ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)-ଅବିଭକ୍ତ ସମ୍ବଲପୁର ଜିଲ୍ଲା ରେ ଦିନକୁ ଦିନ ଗଢି ଉଠୁଥିବା ବୃହତ ଶିଳ୍ପାନୁଷ୍ଠାନ ଓ ଖଣି ଖନନ ପାଇଁ ଜନସଂଖ୍ୟା ବୃଦ୍ଧି ସଙ୍ଗେ ସଙ୍ଗେ ହୁହୁ ହୋଇ ବଢି ଚାଲିଛି ଯାନବାହାନ ସଂଖ୍ୟା । ବିଶେଷ କରି ମାଲ ପରିବହନ ପାଇଁ ଭାରି ଯାନବାହନ ର ଚଳାଚଳ ପାଇଁ ଆବଶ୍ୟକୀୟ ରାସ୍ତା ନଥିବାରୁ ଅଯଥା ରେ ଦେଖା ଯାଉଛି ଟ୍ରାଫିକ ସମସ୍ୟା ଓ ଦୈନନ୍ଦିନ ଘଟୁଛି ଛୋଟ ବଡ଼ ଦୁର୍ଘଟଣାମାନ । ବର୍ଷ ବର୍ଷ ଧରି ମନ୍ଥର ଗତି ରେ ଚାଲିଛି ବିଭିନ୍ନ ରାଜପଥ ର ସମ୍ପ୍ରସାରଣ ସହିତ ଅନ୍ୟାନ୍ୟ ଆନୁସାଙ୍ଗିକ ନିର୍ମାଣ କାର୍ଯ୍ୟ । ରାଜ୍ୟ ସରକାର ଙ୍କର ଅସହଯୋଗ ଓ ବିଭାଗୀୟ ଅଧିକାରୀ ଙ୍କ ନିଷ୍କ୍ରିୟତା ଯୋଗୁଁ ଆଗେଇ ପାରୁ ନାହିଁ ଅନେକ ପ୍ରକଳ୍ପ । ଏସବୁ ଅବ୍ୟବସ୍ଥା ପାଇଁ ଲୋକେ ଭୋଗୁଛନ୍ତି ନାହିଁ ନଥିବା ଅସୁବିଧା । ବହୁ ସମୟରେ ଏଥିପାଇଁ ମୁଣ୍ଡ ଟେକୁଛି ଅନେକ ଜନଆନ୍ଦୋଳନ । ଏସବୁ କୁ ଦୃଷ୍ଟି ରେ ରଖି ଆଜି ବରଗଡ଼ ସାଂସଦ ସୁରେଶ ପୂଜାରୀ ରାଷ୍ଟ୍ରୀୟ ରଜ ମାର୍ଗ ପ୍ରାଧିକାରଣ ର ଅଧିକାରୀ ଓ ବିଭିନ୍ନ ଠିକା ସଂସ୍ଥାର ପ୍ରତିନିଧି ଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପ ସଙ୍ଗେ ସଙ୍ଗେ ଅନେକ ନୂତନ ପ୍ରକଳ୍ପ ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ ସାଂସଦ ଶ୍ରୀଯୁକ୍ତ ପୂଜାରୀ ।
ବରଗଡ଼, ଝାରସୁଗୁଡା ଓ ସମ୍ବଲପୁର କୁ ସଂଯୋଗ କରୁଥିବା ରାଷ୍ଟ୍ରୀୟ ରାଜମାର୍ଗ ର ପ୍ରଶସ୍ତିକରଣ , ଉନ୍ନତିମୂଳକ କାର୍ଯ୍ୟ ବିଷୟରେ ଆଲୋଚନା ହୋଇଥିଲା । ଯଥା ବରଗଡ ମୁନିସିପାଲିଟି ର ଚତୁର୍ଦିଗରେ ରିଂ ରୋଡ, ବରଗଡ ରୁ ବିକାଶ ହସ୍ପିଟାଲ ପର୍ଯ୍ୟନ୍ତ ଫ୍ଲ୍ୟଏ ଓଭର ବ୍ରିଜ , ସୋହେଲା ସର୍ଭିସ ରୋଡ, ସୋହେଲା ଫୁଟ ଓଭର ବ୍ରିଜ, ଘୁଲିପାଲି ଫୁଟ ଓଭର ବ୍ରିଜ ଏବଂ ସର୍ଭିସ ରୋଡ଼ , ଭଟଳି ଛକ ଦୁଇ ପାର୍ଶ୍ଵରେ, ବ୍ରାମହଚାରି, ପ୍ରଧାନପାଲି ଏବଂ ଜାରମୁଡା ରେ ସ୍ଲିପ ରୋଡ଼ । ରେଙ୍ଗାଲି କେପ, ଦଶମାଲି ଛକରେ ସର୍ଭିସ ରୋଡ଼ । ହଲଦୀପାଳି ପାଖ ସହିଦ ଛକ, ସୋହେଲା ଛକ ର ସୌନ୍ଦର୍ଯ୍ୟ କାରଣ, ସୋହେଲା - ବରପାଲି- ବିନିକା ର ସଂଯୋଗୀକରଣ, ଏହା ସହିତ ଝାରସୁଗୁଡା- ବେଳପାହାଡ଼ NH - 49 ଓ ଝାରସୁଗୁଡା - ତିଲେଇବଣି ରାସ୍ତା କୁ ୪ ଲେନ ପ୍ରସ୍ତାବ, ପ୍ରସନ୍ନ ପଣ୍ଡା ଛକ ରେ ଫ୍ଲ୍ୟ ଓଭର ବ୍ରିଜ ସହିତ ଇବ ନଦୀ ଉପରେ ଝୁଲନ୍ତା ବ୍ରିଜ ପାଇଁ ବିଶେଷ ଆଗ୍ରହ କରିଥିଲେ । ସମ୍ବଲପୁର ଅନୁଗୁଳରାଷ୍ଟ୍ରୀୟ ରାଜମାର୍ଗ ର କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ ସମ୍ପୃକ୍ତ ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ ଦେଇଥିଲେ। ବଡରମା ରାଷ୍ଟ୍ରୀୟ ରାଜମାର୍ଗ ର ପ୍ରଶସ୍ତିକରଣ ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ । ସମ୍ବଲପୁର ବରଗଡ଼ ର ଲକ୍ଷ୍ମୀ ଡୁଙ୍ଗୁରିରେ ଟନେଲ ନିର୍ମାଣ, ଅଇଁଠାପାଳି ଫ୍ଲଏ ଓଭର ବ୍ରିଜ ନିର୍ମାଣ, ସେଣ୍ଡ ଯୋନ ଛକରେ ଅଣ୍ଡର ପାସ ।
ଆଲୋଚନା ରେ NHAI ର ରିଜିନାଲ ଅଧିକାରୀ (RO) ରାମପ୍ରସାଦ ପଣ୍ଡା ଓ ପ୍ରକଳ୍ପ ନିର୍ଦେଶକ ଭାଙ୍କେତେଶ୍ୱରଲୁ, ଭଟ ଭୋଇ, ଅଶୋକା ବିଲଡ଼କନ ଓ ଗାୟିତ୍ରୀ କଂଷ୍ଟ୍ରକ୍ସନ ର ପ୍ରତିନିଧି , ବରଗଡ଼ ବିଜେପି ଜିଲ୍ଲା ସଭାପତି ଅଶ୍ୱିନୀ ସଡଙ୍ଗୀ, ଝାରସୁଗୁଡା ବିଜେପି ପୂର୍ବତନ ସଭାପତି ଦୀନେଶ ଯେନ ଙ୍କ ଉପସ୍ଥିତ ରହିଥିଲେ । ଏ ସମସ୍ତ ବିଷୟରେ ଆଲୋଚନା କରି ଅତି ଶୀଘ୍ର ଶେଷ କରିବା ପାଇଁ ଅଧିକାରୀଙ୍କୁ ପରାମର୍ଶ କରିଥିଲେ ।