ବିଜୁ ଯୁବଛାତ୍ର ଜନତା ଦଳର ଦ୍ଵିତୀୟ ପର୍ଯ୍ୟାୟ ଭର୍ଚୁଆଲ୍ ସାଙ୍ଗଠନିକ ସମୀକ୍ଷା ବୈଠକରେ ପ୍ରଣବଙ୍କ ପରାମର୍ଶ
-
ସନ୍ଥକବି ଭୀମଭୋଇ, ଉତ୍କଳ ଗୌରବ ମଧୁସୁଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ବ୍ୟକ୍ତିତ୍ୱକୁ ଯୁବ ସମାଜର ଧ୍ୟେୟ ହେଉ
-
ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ସଙ୍କଳ୍ପ ରୂପେ ଗ୍ରହଣ କରି କୋଭିଡ ପରିଚାଳନାରେ ଲୋକଙ୍କ ପାଇଁ ଏକାଠି କାମ କରିବା
ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଜୁ ଜନତା ଦଳର ଯୁବ ଛାତ୍ର ସଙ୍ଗଠନକୁ ଅଧିକ କ୍ରିୟାଶୀଳ, ଲୋକାଭିମୁଖୀ କରିବା ସହ ବର୍ତ୍ତମାନର କରୋନା କାଳରେ ଲୋକଙ୍କ ଅଧିକ ନିକଟତର କରିବା ଉଦ୍ଦେଶ୍ୟ ନେଇ ଦଳର ସାଧାରଣ ସମ୍ପାଦକ (ସଂଗଠନ) ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଆରମ୍ଭ କରିଥିବା ମିଶନ ଅନ୍ତର୍ଗତ ବିଜୁ ଯୁବ-ଛାତ୍ର ଜନତା ଦଳର ଆନୁକୁଲ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ସାଙ୍ଗଠନିକ ସମୀକ୍ଷା ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଉତ୍ତର ଓଡ଼ିଶାର ୪ଟି ଜିଲ୍ଲାର ସାଙ୍ଗଠନିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆନୁଷ୍ଠିତ ହୋଇଯାଇଛି ଦକ୍ଷିଣ ଓଡିଶାର ୫ଜିଲ୍ଲା ଗଞ୍ଜାମ, ରାୟଗଡା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ ବ୍ରହ୍ମପୁର ସାଂଗଠନିକ ଜିଲ୍ଲାର ବୈଠକ | ଏହି ସାଙ୍ଗଠନିକ ଜିଲ୍ଲାଗୁଡିକର ସମସ୍ତ ଯୁବ ଓ ଛାତ୍ରନେତା ଯୋଗଦେଇ ଦଳୀୟସଙ୍ଗଠନ ସମ୍ପର୍କରେ ନିଜନିଜର ମତ ପ୍ରଦାନ କରିଥିଲେ ।ଏହି ଭର୍ଚୁଆଲ ସାଙ୍ଗଠନିକସମୀକ୍ଷା ବୈଠକରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଦଳର ସାଧାରଣ ସମ୍ପାଦକ (ସଙ୍ଗଠନ) ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ "ଯୁବଛାତ୍ର ନେତୃତ୍ୱକୁ ସନ୍ଥକବି ଭୀମଭୋଇ, ଉତ୍କଳ ଗୌରବ ମଧୁସୁଦନ ଦାସ, ଉତ୍କଳ ମଣୀଗୋପବନ୍ଧୁ ଦାସଙ୍କ ବ୍ୟକ୍ତିତ୍ୱକୁ ପାଥେୟ କରି ସମାଜର ସେବା ତଥା ଲୋକଙ୍କ ନିରାପତ୍ତା ସର୍ବୋପରି ସାମାଜିକ ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁରଦୃଷ୍ଟି ସମ୍ପନ୍ନ ନୀତି ଏବଂ ନେତୃତ୍ୱର ସମାହାରରେ ଆଜି ଓଡିଆ ଜାତି ସମଗ୍ର ବିଶ୍ୱ ଦରବାରରେ ସାମାଜିକ ସୁରକ୍ଷା ପ୍ରଦାନ କରିବାରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ମୁଖ୍ୟମନ୍ତ୍ରୀଙ୍କ ଯେଉଁ ଆହ୍ୱାନ ରହିଛି"ପ୍ରତ୍ୟେକଟି ଜୀବନ ଆମ ପାଇଁ ମୁଲ୍ୟବାନ'ସେହି ଆହ୍ୱାନକୁ ସଙ୍କଳ୍ପ ରୂପେ ଗ୍ରହଣ କରି କୋଭିଡ ପରିଚାଳନାରେଏକାଠି ହୋଇ କାମ କରିବା ପାଇଁ ଯୁବଛାତ୍ର ନେତୃତ୍ୱଙ୍କୁ ଶ୍ରୀ ଦାସ ପରାମର୍ଶ ଦେଇଥିଲେ ।
ବିଜୁଜନତା ଦଳରରାଜ୍ୟସାଧାରଣସମ୍ପାଦକ (ଯୁବବ୍ୟାପାର) ତଥା ବିଧାୟକ ଧର୍ମଶାଳା ପ୍ରଣବ କୁମାର ବଳବନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସାଧାରଣ ସମ୍ପାଦକ (ଛାତ୍ର ବ୍ୟାପାର) ତଥା ବିଧାୟକ ଚାନ୍ଦବାଲି ବ୍ୟୋମକେଶ ରାୟ, ବିଜୁ ଜନତା ଦଳର ରାଜ୍ୟସମ୍ପାଦକ (ଯୁବବ୍ୟାପାର) ତଥା ବିଜୁ ଯୁବଜନତା ଦଳର ରାଜ୍ୟ ସଭାପତି ଅମରେଶ ପତ୍ରୀ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ରାଣାପ୍ରତାପ ପାତ୍ର ପ୍ରମୂଖ ପରିଚାଳନା କରିଥିଲେ ।