ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ସମ୍ବଲପୁର ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କ ପୀଠରେ ଆରମ୍ଭ ହୋଇଛି ସାରଦୀୟ ନବରାତ୍ର ସହ ମାଁ ଙ୍କ ଷୋଡ଼ଶ ଉପଚାର ପୁଜା । ଏଥିସହ ଭକ୍ତ ମାନେ ମାଁ ଙ୍କ ନିକଟରେ ଆଜିଠୁ ମାନସିକ ଦୀପ ପ୍ରଜ୍ବଳନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମାଁ ନିକଟରେ ଲାଗି କରାଯାଇଥିବା ମାନସିକ ଦିପ ସବୁ ଆଗାମୀ ୨୫ ତାରଖ ବିଜୟା ଦଶମୀ ଦିନ ବିସର୍ଜନ କରାଯିବ ବୋଲି ମନ୍ଦିର ଟ୍ରଷ୍ଟ ବୋଡ ପକ୍ଷରୁ ସୂଚନା ଦିଆଯାଇଛି । ମାଁ ଙ୍କ ପିଠରେ ସାରଦିୟ ନବରାତ୍ର ପୁଜା ପରିପେକ୍ଷିରେ ସକାଳ ୪ଟା ବେଳେ ମନ୍ଦିର ଖୋଲି ସମସ୍ତ ଯଥାବିଧି ସ୍ବତନ୍ତ୍ର ପୁଜାର୍ଚ୍ଚନା ସକାଳ ସାଢ଼େ ୫ଟା ବେଳେ ଶେଷ ହେବ। ସକାଳ ୬ଟାରୁ ଭକ୍ତମାନଙ୍କ ଦ୍ୱାରା ଦିଆଯାଇଥିବା ମାନସିକ ଦୀପ ପ୍ରଜ୍ବଳନ କରାଯିବ।
ତେବେ କରୋନା କଟକଣା ଯୋଗୁଁ କେହି ଭକ୍ତ ମନ୍ଦିର ପରିସରରେ ଉପସ୍ତିତ ରହିବେ ନାହିଁ ଭକ୍ତଙ୍କ ନାମ ଓ ଗୋତ୍ର ପାଠ କରି ପୁଜକ ମାନେ ମାନସିକ ଦୀପ ପ୍ରଜ୍ବଳନ କରିବେ ବୋଲି ମାଁ ସମଲେଶ୍ବରୀ ମନ୍ଦିର ପକ୍ଷରୁ ସୁଚନା ଦିଆଯାଇଛି ବୋଲି ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ କହିଛନ୍ତି । ଏଥିସହ ଭକ୍ତଙ୍କ ସୁବିଧା ପାଇଁ ଗତ ଅଗଷ୍ଟ ମାସରୁ ଶ୍ରୀ ଶ୍ରୀ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ଫେସବୁକ ପେଜ୍ରେ ମାଁ ଙ୍କ ସନ୍ଧ୍ୟା ଆଳତୀ ଲାଇଭ୍ ପ୍ରଦର୍ଶିତ ହେଉଛି। ତେବେ ସମଲେଇ ପୀଠ ଟି ପ୍ରଥମଥର ପାଇଁ ଶାରଦୀୟ ଦଶହରା ସମୟରେ କୋଭିଡ କଟକଣା ପାଇଁ ବନ୍ଦ ରଖାଯାଉଥିବାରୁ ଭକ୍ତଙ୍କ ସକାଶେ ମାଁଙ୍କ ଭର୍ଚୁଆଲ ଦର୍ଶନ ଉଭୟ ସକାଳ ଓ ସନ୍ଧ୍ୟାରେ କରିବା ପାଇଁ ବ୍ୟବସ୍ଥା କରାଯିବା ସହ ଭକ୍ତମାନେ ପ୍ରଜ୍ୱଳନ କରୁଥିବା ମାନସିକ ଜାଗର ଦୀପ ମଧ୍ୟ ଯେଭଲି ବସାଇ ପାରିବେ ସେନେଇ ସମଲେଶ୍ବରୀ ଟ୍ରଷ୍ଟ ବୋର୍ଡ ସମସ୍ତ ବନ୍ଦୋବସ୍ତ କରିଥିବା ଟ୍ରଷ୍ଟ ବୋର୍ଡ ପକ୍ଷରୁ ଶ୍ରୀ ବାବୁ ସୂଚନା ଦେଇଛନ୍ତି |