ହେଡଲାଇନସ୍:

ବିକାଶ ନିଖୋଜ, ବେଖବର ପ୍ରଶାସନ : ମୌଳିକ ସୁବିଧା ୫ ଗ୍ରାମବାସୀଙ୍କ ପାଇଁ ସାତ ସପନ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ମାଲକାନଗିରି/ ବି ଶ୍ରୀନିବାସ ପାତ୍ର ::  ଜିଲ୍ଲାର ଖାଇରପୁଟ ବ୍ଲକ ପାର୍କନମାଲା ପଞ୍ଚୟତ ଅନ୍ତର୍ଗତ ପୂଜାରୀଗୁଡା ଗାଁ ରେ ଅପହଞ୍ଚ ହୋଇ ରହିଛି ସରକାରୀ ଯୋଜନା । ଘଞ୍ଚ ଜଙ୍ଗଲ ଓ ପହାଡ କୁ ଲାଗି ରହିଥିବା ଏହି ଗଣପତି ଗୁଡା ଗାଁରେ ପ୍ରାୟ ୧୫ ରୁ ଉର୍ଦ୍ଧ ଆଦିବାସୀ ପରିବାର ର  ପ୍ରାୟ ଶହେ ରୁ ଅଧିକ ଲୋକେ ଦୀର୍ଘ ବର୍ଷ ଧରି ବସବାସ କରି ଆସୁଛନ୍ତି । ହେଲେ ପ୍ରକୃତରେ ଏହି ଗାଁରେ ରହୁଥିବା ନିରୀହ ନିଷ୍କପଟ ଆଦିବାସି ଲୋକଙ୍କୁ ବିକାଶର ଶବ୍ଦ ବୁଝାଇବାକୁ ସେମାନଙ୍କର ପାଖରେ କେହି ନାହାନ୍ତି । ମୁଖ୍ୟସ୍ରୋତରେ ସାମିଲ କରିବାକୁ  ନିର୍ବାଚିତ ଜନ ପ୍ରତିନିଧି ଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ମାନଙ୍କ ପାଖରେ ଯେତେ ନେହୁରା ହେଲେ ବି  କେହି କର୍ଣ୍ଣପାତ କରୁ ନ ଥିବା ଯୋଗୁଁ ଏଠାରେ ପାନୀୟଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଓ ବିଦ୍ୟୁତ ଭଳି ମୌଳିକ ସୁବିଧା ଗ୍ରାମ ବାସୀଙ୍କ ପାଇଁ ସାତ ସପନ ପାଲଟିଛି ।

ଯାହା ଫଳରେ ଏହି ଗ୍ରାମଟି ପଞ୍ଚୟତ କାର୍ଯ୍ୟାଳୟ ଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଥାଇ ମଧ୍ୟ  ବିଛିନ୍ନ।ଞ୍ଚଳ କଷ୍ଟ ଭୋଗିବା ସହ  ବହୁ ଯନ୍ତ୍ରଣାରେ ଦୁଃଖ ଜର୍ଜରିତ ଓ ଦୁର୍ବିସହ ଜୀବନ ବିତାଉଛନ୍ତି ବୋଲି ଉକ୍ତ  ଗ୍ରାମବାସୀ କୋହ ଭରା କଣ୍ଠରେ ପ୍ରକାଶ କରିଛନ୍ତି ।

 ଗ୍ରାମବାସୀଙ୍କ କହିବାନୁସାରେ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ କିଛି ବର୍ଷ ପୂର୍ବେ ଏହି ଗାଁରେ ଏକ ନଳକୂପ ଯୋଗାଇ ଦିଆଯାଇଥିଲା ।ଏହି ଏକ ମାତ୍ର ନଳକୂପଟି ଦୀର୍ଘ ଦୁଇ ବର୍ଷ ହେଲା ସମ୍ପୁର୍ଣ ଅଚଳ ହୋଇ ପଡିଛି । ଫଳରେ ଉତ୍କଟ ଜଳ କଷ୍ଟ ଭୋଗୁଛନ୍ତି ଗ୍ରାମବାସୀ ।ଗାଁ ରେ କୂଅ କିମ୍ବା ପୋଖରୀ  ନ ଥିବାରୁ ଗାଁ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ପାହାଡ ଉପରେ ଥିବା ଏକ ଚୁଆ ରୁ ପାଣି ସଂଗ୍ରହକରି ଉକ୍ତ ପାହାଡର ଘଞ୍ଚ ଜଙ୍ଗଲ ରେ ପାହାଡିଆ ପାଦ ଚଲା ରାସ୍ତାରେ ମହିଳାମାନେ ମୁଣ୍ଡରେ ଓ ପୁରୁଷ ଲୋକମାନେ କାଉଡ଼ି କରି ହାଣ୍ଡିରେ ପାଣି ବହୁ କଷ୍ଟରେ ବୋହି ଆଣି ସଂସାର ଚଳାଉଛନ୍ତି । ହେଲେ ଏତିକି ରେ ସରିନି ଗାଁ ଲୋକଙ୍କ ଦୁଃଖ ଓ ଲାଗି ରହିଥିବା ସମସ୍ୟା 

ବିଡ଼ମ୍ବନାର ବିଷୟ ଏହି ଗ୍ରାମବାସୀ ଙ୍କୁ ବିଦ୍ୟୁତ ସେବା ଯୋଗାଇ ଦେଉଥିବା ଗାଁର ଟ୍ରାନ୍ସଫର୍ମର ଟି ପ୍ରାୟ ଚାରି ବର୍ଷ ହେବ କୌଣସି କାରଣରୁ ପୋଡି ଯାଇଛି   ଫଳରେ ଦୀର୍ଘ ଚାରି ବର୍ଷ ହେବ ଗ୍ରାମବାସୀ ବିଦ୍ୟୁତ ସେବାରୁ ବଞ୍ଚିତହୋଇଛନ୍ତି । ସନ୍ଧ୍ୟା ହେଲେ ବତୀ ଆଳୁଅରେ ପିଲାମାନେ ପଠା ପଢିବାକୁ ବାଧ୍ୟ ହେଉଛନ୍ତି । ବିଦ୍ୟୁତ ନ ଥିବାରୁ ଏହି ଗାଁ ଟି  ସମୁର୍ଣ୍ଣ ଅନ୍ଧାର  ହୋଇ ରହୁଛି । ଗାଁ ଟି ଘଞ୍ଚପାହାଡ ଓ ଜଙ୍ଗଲ କୁ ଲାଗି ରହିଥିବାରୁ  ସନ୍ଧ୍ୟା ହେଲେ ବାଘା, ଭାଲୁ ଭଳି ବହୁ ବନ୍ୟଜନ୍ତୁ ଓ ସରୀସୃପ ଙ୍କ ଭୟ ଲାଗି ରହୁଥିବାରୁ ଲୋକମାନେ ବିପଦ ସଂକୁଳ ଅବସ୍ଥାରେ ରାତି ବିତାଉଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି ।

ତେବେ ବ୍ଲକ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ହତକ୍ଷପ  କରି  ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଗଣପତି ଗୁଡା ଗ୍ରାମବାସୀଙ୍କୁ  ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ କେବେ ନିଆ ଯାଉଛି ପଦକ୍ଷେପ ।ଗଣପତି ଗୁଡା ଗାଁରେ ସରକାରୀ ଯୋଜନା କେବେ  ପହଂଚୁଛି ଓ ଗ୍ରାମବାସୀ କେବେ ଉପକୃତ ହେଉଛନ୍ତି ତାହା ଦେଖୀବାକୁ ବାକି ରହିଲା

0
0
0
s2sdefault