ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ଗତ କିଛିଦିନ ହେବ ଶ୍ରୀକ୍ଷେତ୍ର ପୁରୀ ରେ "ବଗଲା ଧର୍ମଶାଳା "କୁ ରାଜ୍ୟ ସରକାର ପ୍ଲଟିଙ୍ଗ କରି ବିକ୍ରି କରିବାର ଚକ୍ରାନ୍ତ କୁ ରାଜ୍ୟ ତମାମ ଭାଜପା ବିରୋଧ କରୁଥିବାବେଳେ , ବୁର୍ଲା ଭାଜପା ମଧ୍ୟ ବିରୋଧ କୁ ସମର୍ଥନ କରିଛି । ଏହି ଅବସରରେ ଗୁରୁବାର ରାଜ୍ୟ ସମ୍ପାଦକ ସିମାଞ୍ଚଳ ଖଟେଇଙ୍କ ନିର୍ଦ୍ଧେଶ କ୍ରମେ ବୁର୍ଲା ଭାଜପା ର ପୂର୍ବତନ ସଭାପତି ତଥା ଆଇନଜୀବୀ ନମ୍ରସକାନ୍ତ ପଟ୍ଟନାୟକ ଭର୍ଚୁଆଲ ମିଟିଂ ରେ ଆଲୋଚନା କରିଥିଲେ । ଏଥିରେ ବୁର୍ଲା ତଥା ହୀରାକୁଦ ମଣ୍ଡଳ ଓ ସମ୍ବଲପୁର ସହର ର ଅନେକ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ । ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ରାଜ୍ୟ ତମାମ ସମସ୍ତ କାର୍ଯ୍ୟକର୍ତାଙ୍କୁ ନିଜ ନିଜ ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଜଗନ୍ନାଥ ପ୍ରେମୀମାନଙ୍କର ସ୍ଵାକ୍ଷର ଆଣିବାକୁ ନିର୍ଦ୍ଦେଶ ଦେଇଥିବାବେଳେ , ବୁର୍ଲାର ଜଗନ୍ନାଥ ମନ୍ଦିର ସମ୍ମୁଖରେ ବଗଲା ପିଟିସନ ରେ ଭକ୍ତମାନଙ୍କ ସ୍ବାକ୍ଷର ନିଆଯାଇଥିଲା ।
ରାଜ୍ୟ
ବଗଲା ବଞ୍ଚାଓ ଅଭିଯାନକୁ ବୁର୍ଲା ଭାଜପାର ସମର୍ଥନ l
- Hits: 298











