ଜାଆଁଳା ପଞ୍ଚାୟତ ଅଧୀନସ୍ଥ ଗ୍ରାମଗୁଡିକୁ ସଶକ୍ତ କରୁଛି ଏବିଏଫଆରଏଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଆଦିତ୍ୟ ବିର୍ଲା ଫାଶନ ଆଣ୍ଡ ରିଟେଲ (ଏବିଏଫଆରଏଲ) ପକ୍ଷରୁ ଓଡ଼ିଶାରେ ଏକ ଅନନ୍ୟ ଗ୍ରାମ ବିକାଶ ପ୍ରକଳ୍ପ ହାତକୁ ନିଆଯାଇଛି, ଯାହା ଅବହେଳିତ ବର୍ଗଙ୍କ ନିକଟରେ ପହଞ୍ଚିବା ସହିତ ‘ସଶକ୍ତ ଗୋଷ୍ଠୀସମୁଦାୟ’ ଉତ୍‍ଥାନରେ ସହାୟକ ହେଉଛି । ଏହି ପ୍ରୟାସ ସ୍ୱାବଲମ୍ବୀ ଗୋଷ୍ଠୀଗୁଡିକୁ ନିଶ୍ଚିତ କରିବା ନିମନ୍ତେ କୁଶଳତାର ତାଲିମ ସହିତ  ଏକ ସାମଗ୍ରିକ କାର୍ଯ୍ୟକ୍ରମ ଜରିଆରେ ଅଗ୍ରସର ହେଉଛି । 

ଆଦିତ୍ୟ ବିର୍ଲା ସେଣ୍ଟର ଫର କମ୍ୟୁନିଟି ଇନିସିଏଟିଭ୍‍ସ ଆଣ୍ଡ ରୁରାଲ ଡେଭଲପମେଣ୍ଟର ଚେୟାରପର୍ସନ ଶ୍ରୀମତୀ ରାଜଶ୍ରୀ ବିର୍ଲା କହିଛନ୍ତି, “ଅବହେଳିତ ସମୁଦାୟଙ୍କ ଦାରିଦ୍ର୍ୟ ବୋଝ ଦୂରକରି ଏବଂ ଅନ୍ତର୍ଭୁକ୍ତିଭିତ୍ତିକ ଅଭିବୃଦ୍ଧି ଆଣିବାରେ ସହାୟତା କରି ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ପ୍ରତି ସକ୍ରିୟ ଅବଦାନ ରଖିବା ଉପରେ ଆମ ଦୃଷ୍ଟି ନିବଦ୍ଧ ରହିଛି । ତାହା ସହିତ ସମାଜର ଦୁର୍ବଳ ବର୍ଗଙ୍କ ପାଇଁ ଏକ ଉନ୍ନତ ଓ ନିରନ୍ତର ଜୀବନଧାରା ସୃଷ୍ଟିକରିବା ଏବଂ ଦେଶର ମାନବ ସମ୍ବଳ ବିକାଶ ସୂଚୀ ଉପରକୁ ଉଠାଇବାକୁ ଆମେ ପ୍ରୟାସ କରୁଛୁ । ୟୁଏନଏସଡିଜି ସହିତ ଆମର ଲକ୍ଷ୍ୟ ଶ୍ରେଣୀବଦ୍ଧ ଅଟେ । ଆମର ଅଗ୍ରାଧିକାର ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି ।” 

ଆଦିତ୍ୟ ବିର୍ଲା ଗ୍ରୁପ୍‍ର ସମସ୍ତ ସିଏସଆର ପ୍ରକଳ୍ପ ଏହାର ଶୀର୍ଷ ସଂସ୍ଥା ଆଦିତ୍ୟ ବିର୍ଲା ସେଣ୍ଟର ଫର କମ୍ୟୁନିଟି ଇନିସିଏଟିଭ ଆଣ୍ଡ ରୁରାଲ ଡେଭଲପମେଣ୍ଟ ମାର୍ଗଦର୍ଶନରେ କାର୍ଯ୍ୟକାରୀ ହେଉଛି । 

ଏବିଏଫଆରଏଲ ଓଡ଼ିଶାର ଜାଆଁଳା ପଞ୍ଚାୟତର ତିନିଟି ଗ୍ରାମରେ କାର୍ଯ୍ୟରତ ଅଛି । କେନ୍ଦ୍ର ସରକାରଙ୍କ ସାଂସଦ ଆଦର୍ଶ ଗ୍ରାମ ଯୋଜନା (ଏସଏଜିୱାଇ) ସହିତ ସମଗତିରେ ୨ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟକାରୀ ହେଉଛି ଏବଂ ଓଗାଳପଡା, ଦକ୍ଷିଣମୁଣ୍ଡମୁହାଁ ଏବଂ ଉତ୍ତରମୁଣ୍ଡମୁହାଁ ଗ୍ରାମଗୁଡିକରେ ୨୦,୦୦୦ ଲୋକଙ୍କ ନିକଟରେ ପହଞ୍ଚିଛି । ଏହାର ପ୍ରତିଜ୍ଞାବଦ୍ଧ ଲକ୍ଷ୍ୟ ହେଉଛି ସାମଗ୍ରିକ ବିକାଶ । ତେଣୁ ଏହା ସାମାଜିକ, ପରିବେଶ ଏବଂ ଅର୍ଥନୈତିକ ଆଦି ଦିଗକୁ ପ୍ରାଧାନ୍ୟ ଦେଉଛି । ପୁନଶ୍ଚ ଏହା ୟୁଏନଏସଡିଜି ସହିତ ଶ୍ରେଣୀବଦ୍ଧ ରହିଛି । କାର୍ଯ୍ୟକାରୀ ହେଉଥିବା କେତେକ ଉଲ୍ଲେଖଯୋଗ୍ୟ କାର୍ଯ୍ୟକ୍ରମ ମଧ୍ୟରେ ଛତୁ ଚାଷ, ଯାହା ନିରନ୍ତର ଜୀବିକା ଉପାର୍ଜନ ନିଶ୍ଚିତ କରୁଛି; କୃଷି ଉତ୍ପାଦକତା ବୃଦ୍ଧି ପାଇଁ ଜଳବିଭାଜିକା ପରିଚାଳନା ଏବଂ ଆମ ଲାଇବ୍ରେରୀ ସମେତ ଶିକ୍ଷା ପାଇଁ ସହଯୋଗ କେନ୍ଦ୍ର ସ୍ଥାପନ ଆଦି ଅନ୍ତର୍ଭୁକ୍ତ । ମହାମାରୀ ସମୟରେ ଏବିଏଫଆରଏଲ ଜାଆଁଳା ପଞ୍ଚାୟତର ୨୦ଟି ଏସଏଚଜିକୁ ମାସ୍କ ସିଲେଇ କରିବା ଦିଗରେ ସମର୍ଥ କରାଇବାକୁ ସମର୍ଥନ ଯୋଗାଇ ଦେଇଥିଲା । କପଡା ସହିତ ଏସଏଚଜି ସଦସ୍ୟାମାନେ ମାସ୍କ ତିଆରି ପାଇଁ ତାଲିମ ପାଇଥିଲେ । ଏହିସବୁ ଗ୍ରାମଗୁଡିକରେ ୬୦୦୦ରୁ ଅଧିକ ମାସ୍କ ବଣ୍ଟନ କରାଯାଇଥିଲା । 

ପୁନଶ୍ଚ ଆଦିତ୍ୟ ବିର୍ଲା ଗ୍ରୁପ୍‍ ଓଡ଼ିଶାରେ ତାହାର ଗ୍ରୁପ୍‍ କମ୍ପାନୀ ହୀରାକୁଦରେ ହିଣ୍ଡାଲକୋ, ଲପଙ୍ଗାରେ ଆଦିତ୍ୟ ଆଲୁମିନିୟମ ଏବଂ ଦୋରାଗୁଡାରେ ଉତ୍କଳ  ଆଲୁମିନା, ଝାରସୁଗୁଡାରେ ଅଲ୍‍ଟ୍ରାଟେକ ସିମେଣ୍ଟ, ଗଞ୍ଜାମରେ ଗ୍ରାସିମ ଇଣ୍ଡଷ୍ଟ୍ରିଜ, କେନ୍ଦୁଝରରେ ଏସେଲ ମାଇନିଂ ଆଣ୍ଡ ଇଣ୍ଡଷ୍ଟ୍ରିଜ, ଭୁବନେଶ୍ୱରେ ଆଦିତ୍ୟ ବିର୍ଲା କ୍ୟାପିଟାଲ ଏବଂ ସମଗ୍ର ଓଡ଼ିଶାରେ ଭୋଡାଫୋନ ଆଇଡିଆ ଆଦି ଜରିଆରେ ସକ୍ରିୟ ଭାବେ ନିୟୋଜିତ ରହିଛି । ଏହି ପ୍ରକଳ୍ପଗୁଡିକ ଶିକ୍ଷା, ସ୍ୱାସ୍ଥ୍ୟ ଯତ୍ନ, ନିରନ୍ତର ଜୀବିକା ଉପାର୍ଜନ ଏବଂ ସଂରଚନା ଆଦି କ୍ଷେତ୍ରରେ କେନ୍ଦ୍ରୀଭୂତ । ଏଥିମଧ୍ୟରେ କେନ୍ଦୁଝର ଜିଲାରେ ଏକ କେନ୍ଦ୍ରୀୟ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ରୋଷଶାଳା, ସ୍କୁଲ ପିଲାଙ୍କୁ ସୌର ଲ୍ୟାମ୍ପ ବଣ୍ଟନ, ଗୋଷ୍ଠୀ ଶୌଚାଳୟ ନିର୍ମାଣ, ମଞ୍ଚା ବ୍ୟବସ୍ଥାରେ ତ୍ରିସ୍ତରୀୟ ପରିବା ଚାଷ ଆଦି ଅନ୍ତର୍ଭୁକ୍ତ । ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଓଡ଼ିଶାରେ ଦୀର୍ଘଦିନର ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତି ରହିଛି । ଅବହେଳିତ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ସହିତ ପ୍ରଗତି ପଥରେ ରାଜ୍ୟ ସହିତ ସହଭାଗୀ ହେବାକୁ ଏହି ଗ୍ରୁପ୍‍ ପ୍ରତିଶ୍ରୁତିବଦ୍ଧ । 

 

0
0
0
s2sdefault