ହେଡଲାଇନସ୍:

ଉପଜିଲ୍ଲାପାଳଙ୍କ ଲିଖିତ ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହାର କଲେ ଚାଷୀ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୨୫ ତାରିଖ ଦିନ କୄଷିବିଭାଗ,ବିମା କମ୍ପାନୀ ଓ ପ୍ରଶାସନିକ ଅଧିକାରୀମାନଙ୍କ ଆଲୋଚନା 

ପଦ୍ମପୁର : ପଦ୍ମପୁର ଉପ ଜିଲ୍ଲାପାଳ କାର୍ଯ୍ୟାଲୟ ତାଳା  ଖୋଲି ନଦେବା ପାଇଁ ସକାଳୁ  ଚାଷୀ ଧାରଣାରେ  । ୨୦୧୯ – ୨୦ ବର୍ଷର ଖରିଫ ଫସଲ ବୀମା ପ୍ରଦାନ ଦାବିରେ । ପଦ୍ମପୁର ଉପଖଣ୍ତର ଲଖମରା,ବାଦିକଟା,ଭେଙ୍ଗରାଜପୁର ଆଦି ଗ୍ରାମ ପଞ୍ଚାୟତର ଚାଷୀଙ୍କୁ ୨୦୧୯ – ୨୦ ବର୍ଷର ଖରିଫ ଫସଲ ବୀମା ଆଜିଯାଏ ପାଇଁ ନାହାଁନ୍ତି ।  ବୀମାପ୍ରଦାନ କରିବା ଦାବିରେ କାଲି ରାସ୍ତାରୋକ କରିଥିଲେ ଚାଷୀ ହେଲେ ପ୍ରଶାସନିକ କେହି ଧ୍ୟାନଦେଇ ନଥିଲେ । ସୂଚନାଯୋଗ୍ୟ ଯେ ପ୍ରଶାସନିକ ଅଧିକାରୀମାନଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ତେଣୁ ବାଧ୍ୟହୋଇ କାଲି  ପଦ୍ମପୁର ନିକଟସ୍ଥ ଲଖମରା ଛକ ଠାରେ ରାସ୍ତା ଅବରୋଧ କରିଥିଲେ । ଫଳରେ ଓଡିଶା ଓ ଛତିଶଗଡ଼ ମଧ୍ୟରେ ଯୋଗଯୋଗ ବିଛିନ୍ନ ହୋଇ ହଜାର ହଜାର ମାଲବାହୀ ଜାନବାହନ ଯିବା ଆସିବା କରିଥାଏ ତଥାବି ପ୍ରଶାସନ ଶୁଣିନଥିଲା । ତେଣୁ ଉପାୟନପାଇ ଆଜି ସକାଳୁ ଚାଷୀ ଉପଜିଲ୍ଲାପାଳ କାର୍ଯ୍ୟାଳୟର ତାଳା ଖୋଲି ଦେଉନାହାନ୍ତି  । ଚାଷୀର ଏହି ବୀମା ପ୍ରଦାନ ନକଲେ , ଚାଷୀ  ତାଳା ଖୋଲେବେ  ନାହିଁ ବୋଲି ଜିଦରେ ଅଟଲ ରହିଥିଲେ । ଉପଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ ଘଟଣା ସ୍ଥଲରେ ପହଞ୍ଚି ଲିଖିତ ଭାବରେ ପ୍ରତିଶ୍ରୁତି ଦେବାପରେ ଚାଷୀ ମାନେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି । ଆଗାମି ୨୫ ତାରିଖ ଦିନ କୄଷିବିଭାଗ,ବିମା କମ୍ପାନୀ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ଆଲୋଚନା ହେବ ବୋଲି ପ୍ରତିଶୃତି ଦେଇଛନ୍ତି ଉପଜିଲ୍ଲାପାଳ । ଆଗାମୀ ୧୫ ଦିନ ମଧ୍ୟରେ ଚାଷୀଙ୍କୁ ବୀମା ପ୍ରଦାନ କରାନଗଲେ ଚାଷୀ ମାନେ ଉପଜିଲ୍ଲାପାଳ ଅଫିସକୁ ସମ୍ପୂର୍ଣ୍ଣ ଭାବରେ ଅଚଲ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଆନ୍ଦୋଳନରେ ଦହିତ ସାହୁ, ମଳୟ ଭୋଇ,ରମେଶ ମହାପାତ୍ର, ରୋହିତ ପ୍ରଧାନ,କୈଲାଶ ବାରିକ,ବିଶ୍ବନାଥ ରଣା,ଦିଲ୍ଲୀପ ପ୍ରଧାନ ପ୍ରମୁଖ ନେତୄତ୍ବ ନେଇଥିଲେ ।

0
0
0
s2sdefault