ଏସସି ଏସଟି ବିକାଶ ବିଭାଗର ପ୍ରକାଶିତ ରୀଜଲ୍ୟୁସନ ସ୍ଥଗିତ ରଖି ମୁଖ୍ୟମନ୍ତ୍ରୀ ତଲବ କଲେ ଫାଇଲ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଏସସି ଏସଟି ଛାତ୍ରଛାତ୍ରୀଙ୍କ ମାଟ୍ରିକ ପରବର୍ତ୍ତୀ ସ୍କଲାରସିପରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନଵୀନ ପଟ୍ଟନାୟକ କହିଛନ୍ତି | ସେମାନେ ବର୍ତ୍ତମାନ ପ୍ରଚଳିତ ହାରରେ ସ୍କଲାରସିପ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି |
ଏହି ମର୍ମରେ ଏସସି ଏସଟି ବିକାଶ ବିଭାଗ ଦ୍ଵାରା ଏ ସମ୍ପର୍କରେ ପ୍ରକାଶିତ ରୀଜଲ୍ୟୁସନ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଆଦେଶ ଦେବା ସହିତ ଏ ସମ୍ପର୍କୀତ ଫାଇଲଟିକୁ ବିଶଦ ଅନୁଧ୍ୟାନ ପାଇଁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯାଳୟକୁ ପଠାଇବା ପାଇଁ ସେ ଆଦେଶ ଦେଇଛନ୍ତି |