ହେଡଲାଇନସ୍:

ଓଡିଶା ମୋ ପରିବାର-ଜୀବନବିନ୍ଦୁ ତରଫରୁ  ଭଟଲିରେ  ସ୍ବେଚ୍ଛାକୃତ ରକ୍ତଦାନ ଶିବିର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :-ବର୍ତମାନ  କରୋନା ମହାମାରୀ ସମୟରେ ରକ୍ତ ଅଭାବକୁ ଦୂର କରିବା ପାଇଁ ଆମ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଜନସାଧାରଣ ଙ୍କୁ ରକ୍ତଦାନ କରିବା ପାଇଁ ଆହ୍ବାନ କରୁଛନ୍ତି ।   ରକ୍ତ ଅଭାବକୁ ଦୂର କରିବା ନିମନ୍ତେ ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅନେକ ପରିଶ୍ରମ କରୁଛନ୍ତି । ଏହି କ୍ରମରେ ଆଜି ଓଡିଶା ମୋ ପରିବାର ଜୀବନବିନ୍ଦୁ କାର୍ଯ୍ୟକ୍ରମ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରାଜୀବ ଭବନ, ନୂଆଁଗଡ , ଭଟଲି ,  ବରଗଡ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିରକୁ  ମନ୍ତ୍ରୀ ସୁଶାନ୍ତ ସିଂହ ଫିତା କାଟି ଉଦ୍ଘାଟନ କରିବା ବା ସହିତ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ଅନେକ ଯୁବକ ପ୍ରଥମ ଥର ରକ୍ତ ଦାନ କରିଥିବା ଜଣା ପଡ଼ିଛି । ଓଡିଶା ମୋପରିବାର ର ଜିଲ୍ଳାସଂଯୋଜକ ଗୌରହରୀ ମିଶ୍ର, ଜୀବନ ବିନ୍ଦୁ ସହ ସଂଯୋଜକ ଅଶ୍ବିନୀ ତ୍ରିପାଠୀ, ସତ୍ୟନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ଶିବିର ରେ ସର୍ବମୋଟ ୫୨ୟୁନିଟ୍ ରକ୍ତ ବରଗଡ ରକ୍ତ ଭଣ୍ଡାର ଦ୍ବାରା ସଂଗୃହୀତ ହୋଇଥିଲା। ଓଡିଶା ମୋ ପରିବାର-ଜୀବନବିନ୍ଦୁ ତରଫ ରୁ ସମସ୍ତ ରକ୍ତ ଦାତା ମାନଙ୍କୁ ରକ୍ତଦାତା ପ୍ରମାଣ ପତ୍ର ପ୍ରଦାନ କରାଯିବା ସହିତ ଧନ୍ୟବାଦ  ଜ୍ଞାପନ କରାଯାଇଛି ।

0
0
0
s2sdefault