ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ସାରା ଜିଲ୍ଲାରେ କରୋନାର ଭୟାବହତା ବୃଦ୍ଧି ପାଇ ଚାଲିଥିବା ବେଳେ ଓଡ଼ଗାଁ ବ୍ଳକ ଅଂଚଳ ଏବେ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ଠାରେ କରୋନା ଆକ୍ରାନ୍ତ ଦେଖା ଦେଇଛି । ଆଜି ଜୋନ ୧ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁଙ୍କ ଠାରେ କରୋନା ପଜେଟିଭ୍ ଚିହ୍ନଟ ହୋଇ ଥିବା ବେଳେ ଓଡ଼ଗାଁ ମଣ୍ଡଳ ଉନ୍ନୟନ ଅଧିକାରୀ ସ୍ୱାତିଲେଖା ଦାସ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଜିଲ୍ଲା ପରିଷଦ ସଦସ୍ୟ ଲୋକନାଥ ସାହୁ ଏବଂ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ସଂସ୍ପର୍ଷରେ ଆସିଥିବା ସମସ୍ତଙ୍କୁ କରୋନା ପରୀକ୍ଷଣ କରାଇ ନେବାକୁ ଅନୁରୋଧ କରିଛନ୍ତି । ସୂଚନା ଥାଉକି ୪ ଦିନ ତଳେ ଓଡ଼ଗାଁ ତହସିଲଦାର ବିଜୟିତା ସାମନ୍ତ ସିଂହାରଙ୍କ ଠାରେ କରୋନା ପଜେଟିଭ ଜଣା ପଡିଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ସମସ୍ତ ଆକ୍ରାନ୍ତ ଅଧରକାରୀ ଓ ରାଜନେତା ଏବେ ଗୃହ ସଂଗରୋଧରେ ରହିଛନ୍ତି । ଫଳରେ ଓଡ଼ଗାଁ ଅଂଚଳର ପ୍ରମୁଖ ଅଧରକାରୀ ମାନଙ୍କଠାରେ କରୋନା ପଜେଟିଭ ଚିହ୍ନଟ ହୋଇଥିବାରୁ ସମସ୍ତ ସରକାରୀ କାର୍ଯ୍ୟକ୍ରମ ଏକରକମ୍ ଠପ୍ ହୋଇଯାଇଛି ।
ରାଜ୍ୟ
ବିଡ଼ିଓ, ତହସିଲଦାର ଓ ନେତାଙ୍କୁ କରୋନା : ସରକାରୀ କାର୍ଯ୍ୟକ୍ରମ ଠପ୍
- Hits: 351