ହେଡଲାଇନସ୍:

ରାଜ୍ୟ ସରକାରଙ୍କୁ ଧନ୍ୟବାଦ , ବନ୍ଦ ହେଲା ଓପିଜିସିର ବିକ୍ରୟ ଯୋଜନା। 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଏଇଏସ କରିଥିବା ଆର୍ଥିକ ଲୁଟ ତରାଜର ନିରପେକ୍ଷ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ

ଝାରସୁଗୁଡା: (ସୁଭାଷ ସହାରେ) ଓପିଜିସିରେ ଏଇଏସ୍ ଅଂଶଧନକୁ ଆଦାନୀ କମ୍ପାନୀକୁ ବିକ୍ରି କରିବା ଲାଗି ଚାଲିଥିବା ସମସ୍ତ ଯୋଜନା ବର୍ତ୍ତମାନ ବନ୍ଦ ହୋଇଛି । ସରକାର ଶନିବାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଓପିଜିସି ହାତରେ ଥିବା ଏଇଏସ୍ ଅଂଶଧନକୁ ନିଜେ କିଣିନେବା ଲାଗି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ୧୩୫ ମିଲିୟନ୍ ଆମେରିକୀୟ ଡଲାର ବା ପାଖାପାଖି ୧୦୦୦ କୋଟି ଟଙ୍କା ବିନିଯୋଗରେ ରାଜ୍ୟ ସରକାର ଏହାକୁ କିଣିବେ। ଶକ୍ତି ବିଭାଗ ପକ୍ଷରୁ ଏଇଏସ କମ୍ପାନୀକୁ ଦିଆଯାଇ ଥିବା ଚିଠିରେ ସ୍ପଷ୍ଟ ଭାବେ ସରକାର କହିଛନ୍ତି ଯେ, ଏଇଏସ୍‌କୁ ୧୯୯୭ ମସିହାରେ ଦିଆଯାଇଥିବା ୪୯ ପ୍ରତିଶତ ଅଂଶଧନ ରାଜ୍ୟ ସରକାର ଫେରାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଓଡ଼ିଶା ସରକାର ଓ ଏଇଏସ୍ ମଧ୍ୟରେ ହୋଇଥିବା ସେୟାର ହୋଲଡର ଏଗ୍ରିମେଣ୍ଟ ଅନୁସାରେ ଏହାକୁ ନୋଟିସ ବୋଲି ବିବେଚନା କରାଯାଇପାରେ। ଚୁକ୍ତିନାମା ଅନୁସାରେ ରାଜ୍ୟ ସରକାର ଅନ୍ୟ କୌଣସି କମ୍ପାନୀକୁ ନ ଦେଇ ନିଜ ହାତରେ ରଖିବାକୁ ନିଷ୍ପତ୍ତି ନେବାପରେ ଓପିଜିସିର ସଂପୂର୍ଣ୍ଣ ମାଲିକାନା  ରାଜ୍ୟ ସରକାରଙ୍କ ହାତରେ ରହିବ। ହେଲେ ଗୋଟିଏ କଥା | ଏଇଏସ  ଅଂଶଧନ କିଣିବ ବେଳେ ରାଜ୍ୟ ସରକାର ଗତ କିଛି ବର୍ଷ ମଧ୍ୟରେ ଏଇଏସ କରିଥିବା ଆର୍ଥିକ ଲୁଟ ତରାଜର ନିରପେକ୍ଷ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ | କେମିତି ଏଇଏସ ଓପିଜିସିକୁ ବୁଡ଼େଇବା ସ୍ଥିତିକୁ ନେଇ ଆସିଥିଲା ତାହାର ତଦନ୍ତ କରିବାର ଆବଶ୍ୟକତା ରହିଛି | 

ରାଜ୍ୟ ସରକାର ଓପିଜିସି ଓ ଓଏଚପିସିରୁ ୧୦୦୦ କୋଟି ଟଙ୍କା ନେଇ ଏହି କଂପାନିକୁ କିଣିବାକୁ ସ୍ଥିର କରିଛନ୍ତି। ଆକଳନ କରାଯାଇ ଦେଖାଯାଇଛି, ଏହି କଂପାନି ସରକାରଙ୍କ ହାତରେ ରହିଲେ, ଏହା ଲାଭଜନକ ହେବ ବୋଲି  କର୍ମଚାରୀ ସଂଘ ପକ୍ଷରୁ ୭ ମାସ ତଳେ ବିଧାୟକ କିଶୋର ମହାନ୍ତି ଓ ସୌମ୍ୟରଂଜନ ପଟ୍ଟନାୟକଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରି ଓପିଜିସି ହାତରେ କୋଲ୍ ବ୍ଲକ୍‌ ରହିଥିବାରୁ, ଏହା ଲାଭଜନକ ହୋଇ ପାରିବ ବୋଲି କୁହାଯାଇ ଥିଲା।

ଅନ୍ୟପକ୍ଷରେ ସରକାର ଏଇଏସ୍‌କୁ ଯେଉଁ ଚିଠି ଦେଇଛନ୍ତି, ସେଥିରେ କୁହାଯାଇଛି ୪୯ ପ୍ରତିଶତ ଅଂଶଧନ ବିକ୍ରି ବାବଦରେ ଏଇଏସ୍ ଯେଉଁ ଅର୍ଥ ପାଇବାର ରହିଛି, ତାହା କିଭଳି ଦିଆଯିବ ଓ ଏଥିପାଇଁ କି କି ନୀତି ଅବଲମ୍ବନ ହେବ, ତାହା ଶକ୍ତି ବିଭାଗ ଖୁବ୍ ଶୀଘ୍ର କଂପାନି କର୍ତୃପକ୍ଷଙ୍କ ସହିତ ଆଲୋଚନା କରିବ ।

ଉଲ୍ଲେଖଯୋଗ୍ୟ, ଓପିଜିସିରେ ଏଇଏସ୍ ଅଂଶଧନକୁ ଆଦାନୀ କମ୍ପାନୀକୁ ବିକ୍ରି କରିବା ଲାଗି ଅଭିଯୋଗ ହୋଇଥିଲା। ଆଦାନୀ କର୍ତ୍ତୃପକ୍ଷ ଓଡ଼ିଶା ଆସି ଓପିଜିସି ବୁଲି ଦେଖିଥିଲେ ଓ କଥା ବହୁ ଆଗକୁ ବଢ଼ିଥିଲା। ଏପରିକି ଅଧିକାରୀସ୍ତରୀୟ କଥାବାର୍ତ୍ତା ଗତ ଅଗଷ୍ଟ ୫ ଓ ୬ ତାରିଖରେ ଶେଷ ହୋଇଥିବା କୁହାଯାଇଥିଲା।  ଅଭିଯୋଗ ହୋଇଥିଲା ଯେ ଓପିଜିସି ହାତରେ କୋଲ୍ ବ୍ଲକ୍‌ ଥିବା କାରଣରୁ ଆଦାନୀ ଏହା ଉପରେ ଆଖି ରଖିଛି ଓ ଏଇଏସ୍‌ଠାରୁ ୪୯ ପ୍ରତିଶତ ଅଂଶଧନ କିଣିବାକୁ ଯୋଜନା ଚଳାଇଛି। କେଉଁ ପରିସ୍ଥିତିରେ ଏଇଏସ୍ ଓହରିଯାଉଛି ଓ ରାଜ୍ୟ ସରକାର ମାତ୍ର ହଜାରେ କୋଟି ଟଙ୍କାରେ ଏହାକୁ ବିକ୍ରି କରିବା ଲାଗି ସମ୍ମତି ଦେଉଛନ୍ତି, ତାହା ଜଣାନ୍ତୁ ବୋଲି ବିରୋଧୀ ପକ୍ଷରୁ ଦାବି କରାଯାଇଥିଲା । ବିଭିନ୍ନ ମହଲରୁ ଚାପ ପଡ଼ିବା ପରେ ଶେଷରେ ସରକାର ତାଙ୍କ ନିଷ୍ପତ୍ତି ପରିବର୍ତ୍ତନ କରି ନିଜ ପାଖରେ ଏହାକୁ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଓପିଜିସିରେ ରାଜ୍ୟ ସରକାରଙ୍କ ୫୧ ପ୍ରତିଶତ ଓ ଏଇଏସ୍ ହାତରେ ୪୯ ପ୍ରତିଶତ ଅଂଶଧନ ଥିଲା। ଓପିଜିସି  କର୍ମଚାରୀ ସଂଘ ସରକାରଙ୍କ ନିଷ୍ପତ୍ତିରେ ଖୁସି ପ୍ରକଟ କରିଛନ୍ତି।

 

 

 

0
0
0
s2sdefault