ଟିଟିଲାଗଡ଼ରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ସମ୍ଭାବନା ଉଜ୍ଜ୍ୱଳ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମହିଳା ଓ ଶିଶୁ ବିକାଶମନ୍ତ୍ରୀ ଟୁକୁନି ସାହୁଙ୍କ ପ୍ରଚେଷ୍ଟାକୁ ଟିଟିଲାଗଡବାସୀଙ୍କ  କୃତଜ୍ଞତା

ଟିଟିଲାଗଡ ,( ଗୌରବ ଦର୍ଜୀ)- ଟିଟିଲାଗଡ ରେ ଅନେକ ଦିନ ହେଲା କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦାବି ହୋଇ ଆସୁଛି। ଏହି ଦାବିକୁ ପୂରଣ କରିବା ପାଇଁ ଟିଟିଲାଗଡ ବିଧାୟିକା ତଥା ଓଡ଼ିଶା ସରକାର ଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ଲଗାତାର ପ୍ରଚେଷ୍ଟା କରି ଆସୁଥିବା ବେଳେ ଏବେ ତାହା ସଫଳ ହେବ ସମ୍ଭାବନା ସୃଷ୍ଟି ହୋଇଛି । ଟିଟିଲାଗଡ ରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶ୍ରୀମତୀ  ସାହୁ ବିଭାଗୀୟ ଅଧିକାରୀ ଓ ରେଳବାଇ ଅଧିକାରୀ ଙ୍କ ସହ କଥାବାର୍ତ୍ତା କରିଥିଲେ। ବିଦ୍ୟାଳୟ  ସ୍ଥାପନ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗଦେବା ପାଇଁ ପ୍ରତିଶୃତି ଦେଇଛନ୍ତି। ଯେଉଁ ପର୍ଯ୍ୟନ୍ତ ଟିଟିଲାଗଡରେ କେନ୍ଦ୍ରୀୟ ବିଦ୍ୟାଳୟର ନିଜସ୍ଵ ସ୍ଥାନ ଓ ପରିସର ତିଆରି ନ ହୋଇଛି ସେହି ପର୍ଯ୍ୟନ୍ତ ଟିଟିଲାଗଡ ରେ ଥିବା ଧବଳେଶ୍ଵର ବିଦ୍ୟା ପୀଠର ନୂତନ ଭାବେ ତିଆରି ହୋଇଥିବା ୧୬ଟି ଶ୍ରେଣୀ ଗୃହ ବିଶିଷ୍ଟ ବିଦ୍ୟାଳୟରେ ଅସ୍ଥାୟୀ ଭାବେ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଥିବା ସୁଚନା ରହିଛି। ପ୍ରତ୍ୟୁତ୍ତରରେ ରେଳବାଇ ଅଧିକାରୀ ଏହି ପ୍ରତି ଦୃଷ୍ଟି ଦେବା ସହ ଯଥା ଶୀଘ୍ର କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ କଥାବାର୍ତ୍ତା କାଇବେ ବୋଲି ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ଏହି ପ୍ରଚେଷ୍ଟା ପାଇଁ ଟିଟିଲାଗଡ ବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି।

 

0
0
0
s2sdefault