ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି ଆପାଙ୍ଗ ଆଓ ଦିନିକିଆ ଗଜପତି ଗସ୍ତରେ ଆସି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପଦକ୍ଷଣ କକ୍ଷରେ ପହଞ୍ଚିଥିଲେ। ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ଉନ୍ନତି ମୂଳକ କାର୍ଯ୍ୟକ୍ରମ ଗୁଡିକୁ ସମୀକ୍ଷା କରିଥିଲେ ।
ଜିଲ୍ଲାରେ କରୋନା ଭାଇରସ୍ ସଂକ୍ରମଣ ସ୍ଥିତି ସଂପୂର୍ଣ୍ଣ ହ୍ରାସ ପାଇବା ବିଷୟରେ ଆଲୋଚନା କରିଥିଲେ । ବିଶେଷ କରି ପ୍ଲାଜମା ଦାନ ବିଷୟରେ ରକ୍ତ ନମୂନା(ସ୍ୟାମ୍ପୁଲ) ସଂଗ୍ରହକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ । ଆସନ୍ତା କାଲି ହର୍ଟିକଲଚରିଷ୍ଟ ପରୀକ୍ଷାର ପ୍ରାକ୍ ପ୍ରସ୍ତୁତି ଅନୁଧ୍ୟାନ କରିବାପାଇଁ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟକୁ ଯାଇଥିଲେ ।
ଏ ସମସ୍ତ କାର୍ଯ୍ୟକ୍ରମକୁ ସଠିକ ଭାବରେ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନକୁ ଭୂୟସୀ ପ୍ରଶଂସା କରିଥିଲେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ।
ସମୀକ୍ଷା ବୈଠକ ତଥା ଅନୁଧ୍ୟାନରେ ଜିଲ୍ଲାପାଳ ଅନୁପମ ସାହାଙ୍କ ସମେତ ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା , ପ୍ରକଳ୍ପ ନିର୍ଦ୍ଦେଶକ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ମହେଶ କୁମାର ଚୌଧୁରୀ , PA ITDA ସରୋଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।