ହେଡଲାଇନସ୍:

ମୁହଁରେ ମାସ୍କ , ହାତରେ ସାନିଟାଈଜ଼ାର : ହକ ପାଇଁ ଚାଷୀଙ୍କ ସ୍ୱର ଜୋରଦାର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଫସଲ ବୀମା ପ୍ରଦାନ ଦାବୀ ନେଇ  ରାଜରାସ୍ତାରେ ଚାଷୀ  । 

ପଦ୍ମପୁର :  ମୁହଁରେ ମାସ୍କ  ହାତରେ ସାନିଟାଇଜର ଏବଂ ସାମାଜିକ ଦୂରତାକୁ ବଜାୟରଖି ନିଜ ହକ ପାଇବା ପାଇଁ ରାଜରାସ୍ତାକୁ ଓହ୍ଲାଇଛି ଚାଷୀ  । ୨୦୧୯-୨୦୨୦ ମସିହାର ଖରିଫ ଫସଲ ବିମା ପାଇବା ପାଇଁ ପଦ୍ମପୁର ଉପଖଣ୍ଡ ପାଇମାଲ ବ୍ଲକର ଲଖମରା,ବାଦିକଟା ଓ ଭେଙ୍ଗରାଜପୁରର ଚାଷୀ ଆଜି ପଦ୍ମପୁର ବସନା ରାସ୍ତାକୁ ଲଖମରା କଲେଜଛକ ଠାରେ ଅବରୋଧ କରିଛନ୍ତି  । ଫଳରେ ପଦ୍ମପୁର ଓ ବସନା ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ ହୋଇଛି  । ପଦ୍ମପୁର ଉପଖଣ୍ଡ ଏକ ଚିର ମରୁଡି ପ୍ରପିଡିତ ଅଂଚଳ  । ପଦ୍ମପୁର ଉପଖଣ୍ଡରେ ଜଳସେଚନର ସୁବ୍ୟବସ୍ଥା ନଥିବା କାରଣରୁ ପ୍ରତିବର୍ଷ ଫସଲ ନଷ୍ଟ  ହୋଇଥାଏ  । ଗତ ୨୦୧୯-୨୦ ଖରିଫ  ଋତୁରେ ପଦ୍ମପୁର ଉପଖଣ୍ଡରେ ଫସଲ ନଷ୍ଟ  ହେବା ଫଳରେ ଚାଷୀ ମାନେ ବୀମା କମ୍ପାନୀ ଦ୍ୱାରା ଅନୁକମ୍ପାରାଶି ପାଇଥିଲେ  । ହେଲେ ପାଇକମାଲ ବ୍ଲକର ଲଖମରା,ବାଦିକଟା ଓ ଭେଙ୍ଗରାଜପୁର ପଂଚାୟତର ଚାଷୀମାନେ ଏହି ଅନୁକମ୍ପା ରାଶି ପାଇବାରୁ ବଂଚିତ ଅଛନ୍ତି  । ସୂଚନା ଅନୁସାରେ ଖରିଫ ଚାଷର କ୍ରଫ କଟିଙ୍ଗ ଅନୁସାରେ ଲଖମରା ପଂଚାୟତକୁ ୫୩.୬୦ ପ୍ରତିଶତ,ବାଦିକଟା ପଂଚାୟତକୁ ୭୧.୬୦ ପ୍ରତିଶତ ଓ ଭେଙ୍ଗରାଜପୁର ପଂଚାୟତକୁ ୨୬.୨୫ ପ୍ରତିଶତ ଅନୁକମ୍ପା ରାଶୀ ଦେବା ପାଇଁ ସରକାର ଓ ବୀମାକମ୍ପାନୀର ମିଲିତ ରାଜୀନାମାରେ ଧାର୍ଯ୍ୟ ହୋଇଥିଲା  । ହେଲେ ଦୀର୍ଘ ଗୋଟିଏ ବର୍ଷ ବିତି ଯାଇଥିଲେ ମଧ୍ୟ ଚାଷୀ ମାନେ ତାଙ୍କ ଅନୁକମ୍ପା ରାଶୀ ପାଇ ପାରିନାହାଁନ୍ତି । ସେମାନେ ବିଗତ ଦିନରେ ସରକାରୀ ବାବୁଙ୍କୁ ଯେତେ ନେହୁରା ହୋଇଥିଲେ ମଧ୍ୟ ତାଙ୍କ କଥା କେହି ଶୁଣିନଥିଲେ ତଣୁ ବାଧ୍ୟ ହୋଇ ଚାଷୀମମାନେ ନିଜ ହକ ପାଇବା ପାଇଁ ଆଜି ରାଜରାସ୍ତାକୁ ଓଉହ୍ଲାଇଛନ୍ତି  ।  ପାଇକମାଲ ବ୍ଲକର ଏହି ତିନିଗୋଟି ପଂଚାୟତର ଚାଷୀମାନେ ଆଜି ପଦ୍ମପୁର ବସନା ରାସ୍ତାକୁ ଲଖମାର କଲେଜଛକ ଠାରେ ଅବରୋଧ କରିଛନ୍ତି  । 

ଏହି ଆନ୍ଦୋଳନ ରେ ଦହିତ କୁମାର ସାହୁ,ମୁକ୍ତେଶ୍ବର ପଟେଲ,ବିଶ୍ବନାଥ ରଣା,କୈଲାଶ ବାରିକ, ରୋହିତ ପ୍ରଧାନ,ରମେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault