ହେଡଲାଇନସ୍:

କୋଭିଡ଼ କଟକଣା ଖାତିରି ନକରି ମୌଳିକ ସୁବିଧାକୁ ନେଇ ଗର୍ଜିଲେ ସ୍ୱାଭିମାନ ଅଞ୍ଚଳବାସୀ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ମାଲକାନଗିରି(ବି. ଶ୍ରୀନିବାସ ପାତ୍ର) : କୋଭିଡ କଟକଣାକୁ ଖାତିର ନକରି ପୁଣି ସ୍ଵଭିମାନ ଅଞ୍ଚଳରେ ଗର୍ଜିଲେ ସ୍ଵଭିମାନଅଞ୍ଚଳ ବାସୀ । ଚିତ୍ରକୋଣ୍ଡାର ସ୍ୱାଭିମାନ ଅଂଚଳରେ ବିଭିନ୍ନ ସମସ୍ୟାକୁ ନେଇ ସିପିଆଇ ଏମ ପକ୍ଷରୁ ଗଜଳମାମୁଡ଼ିରେ ହୋଇଛି ମେଳି।  ଗଜଳମାମୁଡ଼ି ପଂଚାୟତର ଗଜଳମାମୁଡ଼ି ଗ୍ରାମରେ ସୋମବାର ସିପିଆଇ ଏମ ପକ୍ଷରୁ ମେଳି ଓ ପରେ ଶୋଭାଯାତ୍ରା କରାଯାଇଥିଲା ।ଏଥିରେ ସେମାନେ ବିଭିନ୍ନ ସମସ୍ୟକୁ ନେଇ ସ୍ଲୋଗାନ ଦେଇଥିଲେ । ଏହି ମେଳିରେ ମୁଖ୍ୟତଃ ଦାବି ରହିଥିଲା ୯ ଟି ପଞ୍ଚାୟତରେ ୪୦ ପ୍ରତିଶତ ପରିବାର ରାସନ କାର୍ଡ ପାଇନାହାନ୍ତି। ବାରମ୍ବାର ଆବେଦନ କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣୁନାହାନ୍ତି । ସେମାନଙ୍କୁ ତୁରନ୍ତ ରାସନ କାର୍ଡ ଯୋଗାଇଦିଆଯାଉ ବୋଲି ଦାବି କରିଛନ୍ତି ଅଂଚଳବାସୀ । ଏଥି ସହ କରନା ମହାମାରୀ ସମୟରେ ପିଲାଙ୍କ ପାଠପଢ଼ା ବନ୍ଦୋବସ୍ତ କରିବା, ଚିତ୍ରକୋଣ୍ଡା ବ୍ଲକରେ ହେଉଥିବା ଦୁର୍ନୀତିର ତଦନ୍ତ କରିବା, ଲାଞ୍ଚ ନେଇ କାମ ଯୋଗାଇ ଦେଉଥିବା ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆଦି ଦାବି କରିଛନ୍ତି ସେମାନେ |

ଆଜି ଏହି ପ୍ରତିବାଦ ରାଲିରେ ଶହ ଶହ ଲୋକ  ସାମିଲ ହୋଇଥିଲେ |  ଏଥି ସହ ୭୦ରୁ ୭୨ ବର୍ଷ ଜଙ୍ଗଲ ପାହାଡ଼ରେ ରହି କଷ୍ଟ ପାଉଥିବା ବେଳେ ଆମକୁ ରାଜ୍ୟ ଓ କେନ୍ଦ୍ର ସରକାର ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି।  ଗଜଳମାମୁଡ଼ି ଓ ଯୋଡମ୍ବରେ ଦିଆଯାଉଥିବା ଚାଉଳର ତଦନ୍ତ କରିବା ସହ ସମସ୍ତଙ୍କୁ ଜଙ୍ଗଲ ଜମି ପଟା ଯୋଗାଇ ଦେବାକୁ ଦାବି କରିଛନ୍ତି। କିନ୍ତୁ ଏହି ଶୋଭାଯାତ୍ରାରେ ଏତେ ସଂଖ୍ୟକ ଲୋକ ସାମିଲ ହୋଇଥିଲେ ବି ନ ଥିଲା ସାମାଜିକ ଦୂରତା ଓ ପ୍ରାୟତଃ ଲୋକଙ୍କ ମୁହଁରେ ନଥିଲା ମାସ୍କ ।

0
0
0
s2sdefault