ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ ମହୋଦୟ, ଏଇତ ୧୮ ବର୍ଷର ବିକାଶ :  ପ୍ରଶାସନକୁ ସରମ ଟିକେ ଥିଲେ ସିନା ହୁଅନ୍ତା !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୨୦ ବର୍ଷ ଅପେକ୍ଷା  ପରେ ବି ହେଲାନି ରାସ୍ତା ନିର୍ମାଣ, ଅର୍ଥ ଓ ଶ୍ରମଦାନ କରି ଗାଁ ଲୋକ ତିଆରି କଲେ ରାସ୍ତା 

22-05-18-gaan.jpg - 96.73 kB

ହରଭଙ୍ଗା, ବୌଦ୍ଧ (ସିମୁନ୍ ନାଏକ) ; ହରିଜନ ଆଦିବାସୀ ବିକାଶ ପାଇଁ ସରକାରଙ୍କ ଅନ୍ତର କୋହରେ ଫାଟି ପଡୁଛି |  ସରକାର ପ୍ରଚାର ପ୍ରସାର ମାଧ୍ୟମରେ ମାକୁ ସମ୍ମାନ ଗାଁକୁ କାମର ନାରା ଦେଇ ଗ୍ରାମାଂଚଳର ଉନ୍ନତି ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଆଦିବାସୀ ଓ ହରିଜନ ସମ୍ପ୍ରଦାୟର ସାମୁହିବ ବିକାଶ ପାଇଁ ସ୍ୱତନ୍ତ୍ର ଆର୍ଥôକ ଅନୁଦାନ ଯୋଗାଇ ଦେଉଛନ୍ତି । ମାତ୍ର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଦୀର୍ଘ ୨୦ ବର୍ଷ ହେଲା ଅଣଦେଖା ହୋଇ ପଡିରହିଥିବା ଏକ ରାସ୍ତାର ଉନ୍ନତିକରଣ କାମ ହୋଇନପାରିବାରୁ ଶେଷରେ ୪ଟି ଗ୍ରାମର ଗ୍ରାମବାସୀମାନେ  ଚାନ୍ଦାଭେଦା ଓ ଶ୍ରମଦାନ କରି ନିଜରାସ୍ତା ନିଜେ ନିର୍ମାଣ କରିବା ଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରାପ୍ତସୂଚନା ଅନୁଯାଇ ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଂଚାୟତର ଝାରଖମଣ ପୁର୍ତରାସ୍ତା ଠାରୁ ଧୁଙ୍ଗିଆମୁଣ୍ଡା ପର୍ଯ୍ୟନ୍ତ ଯାଇଥିବା ନିତିଦିନିଆ ଏକମାତ୍ର ମାଟିରାସ୍ତା ଉପରେ ସେହିପଂଚାୟତର କଣ୍ଠିପଦର, ଗୁଣ୍ଡୁରିସାହି, ଧୁଙ୍ଗିଆମୁଣ୍ଡା, ଲେଡିସାହି , ଟାଙ୍ଗୁରକୁପା, ଚାନ୍ଦୁଗାଡୁ ଆଦି ଗ୍ରାମବାସୀ ସମେତ ହରଭଙ୍ଗା ପଂଚୟତର ଦମଣ୍ଡା, ତଳଗାଁ ପଂଚାୟତର ବଡଖଜୁରି, ସାନଖଜୁରି ଗ୍ରାମର ପ୍ରାୟ ୬ ଶହ ପରିବାର ର ଅଢେଇ ହଜାର ରୁ ଉର୍ଦ୍ଧ ସଦସ୍ୟ ଯାତାୟାତ ପାଇଁ ସମ୍ପୁର୍ଣ ଭାବରେ ନିର୍ଭର କରିଥାନ୍ତି । ଗତ ୨୦ ବର୍ଷ ପୁର୍ବରୁ ଛତ୍ରଙ୍ଗ ପଂଚାୟତ ତରଫରୁ ଏହି ମାଟି ରାସ୍ତାଟି ନିର୍ମାଣ ହୋଇଥିଲା ମାତ୍ର ପରବର୍ତୀ ସମୟରେ ଆଜିଯାଏଁ ଏହି ରାସ୍ତାର ଉନ୍ନତୀରଣ କାର୍ଯ୍ୟ କରାଯାଇନାହିଁ । ଫଳରେ ମୁଖ୍ୟତଃ ବର୍ଷାଦିନେ ଏହି ରାସ୍ତାରେ ଆଣ୍ଠୁଏ ପର୍ଯ୍ୟନ୍ତ କାଦୁଅ ହେବା ଯୋଗୁଁ ସ୍ଥାନୀୟ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଲକ୍ଷ୍ୟକରାଯାଇଛି । ବର୍ଷା ୪ ମାସ ତକ ଏହି ରାସ୍ତା ଦେଇ ଯାନବାହାନ ଚଳାଚଳ ତ ଦୂରର କଥା ଖାଲିପାଦରେ ଚାଲିବା ମଧ୍ୟ କଷ୍ଟକର ହୋଇପଡିଛି । ଏନେଇ କଣ୍ଠିପଦର, ଗୁଣ୍ଡୁରିସାହି, ଧୁଙ୍ଗିଆମୁଣ୍ଡା, ଲେଡିସାହି , ଟାଙ୍ଗୁରକୁପା, ଚାନ୍ଦୁଗାଡୁ ଆଦି ଗ୍ରାମର ଗ୍ରାମବାସୀ ମାନେ ସ୍ଥାନୀୟ ସରପଂଚ ଙ୍କ ଠାରୁ ଆରମ୍ଭ କରି ବିଡିଓ ଜିଲ୍ଲାପାଳ ଓ ନିର୍ବାଚନ ମଣ୍ଡଳିର ବିଧାୟକ ଙ୍କୁ ବାରମ୍ବାର ଜଣାଇବା ସତ୍ୱେ କେହି ଏଦିଗରେ ଦୃଷ୍ଟି ନଦେବାରୁ ବାଧ୍ୟହୋଇ ସେମାନେ ନିଜରାସ୍ତା ନିଜେ ନିର୍ମାଣ କରିବାକୁ ନିସ୍ପତି ନେଇଥିବା ଗ୍ରାମବାସୀ ମାନେ କହିଛନ୍ତି । ଏପରିକି ବର୍ଷାଦିନେ ସେହି ରାସ୍ତାରେ ଆମ୍ବୁଲାନ୍ସ ଯାଇନପାରିବା ଯୋଗୁଁ ରୋଗୀଙ୍କ ସମେତ ଗର୍ଭବତୀ ଓ ପ୍ରସୂତୀ ମହିଳାମାନେ ବହୁ ଅସୁବିଧାରେ ପଡୁଥିବା କୁହାଯାଉଛି । ଅନ୍ୟପଟେ ରାସ୍ତାପାଇଁ ଚଳିତ ବର୍ଷ ପଲ୍ଲିସଭା ଓ ଗ୍ରାମସଭା ରେ ମଂଜୁର ହୋଇ ତାଲିକା ଭୁକ୍ତ ହୋଇଥିକେ ମଧ୍ୟ ପଂଚାୟତ ପକ୍ଷରୁ ସେହି ତାଲିକା ବ୍ଲକରେ ଦାଖଲ କରିବା ସମୟରେ ଉଦେ୍ଧଶ୍ୟ ମୂଳକ ଭାବେ ସେଥିରୁ ବାଦ ଦିଆଯାଇଥିବା ଜାଣିବା ପରେ ୬ ଖଣ୍ଡ ଗ୍ରାମର ଲୋକେ ମିଟିଙ୍ଗ କରି ପ୍ରତି ଘର ପିଛା ଟଙ୍କା ଚାନ୍ଦା କରାଯାଇ କାର୍ଯ୍ୟରେ ଟ୍ରାକ୍ଟର ଓ ଜେସିପି ମେସିନ ମଧ୍ୟ ଲଗାଇବା ସହିତ ସ୍ଥାନୀୟ ପୁରୁଷ ଓ ମହିଳା ମାନେ ମିଶି ରାସ୍ତା କରିଥିଲେ । ତେବେ ଏହିସବୁ ଗ୍ରାମରେ ୯୦ ପ୍ରତିଶତ ଲୋକ ଆଦିବାସୀ ଓ ହରିଜନ ସମ୍ପ୍ରଦାୟର ହୋଇଥିବା ସତ୍ୱେ ରାଜନେତାଙ୍କ ଇଚ୍ଛାଶକ୍ତି ଓ ପ୍ରଶାସନିକ ବୈମାତୃକ ମନୋଭାବ ଯୋଗୁଁ ସେମାନଙ୍କୁ ସର୍ବନିମ୍ନ ମୌଳିକ ସୁବିଧାରୁ ବଂଚିତ ହେବାକୁ ପଡୁଥିବା ସେମାନେ ଅଭିଯୋଗ କରିଛନ୍ତି । ଏପରିକି ଆବଶ୍ୟକ ପଡିଲେ ସେମାନେ ଆଗାମୀ ସାଧାରଣ ନିର୍ବାଚନ ବେଳେ ଭୋଟ ବର୍ଜନ କରିବାକୁ ପଛେଇବେ ନାହିଁ ବୋଲି କହିଛନ୍ତି । 

ତେବେ ଏଠି କାହାକୁ ଅଯୋଗ୍ୟ କହିବା ??? ଭୋଟ ଦେଇଥିବା ଲୋକଙ୍କୁ, ନା ଭୋଟ ପାଇଥିବା ଲୋକପ୍ରତିନିଧିଙ୍କୁ ! ଅପାରଗ ପ୍ରଶାସନ କୁ ନା ହକ ପାଇଁ ଆନ୍ଦୋଳନ କରିପାରୁନଥିବା  ନିରୀହ ଜଣ ସାଧାରଣଙ୍କୁ !! 

0
0
0
s2sdefault