ହେଡଲାଇନସ୍:

ଯୁବ ଡାକ୍ତରଙ୍କୁ “ଇଣ୍ଡିଆନ ବୁକ ଅଫ ରେକର୍ଡ” ପକ୍ଷରୁ ଦୁଇଟି ସମ୍ମାନସୂଚକ ଉପାଧି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କେ.ସୀତାପୁର ଗ୍ରାମର ଯୁବ ଡାକ୍ତର ନରସିଂହ ପ୍ରସାଦ ଚରତିଙ୍କୁ ତାଙ୍କର ବହୁମୁଖୀ ପ୍ରତିଭା ଓ ବ୍ୟକ୍ତିତ୍ୱ ଯୋଗୁଁ ତାଙ୍କୁ ଜାତୀୟ ସ୍ତରର “ଇଣ୍ଡିଆନ ବୁକ ଅଫ ରେକର୍ଡ” ପକ୍ଷରୁ ୨ ଗୋଟି ଭାରତୀୟ ସମ୍ମାନ ସୂଚକ ଉପାଧି “ଇଣ୍ଡିଆନ ଏକ୍ପଲେନ୍ସି ଆୱାର୍ଡ” ଏବଂ “ଇଣ୍ଡିଆନ ହ୍ୟୁମାନଟାରିଆନ ଆୱାର୍ଡ"ରେ ଭୂଷିତ କରାଯାଇ ୨ ଟି ଗୌରବ-ମୟ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।

ଏହି ଦୁଇଟି ଭାରତୀୟ ସମ୍ମାନ ସୂଚକ ଉପାଧି ଯଥା:-“ଇଣ୍ଡିଆନ ଏକ୍ସଲେନ୍ସି ଆୱାର୍ଡ” ଏବଂ “ଇଣ୍ଡିଆନ ହ୍ୟୁମାନଟାରିଆନ ଆୱାର୍ଡ” ଡାକ୍ତର. ଚରତିଙ୍କୁ  ତେଲେଙ୍ଗାନା ରାଜ୍ୟର ରାଜଧାନୀ ହାଇଦ୍ରାବାଦ ଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ପରିବେଶରେ ପ୍ରଦାନ କରାଯାଇଥିଲା ।

ସେଠାରେ ଏହି ନିପୁଣ-ପ୍ରତିଭା ଚିହ୍ନଟ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ନୂଆଦିଲ୍ଲୀ ସ୍ଥିତ ମାନ୍ୟବର ସୁପ୍ରିମକୋର୍ଟର ବରିଷ୍ଠ ଆଡଭୋକେଟ ଡଃ-ଡିଭିଏନଆର : ଏସ୍ ଏସ୍ ଏସ୍ . ବାରା ପ୍ରସାଦ  ବିଚାରକ ଭାବେ ଉପସ୍ଥିତ ଥିଲେ ।

ଏହି ସମ୍ମାନ-ସୂଚକ ଉପାଧି ଯୁବ-ଡାକ୍ତର ନରସିଂହ ପ୍ରସାଦ ଚରତିଙ୍କୁ “ଇଣ୍ଡିଆନ ବୁକ ଅଫ ରେକର୍ଡର ପ୍ରତିଷ୍ଠାତା ସମ୍ପାଦକ ଡ. ବିବେକାନନ୍ଦ ବାବୁ କେ, ପ୍ରଦାନ କରିଥିଲେ । ମୁଖ୍ୟତଃ ଭାବେ ଯୁବ-ଡାକ୍ତର ନରସିଂହ ପ୍ରସାଦ ଚରତୀ ଅତି କମ୍ ବୟସରେ ପେଷାରେ ଜଣେ ଡାକ୍ତର ହେଲେ ମଧ୍ୟ ତାଙ୍କର ସଙ୍ଗୀତ , ତବଲା-ବାଦନ ଓ ସମାଜ ସେବା କ୍ଷେତ୍ରରେ ଅନେକ ନିଶା ଭରିରହିଛି ।

ଦେଶବ୍ୟାପୀ ଏହି କୋଭିଡ-୧୯ ପେଣ୍ଡାମିକ ପରିସ୍ଥିତିରେ ଅହରହ ସମାଜ ସେବା କରି ଆସିବା ସହ କୋଭିଡ-୧୯କୁ କୌଣସି ଖାତିର ନ କରି , ରୋଗୀ ଚିକିତ୍ସା ସେବା ଯୋଗାଇ ଦେବା କ୍ଷେତ୍ରରେ ତାଙ୍କର ଆନ୍ତରିକ ମନୋଭାବର ନିଃସ୍ୱାର୍ଥପର ସେବା ଲୋକଙ୍କ ପାଇଁ ଅହରହ ଜାରୀ ରଖିଥିବା ପ୍ରତି ତାଙ୍କୁ ଆଣିଦେଇଛି ଏହି ଦୁଇଟି ଜାତୀୟ ସମ୍ମାନ ପାଇବାର ଅଧିକାରୀ ଭାବେ ଏବଂ ତାଙ୍କୁ ପ୍ରଦାନ କରାଯାଇଛି ଜାତୀୟ ସ୍ତରର ଏହି ୨ ଟି ସମ୍ମାନ ସୂଚକ ଆୱାର୍ଡ ।

ଜାତୀୟ ସ୍ତରରେ ତାଙ୍କର ଏହି ଗୌରବ-ମୟ କୃତିତ୍ୱ ହାସଲ କରିଥିବା ଯୋଗୁଁ ଡାକ୍ତର ଚରତୀଙ୍କୁ ପାରଳାଖେମୁଣ୍ଡି ସହର ଓ ଆଖପାଖ ଅଞ୍ଚଳର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଓ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯିବା ସହ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

0
0
0
s2sdefault