ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ପାରଳା ପୌରପରିଷଦ ପକ୍ଷରୁ ଗତ ୪ଦିନ ଧରି ଚାଲିଥିବା ରାଜ୍ୟ ସରକାରଙ୍କର "ଜାଗା ମିଶନ" କାର୍ଯ୍ୟକ୍ରମ ସ୍ଥାନୀୟ ନଗର ଭବନ ଠାରେ ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ କାର୍ଯ୍ୟକ୍ରମରେ ମାନ୍ୟବର ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ , ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ , ଗଜପତି ଜିଲ୍ଲାପାଳ ଅନୁପମ ସାହା , ଗ୍ରାମ୍ୟ ଉନ୍ନୟନ ସଂସ୍ଥା , ପ୍ରକଳ୍ପ ନିର୍ଦ୍ଦେଶକ ମହେଶ କୁମାର ଚୌଧୁରୀ , ପାରଳାଖେମୁଣ୍ଡି ରାଜକୁମାରୀ କଲ୍ୟାଣୀ ଦେବୀ , ପାରଳା ପୌର ପରିଷଦ ନିର୍ବହୀ ଅଧିକାରୀ ଅଶୋକ କୁମାର ରାଉତ ପ୍ରମୁଖ ଯୋଗ ଦେଇ ବସ୍ତିକୁ ବାସପଯୋଗୀ ବସତିରେ ପରିଣତ କରିବା ପାଇଁ ବସ୍ତିବାସୀନ୍ଦାଙ୍କୁ ଭୂମି ଯୋଗ୍ୟତା ଥିବା ପ୍ରମାଣପତ୍ର ବଣ୍ଟନ କରିଥିଲେ । ଏହି ଅବସରରେ ସାଂସଦ ଚନ୍ଦ୍ରଶେଖର ସାହୁ କହିଥିଲେ ଯେ ରାଜ୍ୟ ସରକାରଙ୍କର ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ ।
ଏହି ୪ଦିନ ଧରି ଚାଲିଥିବା ଜାଗା ମିଶନ କାର୍ଯ୍ୟକ୍ରମରେ ପୌରାଞ୍ଚଳର ୮୯୦ ଜଣ ହିତାଧିକାରୀଙ୍କୁ ଭୂମି ଯୋଗ୍ୟତା ପ୍ରମାଣପତ୍ର ବଣ୍ଟନ କରାଯାଇଛି । ହିତାଧିକାରୀ ମାନେ ଭୂମି ଯୋଗ୍ୟତା ପ୍ରମାଣପତ୍ର ପାଇ ରାଜ୍ୟସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।