ହେଡଲାଇନସ୍:

ଅଚାନକ ଚଢ଼ାଉ କଲେ ଅତିରିକ୍ତ ତହସିଲଦାର : ୯ ଟ୍ରାକ୍ଟର ଜବତ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ପଦ୍ମପୁର-ଜଗଦଲପୁର ଥାନା ଅଧୀନସ୍ଥ ଲୁହୁରାକୋଟ ଅଙ୍ଗନଦୀରୁ ବେଆଇନ ବାଲି ଚୋରାଚାଲାଣ ବେଳେ ୯ ଟି ଟ୍ରାକ୍ଟର ଜବତ କରିଛି ପ୍ରଶାସନ। ବାଲି ଚୋରାଚାଲାଣ ନେଇ ବାରମ୍ବାର ଅଭିଯୋଗ ହେବାପରେ ପଦ୍ମପୁର ଅତିରିକ୍ତ ତହସିଲଦାର ସରୀତା ଗୁପ୍ତା ଅଚାନକ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ବୁକୁରାମୁଣ୍ଡା, ପଦ୍ମପୁର, ପଲସେନ, ଜଗଦଲପୁର ଗ୍ରାମର ୯ ଗୋଟି ଟ୍ରାକ୍ଟରକୁ ଜବତ କରାଯାଇଥିଲା । ଜବତ ଟ୍ରାକ୍ଟରଗୁଡିକୁ ଜଗଦଲପୁର ଥାନା ପରିସରରେ ରଖାଯାଇଥିବା ବେଳେ ତଦନ୍ତପରେ ଜୋରିମାନା ଆଦାୟ କରାଯିବ ବୋଲି ସୂଚନା ମିଳିଛି । ଚଢ଼ଉରେ ଜଗଦଲପୁର ଥାନା ଅଧିକାରୀ ଲିଲିମା ଲଳିତା ବାର୍ଲା, ଲଖମରା ଆରଆଇ ଦାମୋଦର ସୁନା ଓ ପଦ୍ମପୁର ତହସିଲ ଅଫିସର ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ।

 

0
0
0
s2sdefault