ଭୁବନେଶ୍ୱର(ଶାସକ ପ୍ରଶାସକ)ସ୍ୱଚ୍ଛତା ପଖୱାଡା ଅଭିଯାନ-୨୦୨୦ ରେ ସ୍ୱଚ୍ଛତା ହିଁ ସେବାକୁ ସ୍ମରଣୀୟ କରିବାପାଇଁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୁଷଣଙ୍କ ନେତୃତ୍ୱରେ ରେଳପଥର ଅଧିକାରୀ ଓ କର୍ମଚାରୀମାନେ ଆଜି ରେଳସଦନ ପରିସରରେ ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କରିଥିଲେ। ମହାପ୍ରବନ୍ଧକ ରେଳସଦନ ର କବାଟ ଓ ଝରକା କାଚ ଗୁଡିକ ସଫାକରିବା ସହ ଏହି ଅବସରରେ କର୍ମଚାରୀ ମାନଙ୍କ ପାଇଁ ପ୍ରେରଣାର ପତ୍ର ହୋଇଥିଲେ I ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାରଙ୍କ ସହ ରେଳପଥର ପ୍ରମୁଖ ଓ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ସ୍ୱଚ୍ଛତା ଅଭିଯାନର ଏହି ଶ୍ରମଦାନ ଅବସରରେ ଅଂଶଗ୍ରହଣ କରିଥିଲେ |
ରାଜ୍ୟ
ସ୍ଵଛ ଭାରତ ଅଭିଯାନରେ ପୂର୍ବତଟ ରେଳପଥ ପକ୍ଷରୁ ଶ୍ରମଦାନ
- Hits: 321