ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ପଂଚାବନ ଲକ୍ଷ
୮୦.୧୨% ସୁସ୍ଥ, ୧୮.୨୮% ସକ୍ରିୟ ଆକ୍ରାନ୍ତ ଓ ୧.୬୦%ମୃତ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଆଜି ବି ଲଗାମ ଛଡ଼ା ହୋଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଉ କରୋନା ମୃତ୍ୟ | ତେପନ ଲକ୍ଷ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା | ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ୯୩,୩୩୭ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୧,୦୫୩ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୫୫, ୬୨,୬୬୪ ହୋଇଥିବା ବେଳେ ଏ ଯାବତ ଦେଶରେ ୪୪,୯୭,୮୬୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ଦେଶରେ ଏଯାବତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯,୭୫,୮୬୧ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୮୮,୯୩୫ ରେ ପହଂଚିଛି | ଦେଶରେ ଏଯାବତ ୮୦.୧୨% ସୁସ୍ଥ ହୋଇଥିବା ବେଳେ ମାତ୍ର ୧୮.୨୮% ସକ୍ରିୟ ଆକ୍ରାନ୍ତ | କୋଭିଡରେ ମୃତକଙ୍କ ପରିମାଣ ହେଉଛି ୧.୬୦%
ଏଯାବତ ଦେଶରେ ମୋଟ ୬,୫୩,୨୫,୭୭୯ କୋଭିଡ ନମୁନା ଯାଞ୍ଚ ହୋଇଥିବା ବେଳେ ଗତକାଲି ଗୋଟିଏ ଦିନରେ ନମୁନା ଯାଞ୍ଚ ହୋଇଛି ୯,୩୩,୧୮୫ ଟି |