ହେଡଲାଇନସ୍:

+୨ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶିତ  :  ଉତ୍ତର ଓଡ଼ିଶା ଜୋନରେ ପାଶ ହାର ୭୬.୩ ପ୍ରତିଶତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାଲେଶ୍ୱର ଜିଲ୍ଲାରେ ପାଶର ହାର ସର୍ବାଧିକ ୮୯.୬୯ ଓ କେନ୍ଦୁଝର ଜିଲ୍ଲାରେ ସର୍ବନିମ୍ନ ୬୫.୩୪ 

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ଶିକ୍ଷାବର୍ଷର +୨ ବିଜ୍ଞାନ ପରୀକ୍ଷା-୨୦୧୮ର ଫଳ ଶନିବାର ପୂର୍ବାହ୍ନରେ ପ୍ରକାଶ ପାଇଛି । ଶିକ୍ଷା ପରିଷଦର ଭୂବନେଶ୍ୱର କାର୍ଯ୍ୟାଳୟରେ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଆନୁଷ୍ଠାନିକ  ଭାବେ ପରୀକ୍ଷାଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ । ଭୂବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ କାର୍ଯ୍ୟ କରୁଥିବା ତଥା ବାଲେଶ୍ୱର, ଭଦ୍ରଖ, କେଉଁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ନେଇ ଗଠିତ ଉତ୍ତର ଓଡ଼ିଶା ଜୋନରେ ବିଜ୍ଞାନରେ ପାଶ୍ର  ହାର ୭୬.୩ ପ୍ରତିଶତ ରହିଥିବାର ଜଣାପଡ଼ିଛି । ସେହିପରି ଓଭାର ଅଲ ଭାବେ ବାଲେଶ୍ୱର ଜିଲ୍ଲାରୁ ମୋଟ ୬ ହଜାର ୧୭୨ଜଣ ପରୀକ୍ଷାର୍ଥୀମାନଙ୍କ ମଧ୍ୟରୁ ୮୯.୬୯ପ୍ରତିଶତ ହାରରେ  ୫ ହଜାର ୫୩୬  ଜଣ ପରୀକ୍ଷାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୯୬୮ ଜଣ, ଦ୍ୱିତୀୟ ଶ୍ରେଣୀରେ ୨୦୧୬ ଜଣ, ତୃତୀୟ ଶ୍ରେଣୀରେ ୧୫୨୭ ଜଣ ଓ କମ୍ପାର୍ଟମେଣ୍ଟାଲରେ ୨୫ ଜଣ ସଫଳତା ଲାଭ କରିଛନ୍ତି । ସେହିପରି ଭଦ୍ରଖ ଜିଲ୍ଲାରେ  ୩ ହଜାର ୧୧୨ ପରୀକ୍ଷାର୍ଥୀମାନଙ୍କ ମଧ୍ୟରୁ  ୮୧.୧ପ୍ରତିଶତ ହାରରେ ୨୫୨୬ ଜଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫୧୭ ପ୍ରଥମ ଶ୍ରେଣୀ, ୧୦୬୧ ଦ୍ୱିତୀୟ ଶ୍ରେଣୀ, ୯୧୪ଜଣ ତୃତୀୟ ଶ୍ରେଣୀ ଓ ୩୨ଜଣ କମ୍ପାର୍ଟମେଣ୍ଟାଲରେ ପାଶ୍ କରିଛନ୍ତି । କେନ୍ଦୁଝର ଜିଲ୍ଲାରୁ ମୋଟ ୨ ହଜାର ୮୮୬ଜଣ ପରୀକ୍ଷାର୍ଥୀମାନଙ୍କ ମଧ୍ୟରୁ ୬୫.୩୪ ପ୍ରତିଶତ ହାରରେ ୧ ହଜାର ୮୮୬ ଜଣ ପରୀକ୍ଷାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୩୦୫ ଜଣ, ଦ୍ୱିତୀୟ ଶ୍ରେଣୀରେ  ୫୧୭ ଜଣ, ତୃତୀୟ ଶ୍ରେଣୀରେ ୧୦୫୨ ଜଣ ଓ କମ୍ପାର୍ଟମେଣ୍ଟାଲରେ ୧୨ ଜଣ ସଫଳତା ଲାଭ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ୫ ହଜାର  ୧୨୭ ପରୀକ୍ଷାର୍ଥୀମାନଙ୍କ ମଧ୍ୟରୁ ୭୦.୭୬ ପ୍ରତିଶତ ହାରରେ  ୩ ହଜାର ୬୨୮ଜଣ ପରୀକ୍ଷାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ  ପ୍ରଥମ ଶ୍ରେଣୀରେ ୭୦୩ ଜଣ, ଦ୍ୱିତୀୟ ଶ୍ରେଣୀରେ ୧୧୬୫ ଜଣ, ତୃତୀୟ ଶ୍ରେଣୀରେ ୧୭୨୪ ଜଣ ଓ  କମ୍ପାର୍ଟମେଣ୍ଟାଲରେ ୩୬ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ଉତ୍ତର ଓଡ଼ିଶା ଜୋନରେ ୧୬୩ ପରୀକ୍ଷାର୍ଥୀ କପି କରି ଧରାପଡ଼ିଥିବାରୁ ସେମାନଙ୍କର ଫଳକୁ ତାଲିକାରୁ ବାଦ ଦିଆଯାଇଛି । ଏମାନଙ୍କ ମଧ୍ୟରେ ୧୬ ଜଣ ବାଲେଶ୍ୱର ଜିଲ୍ଲାରୁ ରହିଥିବା ବେଳେ ଭଦ୍ରଖରୁ ୮, କେନ୍ଦୁଝରରୁ ୬୫ ଓ ମୟୂରଭଞ୍ଜ ଜିଲ୍ଲାରୁ ୭୪ ଜଣ ରହିଛନ୍ତି ।  

         ଗତ ୨୦୧୬ ଶିକ୍ଷା ବର୍ଷରେ ଉତ୍ତର ଓଡ଼ିଶା ଜୋନରେ ବିଜ୍ଞାନ ବିଭାଗରେ ପାଶର ହାର ୮୧.୧୯ ପ୍ରତିଶତ ରହିଥିବା ବେଳେ ୨୦୧୭ ଶିକ୍ଷା ବର୍ଷରେ ପାଶ୍ ହାର  ୨.୭୯ ପ୍ରତିଶତ ବୃଦ୍ଧିପାଇ ୮୩. ୯୮ ପ୍ରତିଶତକୁ ଛୁଇଁଥିଲା । ଚଳିତ ୨୦୧୮ ଶିକ୍ଷା ବର୍ଷରେ  ପାଶର ହାର ହ୍ରାସ ପାଇ ୭୬.୩ରେ ପହଁଞ୍ଚିଛି । ମୟୂରଭଞ୍ଜ ଜିଲ୍ଲାରେ ୨୦୧୭ ଶିକ୍ଷା ବର୍ଷରେ ପାଶର ହାର ୭୭.୨୫ ପ୍ରତିଶତ ରହିଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ୯୩.୬୧, ଭଦ୍ରଖ ଜିଲ୍ଲାରେ ୮୫.୧ ଓ କେନ୍ଦୁଝର ଜିଲ୍ଲାରେ ୭୯.୯୫ ପ୍ରତିଶତ ରହିଥିଲା ।

0
0
0
s2sdefault