ହେଡଲାଇନସ୍:

 ଲୁଚୁକାଳି ଖେଳୁଛି ଭାଲୁ, ବେପରୁଆ ବନ ବିଭାଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

କୋରେଇ/ଜୟଶଙ୍କର ଦାଶ : ଏବେ ଭାଲୁ ନିଦ ହଜାଇ ଦେଇଛି କାଲି  ଠାରୁ କୋରେଇ ଆଉ ବ୍ୟାସନଗର ଅଂଚଳରେ | ବନ ବିଭାଗ ନିଦରେ ସୋଇଥିବା ବେଳେ ଲୋକମାନେ ଆତଙ୍କିତ ହୋଇ ରହିଛନ୍ତି ଆଶଙ୍କା ଭିତରେ | ଦୁଇଦିନ ବିତିଯାଇଥିଲେ ମଧ୍ୟ ବନବିଭାଗ, ପୋଲିସ ଆଉ ଅଗ୍ନିଶମ ବିଭାଗ ଭାଲୁଟିକୁ ଧରିବାରେ ବିଫଳ ହୋଇଛି | 

 ଲୁଚୁକାଳି ଖେଳୁଛି ଭାଲୁ, ବେପରୁଆ ବନ ବିଭାଗ

 ଶୁକ୍ରବାର ସକାଳେ ବ୍ୟାସନଗର ସହରର ମଧ୍ୟ ଭାଗକୁ ଏକ ଭାଲୁ ପଶିଆସିଥିବାବେଳେ ସ୍ଥାନୀୟବାସିନ୍ଦା ଘଉଡ଼ାଇ ଦେଇଥିଲେ । ଭାଲୁଟି ଦଳାର ଶକ ମହାନ୍ତ ଏବଂ ନଟପଡ଼ାର  କୁନା ସାମଲଙ୍କୁ ଆକ୍ରମଣ କରିଥିବାବେଳେ ଭାଲୁ ଦେଖିବାକୁ ଆସିଥିବା ଜଣେ ଦେଖଣାହାରୀଙ୍କୁ ମଧ୍ୟ ଆକ୍ରମଣ କରିଥିବା ଜଣାପଡ଼ିଛି । ସେମାନେ ସାମାନ୍ୟ ଆହତ ହୋଇଛନ୍ତି । ଭାଲୁଟି ବାଇପାସ ରୋଡ ସ୍ଥିତ  ଏକ ବୁଦା ଭିତରେ ଲୁଚିଯାଇଛି । । ଏହି ଜଙ୍ଗଲୀ ଭାଲୁ ପାଇଁ ଅଞ୍ଚଳବାସୀଙ୍କ ଆଖିରୁ ନିଦ ହଜିଯାଇଛି । ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ଭାଲୁ ଆକ୍ରମଣରେ ଲୋକେ ମୃତାହତ ହେଉଥିଲେ ମଧ୍ୟ ବନବିଭାଗ ପକ୍ଷରୁ ହେୟ ମନୋଭାବ ପୋଷଣ କରାଯାଉଥିବା ଅଭିଯୋଗ ହେଉଛି । ଖବର ଲେଖାହେବା ପର୍ଯ୍ୟନ୍ତ ଭାଲୁର କୌଣସି ଖୋଜ୍ ଖବର ମିଳିନାହିଁ ।

0
0
0
s2sdefault