ହେଡଲାଇନସ୍:

ଥଣ୍ଡାପାଣି ଗାଏବ,ସରକାରୀ ସେବା ଥାଇ ନଥିଲା ଭଳି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର- ସହରାଞ୍ଚଳ ହେଉ ଅବା ଗ୍ରାମାଞ୍ଚଳର ମୁଖ୍ୟ ଛକ ତଥା ଜନଗହଳି ଜାଗାରେ ଲୋକଙ୍କ ସୁବିଧା ପାଇଁ ସରକାରଙ୍କ ତରଫରୁ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ପଦ୍ମପୁର ବ୍ଳକ ଜମଲା ପଞ୍ଚାୟତ ଜମଲା ମୁଖ୍ୟ ଛକରେ ଜମଲା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଧ୍ୟ ଏକ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ତତକାଳିନ ସମ୍ବଲପୁର ସାଂସଦ ଶ୍ରୀଯୁକ୍ତ ପ୍ରସନ୍ନ ଆଚାର୍ଯ୍ୟଙ୍କ ସାଂସଦ ପାଣ୍ଠିରୁ ପ୍ରଦତ୍ତ ଦୁଇ ଲକ୍ଷଟଙ୍କା ବିନିମୟରେ ଉକ୍ତ ଥଣ୍ଡା ପାନୀୟ ଜଳ ତିଆରି ହୋଇଥିଲା ।ରକ୍ଷଣାବେକ୍ଷଣ ଅଭାବ କାରଣରୁ ବର୍ତ୍ତମାନ ଏହି ଥଣ୍ଡା ପାନୀୟ ଜଳ ସେବା ଶ୍ରୀହୀନ ହୋଇ ପଡିରହିଛି । ଚାରିଆଡ଼େ ଛୋଟ ଛୋଟ ଅନାବନା ଗଛଲତା ଉଠିଯାଇଛି।  ଟ୍ୟାପ ଗୁଡିକ ଭାଙ୍ଗି ଯାଇଛି । ଜମଲାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଥିବା କାରଣରୁ ଜମଲାକୁ ପ୍ରତ୍ୟହ ଶହଶହ ଲୋକ ଆସିଥାନ୍ତି ,ଲୋକ ପାଣି ପିଇବା ପାଇଁ ହୋଟେଲ ଅଥବା ପାଣି ପାଉଚ କିଣି ପାଣି ପିଇଥାନ୍ତି । ରକ୍ଷଣାବେକ୍ଷଣ ବାହାନାରେ କେହିଜଣେ ଏଠାକାର ଫ୍ରିଜର,ଷ୍ଟପଲାଜର ତଥା ଅନ୍ୟାନ୍ୟ ଯନ୍ତ୍ରପାତି ନିଜ ଘରେ ରଖିଥିବା ଚର୍ଚ୍ଚା ହେଉଛି । ଯଥାଶୀଘ୍ର ଏହି ଥଣ୍ଡା ପାନୀୟ ଜଳ ସେବାକୁ ମରାମତି କରି କାର୍ଯ୍ୟକ୍ଷମ କରିବା ପାଇଁ ଜନସାଧାରଣରେ ଦାବି ହେଉଛି ।

0
0
0
s2sdefault