ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା
ଝାରବନ୍ଧ-ମନୋହର ଦାଶ : ଦେଶକୁ ସ୍ୱଚ୍ଛ ରଖିବା ପାଇଁ କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ମିଶନ ଯୋଜନା ମାଧ୍ୟମରେ ପ୍ରତ୍ୟେକ ପରିବାର କୁ ସୁଲଭ ଶୌଚାଳୟ ଯୋଗାଇ ଦେଉଥିବା ବେଳେ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ବାରି ହେଉଛି।ତେବେ କେନ୍ଦ୍ର ସରକାରଙ୍କ ଏହି ସ୍ୱଚ୍ଛ ଭାରତ ମିଶନ ଏକ ପ୍ରକାର ର କହିବାକୁ ଗଲେ ଦିଗହରା ହୋଇଛି ।ପ୍ରତ୍ୟେକ ପରିବାର ବାହାରେ ମଳତ୍ୟାଗ ନ କରିବାକୁ ଦୃଷ୍ଟି ରେ ରଖି କେନ୍ଦ୍ର ସରକାର ଶୌଚାଳୟ ଯୋଗାଇ ଦେବାପାଇଁ ନିର୍ଭରଶୀଳ ହୋଇଥିବା ବେଳେ ପ୍ରତି ଶୌଚାଳୟ ପାଇଁ କେନ୍ଦ୍ର ସରକାର ସହାୟତା ବାବଦକୁ ୧୨ହଜାର ଟଙ୍କା ଦେବାକୁ ଅନୁମୋଦନ କରିଥିଲେ ଯାହା ଫଳରେ ଜଣେ ବ୍ୟକ୍ତି ସେହି ୧୨ହଜାର ଟଙ୍କା ସହାୟତା ରେ ଶୌଚାଳୟ ନିର୍ମାଣ କରି ବ୍ୟବହାର କରିଥାନ୍ତି।ଏବଂ ବାହାରେ ମଳ ତ୍ୟାଗ କରୁଥିବା ଲୋକ ବାହାରକୁ ଶୌଚ ହେବାକୁ ନ ଯାଇ ନିର୍ମାଣ ହୋଇଥିବା ଶୌଚାଳୟ ବ୍ୟବହାର କରିଥାନ୍ତି।କିନ୍ତୁ ସମୟ ର ପରିବର୍ତ୍ତନ ପରେ ଧୀରେ ଧୀରେ ଶୌଚାଳୟ ନିର୍ମାଣ ପାଇଁ ଆବଶ୍ୟକୀୟ ହେଉଥିବା ସାମଗ୍ରୀର ଦରଦାମ ବୃଦ୍ଧି ହେବା ଫଳରେ ହିତାଧିକାରୀ ମାନେ ଶୌଚାଳୟ ନିର୍ମାଣ କରିବାରେ ଅମଙ୍ଗ ହେଉ ଥିଲେ । ତେଣୁ କେନ୍ଦ୍ର ସରକାରଙ୍କ ସ୍ଵଚ୍ଛ ଭାରତ ସ୍ୱପ୍ନ ସ୍ୱପ୍ନରେ ରହିଯିବ ଭାବି ରାଜ୍ୟ ସରକାର ଙ୍କୁ ତୁରନ୍ତ ଶୌଚାଳୟ ନିର୍ମାଣ କାମ ଶେଷ କରିବାକୁ ବାରମ୍ବାର ନିର୍ଦେଶ ହେଇଥିଲେ ।କିନ୍ତୁ ଜଳ ଓ ପରିମଳ ବିଭାଗ ର ଅଧିକାରୀ ଓ ଯନ୍ତ୍ରୀ ଙ୍କ ଦାୟିତ୍ୱ ହୀନତା ଯୋଗୁଁ ବର୍ଷ ପରେ ବର୍ଷ ଗଡି ଚାଲିଛି।ଶୌଚାଳୟ ନିର୍ମାଣ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ବି ଅଧୁରା ହୋଇପଡିଛି।କେନ୍ଦ୍ର ସରକାରଙ୍କ ବାରମ୍ବାର ତାଗିତ ପରେ ଜିଲ୍ଲା ପ୍ରଶାସନ ସ୍ତର ରେ ତତ୍ପରତା ଦେଖାଇ ବ୍ଲକ ରେ ପ୍ରତ୍ୟେକ ଘରେ ଘରେ ଶୌଚାଳୟ ନିର୍ମାଣ ହୋଇ ଥିବା ଦର୍ଶାଇଛନ୍ତି। ସେଥିପାଇଁ କେନ୍ଦ୍ର ସରକାର ପ୍ରତିଗାଁ କୁ ବାହ୍ୟ ମଳମୁକ୍ତ ଗାଁ ବୋଲି ଘୋଷଣା କରିବା ସହିତ ଗାଁ ମୁଣ୍ଡରେ ବାହ୍ୟ ମଲ ମୁକ୍ତ ବୋର୍ଡ ଲଗାଯାଇଛି।ଯାହାକି ପ୍ରଶାସନ ର ଅସଲ ମୁଖା ଖୋଲି ଦେଇଛି।କେଉଁ ଗାଁ ରେ ଜମାରୁ ଶୌଚାଳୟ ନିର୍ମାଣ ହୋଇ ନ ଥିଲେ ମଧ୍ୟ ତାହା ବାହ୍ୟ ମଲ ମୁକ୍ତ ଗାଁ ବୋଲି ବୋର୍ଡ ଲଗା ଯାଇଛି।ତ ଆଉ କେଉଁଠି ଶୌଚାଳୟ ନିର୍ମାଣ କାମ ଅଧା ବିଧାରେ ପଡ଼ିଥିଲେ ମଧ୍ୟ ବାହ୍ୟ ମଲ ମୁକ୍ତ ଗାଁ ବୋଲି ଜିଲ୍ଲା ଜଳ ଓ ପରିମଳ ବିଭାଗ ତରଫରୁ ବୋର୍ଡ ଲଗା ଯାଇଥିବା ଦେଖିବାକୁ ମିଳିଛି।ତେଣୁ ଜିଲ୍ଲା ପ୍ରଶାସନ ବୋର୍ଡ ମାରିଦେଲେ ସତ କିନ୍ତୁ ଶୌଚାଳୟ ତ ନିର୍ମାଣ ହୋଇନି ତେଣୁ ବ୍ଲକ ର ବିଭାଗୀୟ ଯନ୍ତ୍ରୀ ଙ୍କୁ ଧରି ଠିକାଦାର ମାନଙ୍କ ଶରଣ ନେଇଥିଲେ।ରାଧେ ରାଧେ ତୁମର ଅଧେକୁ ମୋର ଅଧେ ନ୍ୟାୟ ରେ ଠିକାଦାର ଓ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ନିର୍ବାହ ଯନ୍ତ୍ରୀଙ୍କ ପକେଟ ଗରମ କରିବା ପାଇଁ ଠିକାଦାର କେଉଁଠି ନିମ୍ନ ମାନ ର କାମ କରି ହଜାର ହଜାର ଟଙ୍କା ବାଟ ମାରଣା କରା ଯାଉଛି।ଏଭଳି ଦୟନୀୟ ଅବସ୍ଥା ଦେଖାଦେଇଛି ।ଝାରବନ୍ଧ ବ୍ଲକ ରେ ଯେଉଠିକି ସ୍ଵଚ୍ଛ ଭାରତ ମିଶନ ଦିଗହରା ହୋଇଥିବା ନଜରକୁ ଆସିଛି।ମିଳିଥିବା ସୂଚନା ଅନୁସାରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଦ ବ୍ଲକ ଅଧିନ ରେ ଥିବା ୧୪ଟି ପଞ୍ଚାୟତ ମଧ୍ୟ ରୁ ୭ରୁ ଉର୍ଦ୍ଧ୍ଵ ପଞ୍ଚାୟତରେ ସ୍ୱଚ୍ଛ ଭାରତ ମିଶନ ରେ ନିର୍ମାଣ ହେଉଥିବା ଶୌଚାଳୟ ରେ ବ୍ୟାପକ ଅନିୟମିତତା ଏବଂ ଦୁର୍ନୀତି ହେଉଥିବା ଅଭିଯୋଗ ଆସିଛି।ବିଭିନ୍ନ ଗାଁ ରେ ନିର୍ମାଣ ହୋଇଥିବା ପାଇଖାନା ବ୍ୟବହାର ଉପଯୋଗୀ ହୋଇନଥିବାରୁ ଜାଳେଣି କାଠ ,ପାଳ କୁଟା,କୁକୁଡ଼ା ଆଦି ରଖାଯାଉଛି।ସରକାରୀ ଯୋଜନା ର ଏଭଳି ବିପର୍ଯ୍ୟସ୍ତ ବ୍ୟବସ୍ତା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।ଏହି ବ୍ଲକ ରେ କିପରି ସ୍ୱଚ୍ଛ ଭାରତ ଅଭିଯାନ ସଫଳ ହୋଇଛି ତାହା ସହଜରେ ଅନୁମେୟ ।ନିମ୍ନମାନ ର ଶୌଚାଳୟ ନିର୍ମାଣ କରାଯାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରା ଯାଇଥିବା ଲୋକେ ଅଭିଯୋଗ କରିଛନ୍ତି।
ହିତାଧିକାରୀ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ଯେ ଉକ୍ତ ବିଭାଗ ଦ୍ଵାରା ତଦନ୍ତ ନକରି ଜିଲ୍ଲାପାଳ କୌଣସି ଏକ ଉଚ୍ଚତଦନ୍ତ କାରୀ ସଂସ୍ଥା କିମ୍ବା ନିଜେ ଜିଲ୍ଲାପାଳ ଏହାର ତଦନ୍ତ କରନ୍ତୁ । ଶୌଚାଳୟ ଯୋଗାଣ କାରୀ ସଂସ୍ଥା ସରକାରଙ୍କ ଠାରେ ପଞ୍ଜିକୃତ କରିଛିକି ନାହିଁ?ସେମାନଙ୍କୁ କିଏ ନିର୍ମାଣ କରିବାକୁ ନିର୍ଦ୍ଧେଶ ଦେଇଛି?ସେମାନଙ୍କ ପଛ ରେ କେଉଁ ମାନେ ସହଯୋଗ କରୁଛନ୍ତି?ଏହି ଦୁର୍ନୀତି ର ଚେର କେତେଦୂର ଲମ୍ବିଛି?ଏହି ଯୋଜନାରେ ସରକାରଙ୍କ ପ୍ରତ୍ୟେକ ପଇସା ହିତାଧିକାରୀଙ୍କ ନିକଟରେ କିପରି ପହଞ୍ଚୁଛି।ଏବଂ କେତେଦିନ ମଧ୍ୟରେ ଏହାର ତଦନ୍ତ କରି ସତ୍ୟତା ଲୋକ ଲୋଚନକୁ ଆସୁଛି ଦେଖିବାକୁ ବାକି ରହିଛି ।











