ଶ୍ରମିକମାନଙ୍କ ନରେଗା ପଇସା ଏକାଉଣ୍ଟରେ ପକାଇବାକୁ ଦାବୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର- ବରଗଡ ଜିଲ୍ଲା ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ଖଲିଆପାଲି ଗ୍ରାମ ପଂଚାୟତ ତରଫରୁ ଝାଙ୍କରପାଲି ଗ୍ରାମର ପିପଲକଟା ରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ସାମିଲ ହୋଇ ଆଜକୁ ୬ ମାସ ହେଲା ଟଙ୍କାଟିଏ ହେଲେ ଆଜି ପର୍ଯ୍ୟନ୍ତ ନ ପାଇବା ଫଳ ରେ ଝାଙ୍କରପାଲି ମୌଜା ର ଶ୍ରମିକ ଗଣ ଲିିଖିତ ଭାବେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀଯୁକ୍ତ ବିଜୟ ରଂଜନ ସିଂ ବରିହାଙ୍କୁ ଜଣାଇଛନ୍ତି l ପ୍ରତିକ୍ରିୟାରେ ରାଜବୋଡାସମ୍ବର ବ୍ଲକ ରେ କାର୍ଯ୍ୟରତ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଶଙ୍କର୍ଷଣ ବେହେରାଙ୍କୁ ଅତିଶିଘ୍ର ବିହିତ ତଦନ୍ତ ସହ ସମାଧାନ ଦିଗରେ ଦୃଷ୍ଟି ଦେବାକୁ ଆଦେଶ ପ୍ରଦାନ କରିଛନ୍ତି l କାରଣ ଏ ଅଂଚଳ ର ଶ୍ରମିକ ମାନଙ୍କ ପେଟପାଟଣା ର କଥା,ଦିନଟିଏ ଅକ୍ଲାନ୍ତ ପରିଶ୍ରମ କଲାପରେ ନିଜ ପରିବାରଙ୍କୁ ଦୁଇ ଓଳି ଆହାର ଯୋଗାଡ କରିଥାଆନ୍ତି l ଦିର୍ଘ ଦିନଧରି କାମକରି ସୁଦ୍ଧା ଅଦ୍ୟାବଧି ସେମାନଙ୍କ ପ୍ରାପ୍ୟ ନ ପାଇବାପଳ ରେ ସେମାନଙ୍କ ମାନସିକ ସ୍ଥିତି କେମିତିଥିବ ସହଜେ ଅନୁମେୟ l ଏଣୁ ତୁରନ୍ତ ଏଦିଗରେ ପଦକ୍ଷେପ ନେଇ ଅତିଶିଘ୍ର ନିରୀହ ଶ୍ରମିକ ମାନଙ୍କ ଏକାଉଣ୍ଟରେ ଟଙ୍କା ପକାଇବାକୁ ଶ୍ରମଜିବୀ ମାନେ ଦାବୀ କରିଛନ୍ତି |

0
0
0
s2sdefault