ହେଡଲାଇନସ୍:

କୋଭିଡ ଆକ୍ରାନ୍ତ ବୃଦ୍ଧି ଚିନ୍ତା : ବଦଳିଲା ବଜାର ସମୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର- କରୋନା ମହାମାରୀ ଦିନକୁ ଦିନ ତାର କାୟା ଆହୁରି ବିସ୍ତାର କରିବାରେ ଲାଗିଛି । ବରଗଡ଼ ଜିଲ୍ଲାରେ ମଧ୍ୟ କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି।  ଆଜି ସନ୍ଧ୍ୟା ସମୟରେ ପଦ୍ମପୁର ସହରର ନାଗରିକ କମିଟି, ବ୍ୟବସାୟୀ ସଂଘ, ଲାୟନ୍ସ କ୍ଳବ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ କରୋନାର ଭୟାବହତାକୁ ଦୄଷ୍ଟିରେ ରଖି ଆସନ୍ତା ଗୋଟିଏ ସପ୍ତାହ ଅର୍ଥାତ ୦୭/୦୯ ସୋମବାର ଦିନଠାରୁ ୧୩/୦୯ ରବିବାର ଦିନ ପର୍ଯ୍ୟନ୍ତ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ବ୍ୟବସାୟ ପ୍ରତିଷ୍ଠାନ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ବ୍ୟବସାୟୀ ସଙ୍ଘ ସଭାପତି ଓ ନାଗରିକ କମିଟି ସମ୍ପାଦକ ସୂଚନା ଦେଇଛନ୍ତି ।

0
0
0
s2sdefault