ହେଡଲାଇନସ୍:

ପ୍ରବାସୀ ଓଡ଼ିଆ ସତ୍ୟ ସୁତାରଙ୍କ ଅଭିନବ ଉଦ୍ୟମ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ନିଜସ୍ୱ ପ୍ରଚେଷ୍ଟାରେ ଆରମ୍ଭ କଲେ "ଉତ୍କଳମଣି ଗୋପବନ୍ଧୁ  ଶିକ୍ଷା, ସ୍ୱାଭିମାନ ଓ ତ୍ୟାଗ ମେଧାବୃତ୍ତି"  

  • ଚଳିତ ବର୍ଷର ମ୍ୟାଟ୍ରିକ ଟପ୍ପରଙ୍କୁ ମେଧାବୃତ୍ତି ଭାବେ ପ୍ରଦାନ କରାଗଲା ୧ ଲକ୍ଷ ଟଙ୍କାକ୍ଷ ଟଙ୍କା

ଭୁବନେଶ୍ୱର(ଶାସକ ପ୍ରଶାସକ) :  ଓଡିଆ ଜାତି ଓ ମାଟି ପାଇଁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଅବଦାନ ଅତୁଳନୀୟ | ସର୍ବଦା ସ୍ୱାଭିମାନୀ ହୋଇ ଶିକ୍ଷା, ତ୍ୟାଗ ଓ ତିତିକ୍ଷାକୁ ପ୍ରାଧାନ୍ୟ ଦେଇ ଆସିଥିବା ଉତ୍କଳମଣିଙ୍କଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସୁଦୂର ସିଙ୍ଗାପୁରରେ ଥିବା ପ୍ରବାସୀ ଓଡିଆ (ଏନଆରଆଇ ) ସତ୍ୟ ସୁତାର ଆରମ୍ଭ କରିଛନ୍ତି ଏକ ଅଭିନବ ପ୍ରୟାସ | ପ୍ରବାସରେ ରହି ବି ଓଡିଶା ଓ ଓଡ଼ିଆଙ୍କୁ ନେଇ ଅନେକ କଳ୍ପନା କରିବା ସହ ବିଭିନ୍ନ କାର୍ଯ୍ୟକ୍ରମର ହାତକୁ ନେଇଥିବା ସତ୍ୟ ନିଜ ଉଦ୍ୟମରେ ଚଳିତ ବର୍ଷ ଠାରୁ ପ୍ରବର୍ତ୍ତିତ କରିଛନ୍ତି ଉତ୍କଳମଣି ଗୋପବନ୍ଧୁ  ଶିକ୍ଷା, ସ୍ୱାଭିମାନ ଓ ତ୍ୟାଗ  ମେଧାବୃତ୍ତି  | ଏହି ମେଧାବୃତ୍ତି ପ୍ରଦାନ କାର୍ଯ୍ୟ କ୍ରମ ଆରମ୍ଭ ହୋଇଛି ଚଳିତ ବର୍ଷଠାରୁ | ଓଡିଶାରେ ଚଳିତ ବର୍ଷ ମାଟ୍ରିକ୍ ଟପ୍ପର ହୋଇଥିବା ଜିତେନ ମାହାଳିକଙ୍କୁ "ଉତ୍କଳମଣି  ଗୋପବନ୍ଧୁ  ଶିକ୍ଷା, ସ୍ୱାଭିମାନ ଓ ତ୍ୟାଗ  ମେଧାବୃତ୍ତି " ପ୍ରଦାନ କରାଯିବା ସହ  ଏହି ବୃତ୍ତି ବାବଦକୁ  ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି  | ଆଜି ଆଇଏମବି  ପରିସରରେ ଆୟୋଜିତ ଏହି ବୃତ୍ତି ପ୍ରଦାନ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ଡି. ପ୍ରକାଶ ରାଓ, ଓଲିଉଡର ବର୍ଷିୟାନ ଅଭିନେତା ପ୍ରଦ୍ୟୁମ୍ନ ଲେଂକା, ପୁର୍ବତଟ ରେଳବାଇର ପୂର୍ବତନ ପ୍ରିନ୍ସିପାଲ ଚିଫ ସେଫଟି ଅଫିସର ସୁଧାଂଶୁ ଶେଖର ମିଶ୍ର ଉପସ୍ଥିତ ରହି ଓଡିଶାର ଗର୍ବ ଜିତେନ ମାହାଳିକଙ୍କୁ ସମ୍ମାନିତ କରିଥିଲେ |  

କାର୍ଯ୍ୟକ୍ରମ ପ୍ରାରମ୍ଭରେ  ଯୁବ ଚଳଚ୍ଚିତ୍ର ନିର୍ମାତା ସାନ୍ତନୁ କୁମାର ସିଅ ଏହି ବୃତ୍ତି  ସମ୍ବନ୍ଧରେ ସବିଶେଷ ସୂଚନା ଦେବା ସହ ଏହି ବୃତ୍ତି ଉଦ୍ଦେଶ୍ୟରେ ଏକ କ୍ଷୁଦ୍ର ଚଳଚିତ୍ର THE TOPPER ନିର୍ମିତ  ହୋଇଥିବାର ସୁଚନା ଦେଇଥିଲେ।  କାର୍ଯ୍ୟକ୍ରମ ର ପରିଚାଳନା ଆନି ଶତପଥୀ କରିଥିବା ବେଳେ ସ୍ୱସ୍ତିକ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ | 

Satya Sutar

ସୂଚନାଯୋଗ୍ୟ ଯେ କେନ୍ଦୁଝର  ଜିଲ୍ଲା ଆନନ୍ଦପୁରର ଫକୀରପୁର ଗ୍ରାମରେ ଜନ୍ମିତ ସତ୍ୟ ସୁତାର ଏବେ ସିଂଗାପୁରରେ ଏଫଇସ ହୋଲ୍ଡିଂଗ୍ସ ଲିମିଟେଡ଼ ( FOOD EMPIRE ) କମ୍ପାନୀରେ ଜେନେରାଲ ଡ଼ାଇରେକ୍ଟର ଭାବେ କାର୍ଯ୍ୟରତ | ପ୍ରବାସରେ ରହି ବି ଜନ୍ମମାଟିର ଆକର୍ଷଣ ତାଙ୍କୁ ଅନେକ ସମୟରେ କରିଥାଏ ଓଡ଼ିଶା ମୁହାଁ | ଦୂରରେ ରହି ମଧ୍ୟ ନିଜ ମାଟି ଓ ଲୋକଙ୍କୁ ନିକଟରୁ ଅନୁଭବ କରିଥିବା ସତ୍ୟ  ନିଜ ମାଟି ପାଇଁ କିଛି କରିବା ସକାଶେ ଅଣ୍ଟା ଭିଡିଛନ୍ତି | ଆଉ ସେଥିପାଇଁ ସେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ସହଯୋଗର ହାତ ବଢ଼ାଇବା ସଂକଲ୍ପ ରଖି ନିଜସ୍ୱ  ଆର୍ଥିକ ସମ୍ବଳରୁ ଚଳିତ ଉତ୍କଳମଣି  ଗୋପବନ୍ଧୁ  ଶିକ୍ଷା, ସ୍ୱାଭିମାନ ଓ ତ୍ୟାଗ  ମେଧାବୃତି ପ୍ରଦାନ ପ୍ରକ୍ରିୟା ଆରମ୍ଭ କରିଛନ୍ତି  | ପ୍ରତିବର୍ଷ ଏହି ବୃତ୍ତି ରାଶି ପ୍ରଦାନ ପୂର୍ବକ ଓଡିଶା ମାଧ୍ୟମିକ  ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରିକ୍ଷାରେ ଟପ୍ପର ହେଉଥିବା ଛାତ୍ର ବା ଛାତ୍ରୀ ସେମାନଙ୍କ ସ୍ୱପ୍ନ ପଥରେ ଆଗେଇବା ପାଇଁ ନିଜକୁ ପ୍ରସ୍ତୁତ କରିବା ସକାଶେ ଯତ୍କିଂଚିତ ଉଦ୍ୟମ ଅବ୍ୟାହତ ରଖିବେ ବୋଲି ସଂକଳ୍ପ ରଖିଛନ୍ତି  ପ୍ରବାସୀ ଓଡ଼ିଆ ସତ୍ୟ ସୁତାର |

0
0
0
s2sdefault