ହେଡଲାଇନସ୍:

ଭକ୍ତି ଓ ନିଷ୍ଠାର ସହ ପୁଅ ଜୀଉନ୍ତିଆ ଓଷା ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :– ସମ୍ବଲପୁର ଜିଲ୍ଲା ରେଢାଖୋଲ  ସହର ସମେତ  ପୁରପଲ୍ଲୀରେ ମଧ୍ୟ ପୁଅ ଜୀଉନ୍ତିଆ ଓଷା ପାଳିତ ହୋଇଯାଇଛି । ପୁଅ ମାନଙ୍କର ମଙ୍ଗଳ କାମନା କରି ମା’ ମାନେ ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀରେ ନିର୍ଜଳା ଉପବାସ କରି ଏ ବ୍ରତ ପାଳନ କରିଥାଆନ୍ତି । ୧୦୮ ଚାଉଳ, ଦୁବ ସହ ବିଭିନ୍ନ ପ୍ରକାର ଫଳ ଓ ଜୁଗାର ଭୋଗ ଦୂତୀବାହାନଙ୍କୁ ଭୋଗ ଭାବରେ ଦେଇ ସନ୍ଧ୍ୟାରେ ମିଳିତ ଭାବରେ ପୂଜା କରିଥାଆନ୍ତି । ନବମୀ ପ୍ରାତଃକାଳରେ କୌଣସି ଜଳାଶୟ କିମ୍ବା ନିକଟସ୍ଥ ନଦୀନାଳକୁ ଯାଇ ପୂଜାକରି ବ୍ରତର ଉଦଯାପନ କରିଥାନ୍ତି । କୋଭିଡ କଟକଣା ଯୋଗୁଁ ସାମାଜିକ ଦୂରତା ରକ୍ଷାକରି ଚଳିତବର୍ଷ ଏ ବ୍ରତ ଭକ୍ତି ଓ ନିଷ୍ଠାର ସହ ମା’ମାନେ ପୁଅ ମାନଙ୍କ ପାଇଁ ପାଳନ କରିଛନ୍ତି ।

 

0
0
0
s2sdefault