ହେଡଲାଇନସ୍:

ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • କରୋନା ଆତଙ୍କକୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି 

  • ଏନଇଇଟି-ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ କଲେ ଅନୁରୋଧ 

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସକାଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି | କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି NEET ଏବଂ JEE କୁ ସ୍ଥଗିତ ରଖିବାକୁ ଅନୁରୋଧ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ |  ଅପରପକ୍ଷରେ ରାଜ୍ୟରେ  ଆମ ରାଜ୍ୟର ଅନେକ ଅଞ୍ଚଳ ବନ୍ୟା ପରିସ୍ଥିତିରେ ସୃଷ୍ଟି ହୋଇଛି |  ତେଣୁ ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ସାମିଲ ହେବ ପାଇଁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ବୋଲି ଦର୍ଶାଇ NEET ଏବଂ JEE ପରୀକ୍ଷାକୁ ଘୁଞ୍ଚାଇବା ପାଇଁ ମୁକଜ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି | 

ସ୍ମରଣ କରାଯାଇପାରେ ଯେ ଦୁଇ ଦିନ ପୂର୍ବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡ ଆର ପି ନିଶଙ୍କଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଏକ ଚିଠି ଲେଖିଥିଲେ। COVID19 ସଙ୍କଟକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ NEET, JEE (ମୁଖ୍ୟ) ପ୍ରବେଶିକା ପରୀକ୍ଷା ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ। ବାରମ୍ବାର ଲକ୍ଡାଉନ୍ / ବନ୍ଦ ଯୋଗୁଁ ପରିବହନ ବ୍ୟାହତ ହେଉଥିବାବେଳେ ପରୀକ୍ଷା କେନ୍ଦ୍ରକୁ ନ ଛାତ୍ରମାନଙ୍କ ଯିବା କଷ୍ଟ ସାଧ୍ୟ ବେବା ସହ ଏତେ ସଂଖ୍ୟକ ଛାତ୍ର ଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେବା ନିରାପଦ ନୁହେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପାତ୍ରରେ ଉଲ୍ଲେଖ କରିଥିଲେ | 

0
0
0
s2sdefault