ହେଡଲାଇନସ୍:

ଉପ ଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଚାଷୀଙ୍କ ଆନ୍ଦୋଳନ ସ୍ଥଗିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ ବାଦିକଟା, ଲଖମରା ଓ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ର ଚାଷୀ ମାନେ ୨୦୧୯ ରୁ ପ୍ରଧାନମନ୍ତ୍ରୀ ଶସ୍ଯବୀମା ଟଙ୍କା ଦାବୀରେ ପାଇକମାଲ ପଦ୍ମପୁର ରାଜ୍ଯ ରାଜପଥ ସ୍ଥିତ ମାଝୀପାଲି ଠାରେ ଆସନ୍ତା ୭ ତାରିଖ ଦିନ ଡାକରା ଦେଇଥିବା ରାସ୍ତା ରୋକୋ ଆନ୍ଦୋଳନକୁ ପଦ୍ମପୁର ଉପ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନଙ୍କ ପ୍ରତିଶୃତି ପରେ ସ୍ଥଗିତ ଘୋଷଣା କରିଛନ୍ତି  । ୨୦୧୯ ବର୍ଷର ବାଦିକଟା, ଭେଙ୍ଗରାଜପୁର ଓ ଲଖମରା ଗ୍ରାମ ପଞ୍ଚାୟତର ପ୍ରଧାନମନ୍ତ୍ରୀ ଶସ୍ଯ ବୀମା ଟଙ୍କା ମିସ୍ ମେଜ୍ ଦର୍ଶାଇ ବୀମା କମ୍ପାନୀ ଚାଷୀଙ୍କୁ ବୀମା ଟଙ୍କା ପ୍ରଦାନ ନ କରି ରାଜ୍ୟ କୃଷି ବିଭାଗର ସ୍ପଷ୍ଟି କରଣ ମାଗିଥିଲା । ଗତ କିଛି ଦିନ ତଳେ କୃଷି ନିର୍ଦ୍ଦେଶ ଏହି ୩ଟି ପଞ୍ଚାୟତର ଚାଷୀ ମାନଙ୍କୁ ବୀମା ଟଙ୍କା ପ୍ରଦାନ ପାଇଁ ବୀମା କମ୍ପାନୀକୁ ସୁପାରିଶ କରିଥିଲେ । ବୀମା କମ୍ପାନୀ ମିସ୍ ମେଜର ବହୁ ପରସେଣ୍ଟନ ଅଧିକ ଥିବା ଦର୍ଶାଇ କେନ୍ଦ୍ର କୃଷି ବିଭାଗରେ ଅପିତ୍ତ କରିଛି  । ତେବେ ସବୁଠୁଁ ଗୁରୁତ୍ୱପୂର୍ଣ୍ଣ  ବିଷୟ ହେଉଛି, ଡାଟା ଅପଲୋଡିଙ୍ଗ ସମୟରେ ସଠିକ୍ ନିର୍ଣ୍ଣୟ  କରି ନଥିବା ଗ୍ରାମସେବକ,ଏଗ୍ରକଚର ଅଫିସର  , ଆରଆଇ,ଷ୍ଟାଟିସଟିକ ଅଧିକାରୀ  ଆଦିଙ୍କ ବିରୁଦ୍ଧରେ ଶୃଙ୍ଖଳା ଗତ ପଦକ୍ଷେପ ଦେବା ପାଇଁ ରାଜ୍ୟ କୃଷି ବିଭାଗ ନିର୍ଦ୍ଦେଶକ ବରଗଡ଼ ଜିଲ୍ଲାପାଳ ଓ କୃଷି ବିଭାଗର ଡେପୁଟି ଡାଇରେକ୍ଟ ବରଗଡ଼ଙ୍କୁ ତାଙ୍କ ଚିଠି ନଂ ୯S ( ୩୩ ) ୨୦ / ୨୦୨୦ ଗତ  ୨୮ / ୮ / ୨୦୨୦ ରିଖ ଦିନ ପତ୍ର ଦେଇଛନ୍ତି  । ପ୍ରଧାନମନ୍ତ୍ରୀ ଶସ୍ଯ ବୀମା ଟଙ୍କା ପାଇବାରେ ଯେଉଁ ଅଧିକାରୀ ମାନେ ଅବହେଳା କରୁଛନ୍ତି ।  ତାଙ୍କ ବିରୁଦ୍ଧରେ ଦୃଢ ପଦକ୍ଷେପ ସହ ଉପ ଜିଲ୍ଲାପାଳଙ୍କ ପ୍ରତିଶୃତି ଅନୁଯାଇ ଆସନ୍ତା ୭ ଦିନ ମଧ୍ୟରେ ବାଦିକଟା, ଲଖମରା ଓ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ର ଚାଷୀ ମାନଙ୍କୁ ଶସ୍ଯବୀମା ଟଙ୍କା ପ୍ରଦାନ କରା ନଗଲେ  ଚାଷୀ ମାନେ ପୁଣି ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ସାପଲହର ଗ୍ରାମର ଚାଷୀ ନେତା ଶ୍ରୀ ଦୈତାରୀ ପ୍ରଧାନ ସୂଚନା ଦେଇଛନ୍ତି  ।

0
0
0
s2sdefault