏହେଉଛନ୍ତି ସମ୍ବଲପୁର ମୋଦିପଡା ଦେଉଳବନ୍ଧର ସରସ୍ବତୀ ଦେବୀ । ପୁର୍ବରୁ ଛୋଟ ମୋଟ ବ୍ୟବସାୟ କରି ରୋଜଗାର କରୁଥିଲେ । ହେଲେ ଲକଡାଉନ ଯୋଗୁଁ ବ୍ୟବସାୟ ମାନ୍ଦା ହେବାରୁ ନିଜର ଚିହ୍ନାପରିଚୟ ଚାରପାଲିର କୈଳାସ ମହାକୁରଙ୍କ ସହାୟତାରେ ୟୁଟୁବରୁ ଗୋବର ଦୀପ ତିଆରିର ତରିକା ଶିଖିଗଲେ । ଏବେ ପୁରା ପରିବାର ଏଥିରେ ନିୟୋଜିତ ଅଛନ୍ତି | ୭ ପ୍ରାଣୀ ବିଶିଷ୍ଟ ପରିବାରକୁ ଏବେ ଗୋବରଦୀପ ରୋଜଗାର ଦେଉଛି । ସରସ୍ବତୀଙ୍କ କହିବା ଅନୁସାରେ ଏହା ସମ୍ବଲପୁରରେ ପ୍ରଥମ ଓ ଏହା ସଳିତା ସାଙ୍ଗରେ ପୋଡିଯିବ । ଯାହା ଗୋବର ପୋଡିଲେ ଘରେ ଶୁଭ ବୋଲି ସେ କହିଛନ୍ତି ।
ତେବେ ଏହା କେବଳ ଦେଶୀ ଗାଈ ଗୋବରରେ ତିଆରି ହୋଇପାରୁଛି । ଗୋଟିଏ ଦୀପକୁ ବଜାରରେ ଦେଡ ଟଂକା ର ହିସାବରେ ବିକ୍ରି ହେଉଥିବାବେଳେ ଦିନକୁ ୭୦୦ରୁ ୧୦୦୦ ଦୀପ ତିଆରି କରୁଛନ୍ତି । ଏହାର ଚାହିଦା ଏତେଯେ କୁଆଡେ ବିକ୍ରି କରିବାକୁ ଯିବାକୁ ପଡୁନି । ଲୋକେ ଘରୁ ଆସି ନେଇଯାଉଛନ୍ତି | ଏପର୍ଯ୍ଯନ୍ତ ୧୦ ହଜାର ଦୀପ ତିଆରି କରି ସାରିଲେଣି ସରସ୍ବତୀଙ୍କ ପରିବାର ।
ମହାମାରୀ କରୋନା ବହୁ ଲୋକଙ୍କ ଜିବନ ଜିବିକା କୁ ପ୍ରଭାବିତ କରିଥିବା ବେଲେ ସମ୍ବଲପୁର ର ସରସ୍ବତୀ ଦେବୀ ଙ୍କ ପରିବାର ଗୋବର ରୁ ନିଆରା ଦୀପ ତିଆରି କରି କିଭଲି ସ୍ୱବାଲମ୍ବୀ ହୋଇପାରନ୍ତି ସେନେଇ ଉଦାହରଣ ସୄଷ୍ଟି କରିପାରିଛନ୍ତି ।