ହେଡଲାଇନସ୍:

ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ "ଗୁରୁ ପୂଜନ " ଉତ୍ସବ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଳା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ନିରାଡ଼ମ୍ବର ସହକାରେ  "ଗୁରୁ ପୂଜନ ଉତ୍ସବ" ତଥା ଭାରତର ମହାନ ଦାର୍ଶନୀକ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜନ୍ମତିଥି ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ଯୋଗ ଦେଇ ପ୍ରଥମେ ପୂର୍ବତନ ରାଷ୍ଟ୍ରପତି ଡ . ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ  କରି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ।

ପରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରଦୀପ କୁମାର ନାଗ କହିଥିଲେ ଯେ ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଭାରତ ଦେଶରେ ଜଣେ ଖ୍ୟାତନାମା ଦାର୍ଶନିକ , ଆଦର୍ଶ ଶିକ୍ଷକ ଏବଂ ଉତ୍କୃଷ୍ଟ ବକ୍ତା ଭାବେ ମଧ୍ୟ ନିଜର ସୁନାମ ଅର୍ଜନ କରିଥିଲେ ବୋଲି କହିଥିଲେ। 

ଜିଲ୍ଲା ବିଜ୍ଞାନ ନିରୀକ୍ଷକ  ସାତ୍ମିକ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସଙ୍ଗେ ସଙ୍ଗେ ଡ.ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜୀବନୀ ବିଷୟରେ ଆଲୋକପାତ କରି  ଗତ ୧୯୬୨ ମସିହା ଠାରୁ  ଡ. ରାଧାକ୍ରୀଷ୍ଣନଙ୍କ ଜନ୍ମତିଥିରେ ଶିକ୍ଷକ ତଥା ଗୁରୁ ମାନଙ୍କୁ ସମ୍ମାନ ଜଣାଇବା ପାଇଁ ସେପ୍ଟେମ୍ବର ମାସ ୫ ତାରିଖକୁ " ଗୁରୁ ଦିବସ" ରୂପେ ପାଳନ କରାଯାଇଛି ବୋଲି କହିଥିଲେ । 

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମନୋଜ ରଞ୍ଜନ ଦଳାଇ ,  ଜିଲ୍ଲାର ୭ ଗୋଟି ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀ ଓ ବ୍ଳକର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ,  କାର୍ଯ୍ୟାଳୟର ବଡବାବୁ ଶ୍ରୀ ଲକ୍ଷ୍ମଣ ପାଇକ , ସୁଲତା ଶୁଭଦର୍ଶନୀ , ସନ୍ଧ୍ୟାରାଣୀ ଦାସ , ସି.ଏଚ.ବୈକୁଣ୍ଠ , ଡି. ମନ୍ମଥ ପ୍ରମୁଖ ଉପସ୍ଥିତ ଥିଲେ । 

କୋଭିଡ଼ି-୧୯ ନିୟମ ଅନୁଯାୟୀ ସମସ୍ତେ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ବଜାୟ ରଖି ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

0
0
0
s2sdefault