ବାରିପଦା(ଦିଲ୍ଲୀପ ମହାନ୍ତି)- ସେପ୍ଟେମ୍ବର ୫ ଅପରାହ୍ନରେ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ଶିକ୍ଷା ବର୍ଷ -୨୦୨୦ର +୨ କଳା ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଏଥିରେ ବାରିପଦାସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ଜୁନିୟର ହାୟର ସେକେଣ୍ଡାରୀ ସ୍କୁଲର ଛାତ୍ରୀ ଅର୍ପିତା ଋଷିପ୍ରିୟା ଚଳିତ ବର୍ଷ ମୟୂରଭଞ୍ଜ ଜିଲ୍ଲାରୁ ୬ ଶହ ନମ୍ବରରୁ ୮୫ ପ୍ରତିଶତ ହାରରେ ସର୍ବାଧିକ ୫୧୦ ନମ୍ବର ରଖିଛନ୍ତି ବୋଲି ଅନୁଷ୍ଠାନର ଅଧ୍ୟକ୍ଷଙ୍କ ସୂତ୍ରରୁ ଜଣାପଡ଼ିଛି । ପରମାନନ୍ଦ ସାଦୁଆଳ ଏବଂ ସରିତା ପଟ୍ଟନାୟକଙ୍କ କନ୍ୟା ଅର୍ପିତା ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ବିଏସଇ ଢ଼ାଞ୍ଚାରେ ପାଠପଢ଼ି ଥିଲେ । ମାତ୍ର ସେ କଳା ପ୍ରତି ବିଶେଷ ରୁଚି ରଖିଥିବାରୁ ସ୍ଥାନୀୟ ଏମପିସି ଜୁନିୟର ହାୟାର ସେକେଣ୍ଡାରୀ ସ୍କୁଲରେ +୨ କଳା ବିଭାଗରେ ଅଧ୍ୟୟନ କରିଥିଲେ । କିନ୍ତୁ ଚଳିତ ପରୀକ୍ଷାରେ ରଖିଥିବା ନମ୍ବରକୁ ନେଇ ଖୁସି ନ ଥିବାର ପ୍ରକାଶ କରିଛନ୍ତି । କରୋନା ମହାମାରୀ କାରଣରୁ ଭୂଗୋଳ ଓ ଅର୍ଥନୀତି ବିଷୟରେ ପରୀକ୍ଷା ହୋଇନଥିଲା । ଯାହାଫଳରେ ଆଶାମୁତାବକ ମାର୍କ ରଖିପାରି ନଥିଲେ । ତଥାପି ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିବେ ବୋଲି ଆଶା କରିଥିଲେ । ତାଙ୍କର ଏହି ସଫଳତା ନିମନ୍ତେ ପିତାମାତା ସହ ଶିକ୍ଷା ଅନୁଷ୍ଟାନର ସମସ୍ତ ଶିକ୍ଷକମାନଙ୍କୁ ଶ୍ରେୟ ପ୍ରଦାନ କରିବା ସାଙ୍ଗକୁ ଭବିଷ୍ୟତରେ ଆଉଏଏସ୍ ଅଧିକାରୀ ହେବାର ଲକ୍ଷ ରଖିଛନ୍ତି ବୋଲି କହିଥିଲେ ।
ରାଜ୍ୟ
ଆଇଏଏସ୍ ହେବାର ଲକ୍ଷ୍ୟ ରଖିଛି- ଋଷିପ୍ରିୟା
- Hits: 282