ହେଡଲାଇନସ୍:

ଆରମ୍ଭ ହେଲା ଶିକ୍ଷା ବିଭାଗର ସ୍ୱେଚ୍ଛାକୃତ ରକ୍ତଦାନର ଦ୍ୱିତୀୟ ପର୍ଯ୍ୟାୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡା(ଅମିତ ପୁରୋହିତ) : ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ଉପଲକ୍ଷେ ଶିକ୍ଷା ବିଭାଗ ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ଅଧ୍ୟକ୍ଷତାରେ ଓ ନୂଆପଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ବଳିଷ୍ଠ  ନେତୃତ୍ୱରେ ଆଜି ୪୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି । କରୋନା ମହାମାରୀ ର ପ୍ରାଦୁର୍ଭାବ ବେଳେ ରକ୍ତର ଘୋର ଅଭାବକୁ ଆଖି ଆଗରେ ରଖି ଜୁଲାଇ ୪ ତାରିଖରେ ୫ ଟି ବ୍ଲକରେ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୨୪୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଆଜି ସ୍ଥାନୀୟ ନେସନାଲ ହାଇ ସ୍କୁଲ ରେ ଆୟୋଜିତ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟରେ ଅତିରିକ୍ତ ଜିଲ୍ଲାପାଳ  (ରାଜସ୍ୱ) ଦୁର୍ଗା ମାଧବ ମହାରଣା ମୁଖ୍ୟ  ଅତିଥି ରୂପେ ଯୋଗ ଦେଇ ରକ୍ତଦାନ କରିଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ତାଙ୍କ ଏହି ମହାନ ଦାନ ପାଇଁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ମାନପତ୍ର ପ୍ରଦାନ କରିଥିଲେ । ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଡା. ଲଳିତ ମୋହନ ବିଶି  ଉପସ୍ଥିତ ରହି ରକ୍ତ ସଂଗ୍ରହ କାର୍ଯ୍ୟରେ ସହଯୋଗ ପ୍ରଦାନ କରିବା ସଙ୍ଗେ ସଙ୍ଗେ ରକ୍ତଦାତା ମାନଙ୍କୁ ଉତ୍ସାହିତ  କରିଥିଲେ । ସିଆରସିସି ଜିତେନ୍ଦ୍ର ଖମାରୀ, ଶରତ ପଣ୍ଡା, ଅମିୟ ପାଢୀ, ଶିକ୍ଷକ କିଶୋର ପରିଡା, ନିରୋଦ ପାଢୀ, ଅହିଂସା ରଞ୍ଜନ ପଟନାୟକ, ସମାଜସେବୀ ମନୋଜ ଡାଗା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । 

0
0
0
s2sdefault