ହେଡଲାଇନସ୍:

ବୀର ପୁଅକୁ ହରାଇ କାନ୍ଦିଲା ସାନଭଦୁଆ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭିଜା ଆଖିରେ ବିଦାୟ ଦେଲେ ଗାଁଲୋକେ- ଆତ୍ମୀୟ ସ୍ୱଜନ 

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ  ଶହୀଦ୍ ସୁଧୀରଙ୍କର ପାର୍ଥିବ ଶରୀର ହେଲା ପଞ୍ଚମହାଭୁତରେ ବିଲିନ 

ବାରିପଦା(ଦିଲ୍ଲୀପ ମହାନ୍ତି ) :  ଗତ ୯ତାରିଖରେ ମାଓବାଦୀ ମୁକାବିଲା ନିମନ୍ତେ କମ୍ବିଂ ଅପରେସନରେ ଯାଇଥିବା ଓଡିଶା ଏସ୍.ଓ.ଜି ର ୨ଜଣ ଜବାନ ସହିଦ୍ ହୋଇଥିଲେ । ତେବେ ଶହୀଦଙ୍କ ମଧ୍ୟରୁ ସୁଧୀର କୁମାର ଟୁଡୁ ମୟୂରଭଞ୍ଜ ଜିଲ୍ଲାର ଅଟନ୍ତି । ଆଜି ପୂର୍ବାହ୍ନ ୯.୧୦ରେ ତାଙ୍କ ମରଶରୀର ଜନ୍ମମାଟି ଶୁଳିଆପଦା ବ୍ଲକ ଅନ୍ତର୍ଗତ ବାଘଡା ଗ୍ରମପଞ୍ଚାୟତ ଅଧିନ ସାନଭଦୁଆ ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା । ସମସ୍ତଙ୍କ ଆଖିରେ ଲୁହ ଆସି ଯାଇଥିଲା | ବୀର ଶହୀଦ୍ ସୁଧୀର ଟୁଡୁ ଅମର ରହେ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ଗାଁ ପରିବେଶ ।  ଆବାଳ ବୃଦ୍ଧବନୀତା ସ୍ତବ୍ଧ ପାଲଟି ଯାଇଥିଲେ ସୁଧୀରଙ୍କ ବୀରତ୍ବ ପାଇଁ । ଓଡିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ , ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାର , ମୋରଡା ବିଧାୟକ ରାଜ କିଶୋର ଦାସ, ବାରିପଦା ବିଧାୟକ ପ୍ରକାଶ ସୋରେନ ଏବଂ ସାରସକଣା ବିଧାୟକ ବୁଢ଼ାନ ମୁର୍ମୁଙ୍କ ସହ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଶହୀଦଙ୍କ ମରଶରୀରକୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସହିଦ ସୁଧୀରଙ୍କ ପରିବାର ପକ୍ଷରୁ ସାମାଜିକ ପରମ୍ପରା ଓ ବିଧି ବ୍ୟବସ୍ଥା ଅନୁସାରେ ସମସ୍ତ କ୍ରିୟାକର୍ମ ସମାପନ ପରେ ତୋପ ସାଲାମୀ ପ୍ରଦାନ କରାଯାଇଥିଲା ଏବଂ ଶଶ୍ମାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମାପନ କରାଯାଇଛି । 

ସହିଦ ସୁଧୀର ବାପା ସ୍ୱର୍ଗତ କୁଣ୍ଡିଆ ଟୁଡୁ ଓ ମାତା ଯମୁନା ଟୁଡୁଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ । ଯୌଥ ପରିବାରରେ ୧୯୯୨ରେ ଜନ୍ମ ନେଇଥିବା ବେଳେ କିଛି ବର୍ଷ ପୂର୍ବରୁ ବାପା କୁଣ୍ଡିଆଙ୍କ ମୃତ୍ୟୁ ହୋଇଥିଲା ।ଘରେ ବିଧବା ମା  ଯମୁନା ଓ ସାନ ଭାଇ ,ସାନଭାଇଙ୍କ ସ୍ତ୍ରୀ ଙ୍କ ସହ କକା , ଖୁଡି ଓ କକା ଙ୍କ ଝିଅ ଜଣେ ଭଉଣୀମାନଙ୍କ ଗହଣରେ ରହି ଆସିଥିଲେ । ଘରର ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଭାବରେ ସେ ସମସ୍ତଙ୍କ କଥା ବୁଝିବା  ସହ ପରିବାର ବୋଝ ସମ୍ଭାଳି ଥିଲେ। ତାଙ୍କ ଶହୀଦ୍ ଖବର ପାଇବା ପରେ ସମସ୍ତେ ଭାଙ୍ଗି ପଡିଛନ୍ତି । 

 ସୁଧୀର ନିଜ ଗାଁରେ ସ୍କୁଲ ନଥିବା ଯୋଗୁଁ ନିକଟସ୍ଥ ଝାଟିଅଡା ପ୍ରାଥମିକ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା,  ୨୦୦୬ରେ ନଳଗଜା ଏଚଏସ ସରକାରୀ ଉଚ୍ଚ ବିଦ୍ୟାଳୟରୁ ହାଇସ୍କୁଲ,  ୨୦୦୮ରେ ବାରିପଦା ଲିଟିଲ୍ ଫ୍ଲାଓ୍ବାର ଆଇଟିଆଇ, ୨୦୧୦ରେ ବାରିପଦା ଏମପିସି କନିଷ୍ଠ ମହାବିଦ୍ୟାଳୟରୁ ଯୁକ୍ତ ୨(କଳା) ପାଶ କରି ୨୦୧୩ରେ ଆଇଆରବି ପ୍ରଥମ ବତାଲିଅନରେ କୋରାପୁଟଠାରେ କାର୍ଯ୍ୟରେ ଯୋଗ ଦେଇଥିଲେ । ଜନ୍ମ ରୁ ଫୁଟବଲ ସହ ଅନ୍ୟ ଖେଳକୁଦରେ ରୁଚି ରହିଥିବା ଯୋଗୁଁ ତାଙ୍କର ଉତ୍ତମ ସ୍ବାସ୍ଥ୍ୟ ରହିଥିଲା ଓ ଏଥିପାଇଁ ସେ ଓଡିଶା ପୋଲିସର ଏସଓଜି  ବିଭାଗରେ ନିଜକୁ ସାମିଲ କରିପାରିଥିଲେ । ଗତ ରଜ ପର୍ବରେ ଶେଷ ଥର ଗାଁକୁ ଆସିଥିବା ବେଳେ ଦୁର୍ଗାପୂଜା ଆସିବେ ବୋଲି ସହିଦ ହେବାର ୨ ଦିନ ପୂର୍ବରୁ ଫୋନରେ କଥା ହୋଇଥିଲେ । ତେବେ ଅବିବାହିତ ଥିବା ସୁଧୀର ମାତ୍ର ୨୮ ବର୍ଷ ବୟସରେ ଗତ ୯ ତାରିଖ ବୁଧବାର ଦିନ କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିକି ଜଙ୍ଗଲରେ ମାଓବାଦୀଙ୍କ ସହ ଗୁଳିବିନିମୟ ସମୟରେ  ଛାତିରେ ଗୁଳି ବାଜି ବୀରଗତି ପ୍ରାପ୍ତି ହୋଇଥିଲେ । ତାଙ୍କ ବୀରତ୍ବ ପାଇଁ ତାଙ୍କ ପରିବାର ଆତ୍ମୀୟ ସ୍ବଜନ ସମସ୍ତେ ନିଜକୁ ଗର୍ବ ଅନୁଭବ କରିବା ସହ ସେ ଚିର ସ୍ମରଣୀୟ ହୋଇ ରହିବେ ବୋଲି ପ୍ରକାଶ କରିଛନ୍ତି । 

ଓଡିଶା ସରକାରଙ୍କ ପକ୍ଷରୁ ଶହୀଦ୍ ଙ୍କ ପରିବାର କୁ ୧୬ଲକ୍ଷ ଟଙ୍କା ର ଏକ ଚେକ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ସୁଧୀର ଙ୍କ ମା ଙ୍କୁ ପ୍ରଦାନ କରିବା ସହ ଦେଶ ମାଟି ପାଇଁ ବୀରତ୍ବ ପ୍ରାପ୍ତି କରିଥିବା ଯୋଗୁଁ ତାଙ୍କ ବଳୀଦାନ ବିଫଳ ଯିବନାହିଁ ବୋଲି କହିଛନ୍ତି । 

0
0
0
s2sdefault