ଆଇଟିଡିଏର ସହକାରୀ ନିର୍ବାହୀଯନ୍ତ୍ରୀଙ୍କୁ ବିଧାୟକ ଏବଂ ସମର୍ଥକଙ୍କ ଆକ୍ରମଣ ଅଭିଯୋଗ
ଅଭିଯୋଗକୁ ଅସ୍ଵୀକାର କଲେ ବିଧାୟକ ଶ୍ରୀ ସୋରେନ, କହିଲେ "ଗାଳୀଗୁଳା କରିଛି, ମାରିନି"
ବାରିପଦା (ଦିଲ୍ଲୀପ ମହାନ୍ତି) : ବାରିପଦା ପିଏ ଆଇଟିଡିଏ କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କ ଉପରେ ବାରିପଦା ବିଧାୟକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି | ଗଣପତିଙ୍କ ଲିଖିତ ଅଭିଯୋଗ ପରେ ବାରିପଦା ଟାଉନ ଥାନାରେ ଆଇପିସି ଧାରା ୨୯୪, ୩୪୧, ୩୨୩, ୩୨୪, ୫୦୬, ୩୪ ଅନୁସାରେ କେଶ ନମ୍ବର ୫୯୦ରେ ଏକ ମାମଲା ରୁଜୁ କରି ବିଜେପିର ବାରିପଦା ବିଧାୟକ ପ୍ରକାଶ ସୋରେନ ଓ ତାଙ୍କ ସମର୍ଥକ ବାରିପଦା ପୌରପରିଷଦର ୱାର୍ଡ ନମ୍ବର ୭ ମଧୁବନ ଅଂଚଳର ପ୍ରଶାନ୍ତ କୁମାର ବେହେରାଙ୍କୁ ପୁଲିସ ସେମାନଙ୍କ ଘରୁ ଉଠାଇ ବାରିପଦା ଟାଉନ ଥାନାରେ ଅଟକ ରଖିଛି । ଅପରପକ୍ଷରେ ଅଭିଯୋଗକୁ ଅସ୍ଵୀକାର କରଛନ୍ତି ବିଧାୟକ ଶ୍ରୀ ସୋରେନ | " ମୁ ତାଙ୍କୁ ଗାଳୀଗୁଳା କରିଛି, ହେଲେ ଆକ୍ରମଣ କରିନାହିଁ " ବୋଲି କହିଛନ୍ତି ବିଧାୟକ | ବିଧାୟକଙ୍କ ଅଟକ ରହିବ ପ୍ରତିବାଦରେ ବିଜେପି କର୍ମୀ ଓ ବିଧାୟକଙ୍କ ସମର୍ଥକମାନେ ଥାନା ସମ୍ମୁଖରେ ଆସି ଜମା ହେବା ଆରମ୍ଭ କରିଛନ୍ତି । ଥାନା ଫାଟକରେ ତାଲା ପକାଇ ଦିଆଯାଇଛି ଓ ଭିତରକୁ ପ୍ରବେଶ ନିମନ୍ତେ କାହାକୁ ଅନୁମତି ଦିଆଯାଉ ନାହିଁ, ଏ ପରିକି ବିଧାୟକଙ୍କ ଓକିଲଙ୍କ ମଧ୍ୟ ଭିତରକୁ ପଶିବାକୁ ଦିଆଯାଇନଥିବା ଜଣପଡିଛି ।
ସୂଚନାଯୋଗ୍ୟ ଯେ , ବିଧାୟକ ପ୍ରକାଶ ସୋରେନ ଏବଂ ତାଙ୍କର ୩ଜଣ ସମର୍ଥକ ଙ୍କ ଦ୍ବାରା ମାଡ ମରାଯାଇଥିବା ଅଭିଯୋଗ ଆଜି କରିଥିଲେ ବାରିପଦା ITDA ଅଫିସର ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନା । ବାରିପଦା ବିଧାୟକ ପ୍ରକାଶ ସୋରେନ ଗୁରୁବାର ସକାଳୁ ଫୋନ କରି ଯନ୍ତ୍ରୀ ଗଣପତି ଜେନା ଙ୍କୁ ଡକାଇଥିଲେ । ହେଲେ ଯନ୍ତ୍ରୀ ଜେନା ଫିଲ୍ଡ କାର୍ଯ୍ୟରେ ଥିବା ଯୋଗୁଁ ବିଧାୟକ ଙ୍କୁ ଦିନବେଳେ ଦେଖା କରିପାରିନଥିଲେ । ସଂନ୍ଧ୍ୟା ରେ ଶ୍ରୀ ଜେନା କାର୍ଯ୍ୟ ରୁ ଫେରିବା ପରେ ବିଧାୟକ ଙ୍କୁ ଦେଖା କରିବାକୁ ବାରିପଦା ସର୍କିଟ ହାଉସ୍ କୁ ଆସିଥିଲେ । ସେଠାରେ ବିଧାୟକ ତାଙ୍କ ସମର୍ଥକ ଙ୍କୁ କଣପାଇଁ କାମ ମିଳୁନାହିଁ ବୋଲି ପଚାରିବା ସହ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଯେତେ କାକୁତି ମିନତୀ ହେଲେ ମଧ୍ୟ ସେଠାରେ ଉପସ୍ଥିତ ଥିବା ବିଧାୟକ ଙ୍କ ଏବଂ ଅନ୍ୟ ତିନି ସମର୍ଥକ ସହ ଯନ୍ତ୍ରୀ ଜେନା ଙ୍କୁ ମାଡ ମାରିଥିବା ଅଭିଯୋଗ ଆଣିଛନ୍ତି ଗଣପତି ଜେନା । ରାତି ୮.୩୦ ମିନିଟ ପାଖାପାଖି ସେଠାରୁ ତାଙ୍କୁ ଛାଡିଦେବା ପରେ ସେ ତାଙ୍କ ବାସଭବନକୁ ଯାଇଥିଲେ ହେଲେ କିଛି ସମୟ ପରେ ଅସୁସ୍ଥ ଅନୁଭବ କରିବାରୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ । ତାଙ୍କ ଗୋଡ ଏବଂ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ କରୁଥିବା ପ୍ରକାଶ କରିଛନ୍ତି ବାରିପଦା ପିଏଆଇଟିଡିଏ ର ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନା । ଅନ୍ୟ ପଟେ ବାରିପଦା ବିଧାୟକ ପ୍ରକାଶ ସୋରେନ ସହକାରୀ ଯନ୍ତ୍ରୀଙ୍କ ମାଡ଼ ବା ଆକ୍ରମଣ ଅଭିଯୋଗକୁ ଖଣ୍ଡନ କରିବା ସହ ବାଟିପଦା ନିର୍ବାଚନ ମଣ୍ଡଳୀରେ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେବାକୁ ନେଇ ତାଗିଦ କରିଥିବାର ପ୍ରକାଶ କରିଛନ୍ତି । ଏଥିସହିତ ସହକାରୀ ଯନ୍ତ୍ରୀ ମିଛର ସୌଦାଗର ଅଟନ୍ତି । ତାଙ୍କର କାର୍ଯ୍ୟକଳାପକୁ ନେଇ ପିଏ ଆଇଟିଦିଏ ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଇ ଥିଲେ, ମାତ୍ର ସେମାନେ ଦେଖିବା ବୁଝିବା କହି ରହିଗଲେ । ଏହି ସମସ୍ତ ଘଟଣା ବିଧାନସଭାରେ ଉପସ୍ଥାପନ କରାଇବେ ବୋଲି କହିଛନ୍ତି ।












