ହେଡଲାଇନସ୍:

ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରୁ ପୋଲିସକୁ ମିଳିଲା ବିପୁଳ ବିସ୍ଫୋରକ ସାମଗ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି(B Srinibas Patra) :  ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଓଡ଼ିଶା ପୁଲିସ୍‌ ଓ ବିଏସଏଫର ଏସଓଜି ଓ ଡିଭିଏଫ୍‌ ପକ୍ଷରୁ ମିଳିତ ଅପରେସନ୍ କରାଯାଇଥିଲା | ଯାଫଳରେ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ମାଓବାଦୀ ସଂଗଠନ । ଯବାନ ଓ ବିଏସଏଫର ଜୋରଦାର କମ୍ବିଂ ଓ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବାକୁ ସ୍ଥାନୀୟ ଲୋକଙ୍କ ଆଗ୍ରହ ମାଓ ସଂଗଠନ କୁ ଦୁର୍ବଳ କରିବାରେ ଲାଗିଛି । ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରୁ ଆଜି ପୋଲିସକୁ ମିଳିଛି ବିପୁଳ ବିଷ୍ଫୋରକ ସାମଗ୍ରୀ । ଜୋଡାମ୍ବ ଥାନା ଅନ୍ତର୍ଗତ ଅଣ୍ଡ୍ରାପାଲ୍ଲି ଗାଁ ନିକଟସ୍ଥ ଅଡାପଦର ଜଙ୍ଗଲରେ ଏସଓଜି, ଡିଭିଏଫ ଏବଂ ବିଏସଏଫ ବାହିନୀର ମିଳିତ କୁମ୍ବିଂ ଅପରେସନ ବେଳେ ଜବତ ହୋଇଛି ଏହି ସବୁ ବିଷ୍ଫୋରକ । ମାଓବାଦୀଙ୍କ ଆନ୍ଧ୍ର-ଓଡିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର କ୍ୟାଡରମାନେ କିଛିଦିନ ଧରି ଅରାପଦର ଜଙ୍ଗଲରେ ଏକ କ୍ୟାମ୍ପ କରି ରହିଥିବା ଗୁଇନ୍ଦା ବିଭାଗକୁ ସୁଚନା ମିଳିଥିଲା । ସୂଚନା ଆଧାରରେ ଯବାନମାନେ ଅପରେସନ ଆରମ୍ଭ କରିଥିଲେ । ଯବାନ ଙ୍କୁ ଦେଖି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ଶିବିର ଯାଞ୍ଚ କଲାବେଳେ ଯବାନଙ୍କ ଆଖି ଖୋସି ହୋଇଯାଇଥିଲା । ସେଠାରେ ଥିଲା ୩.୩ ରାଇଫଲର ୯୩ଟି ଗୁଳି, ୫୫ଟି ୯ ଏମଏମ ପିସ୍ତଲର ଗୁଳି, ୧୩ ଟି ଇଲେକଟ୍ରନିକ ଡିଟୋନେଟର, ୧୪ ଟି ଲ୍ୟାଣ୍ଡମାଇନ ଓ କିଛି ନକ୍ସଲ ପ୍ରଚାରପତ୍ର । ସ୍ବାଭିମାନ ଅଞ୍ଚଳରେ ମାଓବାଦୀମାନେ ଏକ ବଡ ଧରଣର ହିଂସାକାଣ୍ଡ ଘଟାଇବାର ଯୋଜନା କରୁଥିଲେ ବୋଲି ମାଲକାନଗିରି ଏସପି କହିଛନ୍ତି ।

0
0
0
s2sdefault