ହେଡଲାଇନସ୍:

ଫୁଲକୋବିର ଅଭାବୀ ବିକ୍ରୀ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଯହିଁ ଗୋଟିଏ ପଟେ ଦେଶର ନିତ୍ୟ ବ୍ୟବହାର୍ଯ୍ୟ ପନିପରିବା ଓ ଖାଦ୍ୟ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢ଼ି ଚାଲିଛି, ତହିଁ ଅନ୍ୟ ପକ୍ଷରେ ଚାଷୀମାନଙ୍କୁ ମିଳୁ ନାହିଁ ଦାମ। ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକର ବିଭିନ୍ନ ସ୍ଥାନରେ  ଚାଷୀ ଫୁଲକୋବି ଚାଷ ଏଥର ଅନେକ ପରିମାଣରେ କରିଛନ୍ତି। ମାତ୍ର ଲକ ଡାଉନ ପରେ ଯଦିବା ଫୁଲକୋବି ଖୋଲା ବଜାରରେ ୮୦ ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି, ଚାଷୀକୁ କିନ୍ତୁ ବେପାରୀ କମ ମୂଲ୍ୟରେ ବିକ୍ରି କରିବା ପରିସ୍ଥିତି ସୃଷ୍ଟି କରୁଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି।  ଦାମ ଅନେକ ହେଉଛି ବୋଲି ଅଭିଯୋଗ କରି ଚାଷୀ ପାଖରୁ ସଜ ଫୁଲକୋବି ନ କିଣି ଚାଷୀକୁ ତା ହାଲରେ ଛାଡ଼ି ଦେଉଥିବାରୁ ବାଧ୍ୟ ହୋଇ ଚାଷୀ ଏହାକୁ କମ ଦାମରେ ଛାଡ଼ିବାକୁ ବାଧ୍ୟ ହେଉଛି। ମାତ୍ର ଚାଷୀ ପାଖରୁ ୧୦ ରୁ ୧୫ ଟଙ୍କାରେ କିଣି ବେପାରୀ ବେଶ ଲାଭ କରୁଛନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଚାଷୀମାନେ ଅନୁରୋଧ କରିଛନ୍ତି।

0
0
0
s2sdefault