ସ୍ବାଭିମାନ ଅଞ୍ଚଳ ପାଇଁ ପ୍ରସ୍ତୁତ ହେଉଛି ରଣନୀତି ।
ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ଲାଲଗଡରେ ଡିଜିପି ଅଭୟ | ମାଲକାନଗିରିର ଲାଲଗଡ ଭାବେ ପରିଚିତ ସ୍ବାଭିମାନ ଅଞ୍ଚଳର ଗୋରାସେତୁ ଠାରେ ନିକଟରେ ସ୍ଥାପିତ ବିଏସଏଫ କ୍ୟାମ୍ପରେ ପହଞ୍ଚି ଥିଲେ । ଡିଜିପିଙ୍କ ଏହା ପ୍ରଥମ ଗସ୍ତ ହୋଇଥିବା ବେଳେ ତାଙ୍କ ସହିତ ମାଲକାନଗିରିର ଏସପି ଋଷିକେଶ ଖିଲାରୀ ରହିଥିଲେ ।
ଲାଲଗଡରେ ଅଭୟ ବିଏସଏଫ କ୍ୟାମ୍ପରେ ଉଚ୍ଚପଦସ୍ତ ଅଧିକାରୀଙ୍କ ସହିତ ଅଭୟ ମିଳିତ ବୈଠକ କରିଥିଲେ । ମାଓବାଦୀଙ୍କୁ କିଭଳି ଦମନ କରାଯିବ ଏବଂ କେମିତି ସ୍ବାଭିମାନ ଅଞ୍ଚଳର ଲୋକଙ୍କୁ ମାଓବାଦୀଙ୍କ କବଳରୁ ସୁରକ୍ଷା ଦିଆଯାଇ ପାରିବ ସେଥିପାଇଁ ଏକ ରଣନୀତି ପ୍ରସ୍ତୁତ କରାଯାଇଛି । ଏହାବ୍ୟତୀତ ଅଞ୍ଚଳର ବିକାଶ ଦିଗକୁ ମଧ୍ୟ ଦୃଷ୍ଟି ଦେଇଛନ୍ତି ଡିଜିପି ଅଭୟ କୁମାର । ଆଜି ଡିଜିପି ଗୋରାସେତୁକୁ ଆସିଥିବା ବେଳେ ଗତକାଲିଠୁ ସ୍ବାଭିମାନ ଆକାଶରେ ପଇଁତରା ମାରିଥିଲା ବାୟୁସେନାର ଲଢୁଆ ହେଲିକପ୍ଟର। ବାୟୁସେନାର ହେଲିକପ୍ଟର ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଗୁରାସେତୁ ଆକାଶ ମାର୍ଗରୁ ସୁରକ୍ଷା ଯାଞ୍ଚ କରିଥିଲା । ଆଜି ମାଲକାନଗିରିରେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ବକ୍ତବ୍ୟରେ ଜିଲ୍ଲା ରେ ବିଏସ ଏଫ ଏବଂ ଅନ୍ୟ ବାଟାଲିୟନ ସହାୟତାରେ ମଓ ଦମନ ଓ ଯାତାୟତ ଏବଂ ସ୍ୱାଭିମାନ ଅଞ୍ଚଳରେ ବିକାଶ କାର୍ଯ୍ୟକୁ ତ୍ଵରାନିତ କରିବା ନେଇ ଯୁକ୍ତି ବାଢିଥିଲେ । ଲାଲବାହିନୀର ଭୟ ହଟାଇ ସ୍ବାଭିମାନ ଅଞ୍ଚଳର ସ୍ୱାଭାବିକ ସ୍ଥିତି ସୃଷ୍ଟି କରିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଉଛି ବୋଲି ଡିଜିପି ପ୍ରତିଶ୍ରୁତି ଦେଇଛନ୍ତି |