ହେଡଲାଇନସ୍:

ପାନୀୟ ଜଳ ଏବଂ ପରିମଳ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କଲେ ୟୁ ପି ସିଂହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ଭାଳିବେ ଦୁଇଟି ଗୁରୁତ୍ୱପୂର୍ଣ ଜାତୀୟ ମିଶନ 

ନୂଆଦିଲ୍ଲୀ (ଶାସକ ପ୍ରଶାସକ ):ଓଡିଶା-କ୍ୟାଡର ବରିଷ୍ଠ ଆଇଏଏସ୍ ଅଫିସର ଉପେନ୍ଦ୍ର ପ୍ରସାଦ ସିଂ  କେନ୍ଦ୍ର ସରକାରରେ ପାନୀୟ ଜଳ ଏବଂ ପରିମଳ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି | ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ନବୀକରଣ ସଚିବ ଭାବେ କାର୍ଯ୍ୟ କରିବା ସହ ଅତିରିକ୍ତ ଭାବେ ଜଳ ଏବଂ ପରିମଳ ସଚିବ ଭାବେ ଭାବେ କାର୍ଯ୍ୟ କରିବେ |  

ନୂତନ ଦାୟିତ୍ୱ  ଗ୍ରହଣ କରିବା ପରେ ଓଡିଶା କ୍ୟାଡରର ୧୯୮୫-ବ୍ୟାଚ୍ ବରିଷ୍ଠ  ଆଇଏଏସ୍ ଅଫିସର ଶ୍ରୀ ସିଂ କାନ୍ଧରେ ଏବେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଜାତୀୟ ମିଶନର ଭାର | ସେହି ଦୁଇଟି ମିଶନ ହେଲା ଜଳ ଜୀବନ ମିଶନ୍ ଏବଂ  ସ୍ୱଚ୍ଛ ଭାରତ ମିଶନ୍-୨ ପରିଚାଳନା କରିବେ।  ଦେଶର ସମସ୍ତ ପରିବାରକୁ 2024 ସୁଦ୍ଧା ଘରୋଇ ଟ୍ୟାପ୍ କନେକ୍ସନ୍ ମାଧ୍ୟମରେ ସଠିକ୍ ପରିମାଣରେ ନିରାପଦ ପାନୀୟ ଜଳ ଯୋଗାଇବାକୁ ଜଳ ଜୀବନ ମିଶନ୍ ପ୍ରତିଶ୍ରୁତିବଦ୍ଧ ଥିବା ବେଳେ ସ୍ୱଚ୍ଛ ଭାରତ ମିଶନ୍-୨ ସ୍ୱଚ୍ଛ ଭାରତ ମିଶନର ଦୀର୍ଘ ସ୍ଥାୟୀତ୍ୱକୁ  ନିଶ୍ଚିତ କରିବ ଏବଂ ଗ୍ରାମାଞ୍ଚଳରେ କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ନିରାପଦ ତଥା ଉତ୍ତମ ପରିଚାଳନା ପାଇଁ ମଧ୍ୟ କାର୍ଯ୍ୟ କରିବ | 

0
0
0
s2sdefault