ମାଲକାନଗିରି/ ବି ଶ୍ରୀନିବାସ ପାତ୍ର : ମାଲକାନଗିରି ଚିତ୍ରକୋଣ୍ଡା ଚଳିତ ମାସ ସେପ୍ଟେମ୍ବର ୧୭ ରୁ ୨୧ ପର୍ଯ୍ୟନ୍ତ ପାର୍ଲିଆମେଣ୍ଟ ଅଧିବେଶନ ଚାଲିଥିବା ବେଳେ ନିମ୍ନଲିଖିତ ଦାବି ଗୁଡ଼ିକୁ ନେଇ ଦେଶବ୍ୟାପି ପ୍ରତିବାଦ ବିକ୍ଷୋଭ ସଂଗଠିତ କରିବା ପାଇଁ ସିପିଆଇଏମ ର ଓଡିଶା ରାଜ୍ୟ କମିଟି ଆହ୍ବାନ କରିଥିବା ବେଳେ ଆଜି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଛିନାଞ୍ଚଳ ଗାଜୁଲୁମାମୁଡି ପଞ୍ଚାୟତ ତୋଟାପାଲି ଠାରେ ସିପିଆଇଏମ ସଂଗଠନ ତରଫରୁ ମାଲକାନଗିରି ଜିଲା ସମ୍ପାଦକ ବ୍ରଜକିଶୋର ମାଝୀ ଙ୍କ ନେତୃତ୍ୱରେ ବିଛିନାଞ୍ଚଳ ର ପଞ୍ଚାୟତ ଯଥା-ଗାଜୁଲୁମାମୁଡି, ଯୋଡ଼ାମ୍ବ, ପଣସପୁଟ, ଯନ୍ତ୍ରୀ ଓ ଅଣ୍ଡିରାପାଲି ପଞ୍ଚାୟତ ରେ ଉପୁଜୁଥିବା ସମସ୍ୟା କୁ ନେଇ ବାର ଦଫା ସମ୍ବଳିତ ଦାବି ପତ୍ର ସହ ମାଲକାନଗିରି ଜିଲାପାଳ ଙ୍କ ଉଦେଶ୍ୟରେ ସିପିଆଇଏମ ସଂଗଠନ ର ଶତାବ୍ଦୀକ ସଦସ୍ୟ ଉକ୍ତ ବିକ୍ଷୋଭରେ ଯୋଗ ଦେବା ସହିତ ହାତରେ ପତାକା, ପୋଷ୍ଟର ଧରି ବିକ୍ଷୋଭ ପ୍ରଦର୍ଶନ କରି ରାଲି ସହ ବିଭିନ୍ନ ସ୍ଲୋଗାନ ମାନ ଓ ବିଭିନ୍ନ ନାରାବାଦି ଦେଇ ବିକ୍ଷୋଭ କରିଥିଲେ ।
ବାର ଦଫା ଦାବି ଗୁଡିକ ହେଉଛି :-ଆୟକର ପ୍ରଦାନ ସୀମା ବାହାରେ ଆୟ କରୁଥିବା ପ୍ରତି ପରିବାର କୁ ଛମାସ ପର୍ଯ୍ୟନ୍ତ ମାସିକ ୭୫୦୦/- ଟଙ୍କା କରି ତୁରନ୍ତ ଜମା କର, ପ୍ରତ୍ୟେକ ପରିବାର କୁ ମୁଣ୍ଡ ପିଛା ୧୦ କେଜି ହାରରେ ଚାଉଳ/ ଗହମ ଛ'ମାସ ପର୍ଯ୍ୟନ୍ତ ମାଗଣା ରେ ଯୋଗାଇ ଦିଅ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ଅନୁଯାୟୀ ଗ୍ରାମାଞ୍ଚଳ ରେ ବାର୍ଷିକ ୨୦୦ ଦିନ କାମ ଯୋଗାଇ ଦିଅ ଏବଂ ମଜୁରି ବୃଦ୍ଧି କର, ସମସ୍ତ ବେକାର ଯୁବକ ଯୁବତୀଙ୍କୁ ବେକାରୀ ଭତ୍ତା ପ୍ରଦାନ କର, ଭାରତୀୟ ସମ୍ବିଧାନ କୁ ସୁରକ୍ଷିତ କରିବା ସହିତ ସମ୍ବିଧାନ ପ୍ରଦତ୍ତ ପ୍ରତ୍ୟେକ ନାଗରିକଙ୍କ ମୁକ୍ତି,ସମତା ଓ ଭାତ୍ରୃତ୍ବ ର ମୈ।ଳିକ ଅଧିକାର କୁ ଅକ୍ଷୁର୍ଣ୍ଣ ରଖ, ବିଛିନାଞ୍ଚଳ ର ପାଞ୍ଚଗୋଟି ପଞ୍ଚାୟତ ରେ ଆଧାର କାର୍ଡ ଓ ରାଶନ କାର୍ଡ ମିଳି ନଥିବା ପରିବାର ପାଇଁ ତୁରନ୍ତ କରାଯାଉ, ବିଛିର୍ନାଞ୍ଚଳ ପ୍ରତି ଗାଁ ଗାଁ କୁ ସୋଲାର ପାଣି ବ୍ୟବସ୍ଥା ଓ ସ୍ପ୍ରେଙ୍ଗ ୱାଟର ଓ ଝରଣା ପାଣି କୁ କୁଣ୍ଡି କରି ପାଇପ ମାଧ୍ୟମରେ ପାଣି ଯୋଗାଇ ଦିଆଯାଉ, ଯୋଡ଼ାମ୍ବ ମେଡିକାଲ ପାଇଁ ସ୍ଥାଇ ଡାକ୍ତର ନିଯୁକ୍ତି ଦିଆଯାଉ, ବିଦ୍ୟାଳୟ ଗୁଡିକ ଚାଲୁ ହେବା ପରେ ଶିକ୍ଷକ ମାନେ ବିଛିନାଞ୍ଚଳରେ ରହି ପାଠ ପଢାଇବାର ବ୍ୟବସ୍ଥା କରାଯାଉ, ଘର ବାରି ନଥିବା ପରିବାର କୁ ଚାରି ସେଣ୍ଟ ର ପଟା ଦିଆଯାଉ ଏବଂ ପ୍ରତି ପରିବାରକୁ ଜଙ୍ଗଲ ଜମି ପଟ୍ଟା ଦିଆଯାଉ, ପ୍ରତି ପରିବାର କୁ ଲେବର କାର୍ଡ ଯୋଗାଇ ଦିଆଯାଉ, କାର୍ଡ ଥାଇ ଚାଉଳ ପାଉ ନଥିବା ପରିବାର କୁ ତୁରନ୍ତ ତଦନ୍ତ କରି କାର୍ଯ୍ୟlନୁଷ୍ଠାନ ଗ୍ରହଣ କରାଯାଉ, ଆଧାର କାର୍ଡ ନଥିବାରୁ ବୁଢ଼ା ବୁଢ଼ୀ ଙ୍କ ଭତା ବନ୍ଦ କରାଯାଇଛି ସେମାନଙ୍କୁ ତୁରନ୍ତ ଭତ୍ତା ଦିଆଯାଉ, ବିଛିର୍ନାଞ୍ଚଳ କୁ ଦୈନିକ ଲଞ୍ଚ ଯିବା ଆସିବା ପାଇଁ ବ୍ୟବସ୍ଥା କରାଯାଉ |